ଏଇ ଭାରତରେ

ପଞ୍ଜାବର ଦୁଇ ମହିଳା ବନ ଅଧିକାରୀ କଳ୍ପନା କେ ଏବଂ ଏମ୍‌ ଗୀତାଞ୍ଜଳିଙ୍କର ପରିବେଶ ତଥା ଜୀବ ସୁରକ୍ଷା ପ୍ରତି ଶତ ପ୍ରତିଶତ ସମର୍ପିତ ଭାବ ଅନ୍ୟମାନଙ୍କ ପାଇଁ ପ୍ରେରଣା ନିଶ୍ଚୟ। କଳ୍ପନା ଡିଏଫ୍‌ଓ ଥିବାବେଳେ ଗୀତାଞ୍ଜଳି ବନ ସଂରକ୍ଷକ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। ଏମାନେ ପଞ୍ଜାବର ଅବୋହର ମୁକ୍ତ ବନ୍ୟଜନ୍ତୁ ଅଭୟାରଣ୍ୟରେ କୃଷ୍ଣସାର ମୃଗଙ୍କ ସୁରକ୍ଷା ପାଇଁ ଦିନରାତି ଲାଗି ପଡ଼ିଛନ୍ତି। ୧୮,୬୫୦ ହେକ୍ଟର ପରିମିତ ଏହି ଅଭୟାରଣ୍ୟରେ ରହିଛି ୧୩ଟି ଗ୍ରାମ। ଏଠାରେ ବାସକରୁଛନ୍ତି ବିଷ୍ଣୋଇ ଜନଜାତିର ଲୋକ। କଳ୍ପନା ଓ ଗୀତାଞ୍ଜଳି ଏମାନଙ୍କୁ ସଚେତନ କରିବା ସହ ମୃଗ ଶିକାର ସମ୍ପୂର୍ଣ୍ଣ ବନ୍ଦ କରିପାରିଛନ୍ତି। ବିଷ୍ଣୋଇ ଜନଜାତିର ଲୋକମାନେ ଅଭୟାରଣ୍ୟରେ ଚାଷ କରି ଜୀବିକା ନିର୍ବାହ କରୁଛନ୍ତି। ମୃଗ କୃଷିର କ୍ଷତି କଲେ ସେଥିପାଇଁ ସ୍ବତନ୍ତ୍ର କ୍ଷତିପୂରଣ ପ୍ରଦାନ କରି ଗ୍ରାମବାସୀଙ୍କୁ ମୃଗ ଶିକାରରୁ ଦୂରେଇ ରଖିତ୍ପାରିଛନ୍ତି ଏହି ଦୁଇ ଅଧିକାରୀ। କୃଷ୍ଣସାରମୃଗଙ୍କୁ ବଞ୍ଚାଇବାରେ ଏହି ଅଭିଯାନକୁ ଭାରତୀୟ ବନ ସେବା ସଂଘ ପ୍ରଶଂସା କରିବା ସହ ଦୁହିଁଙ୍କୁ ‘ଗ୍ରୀନ୍‌ କୁଇନ୍‌ ଅଫ୍‌ ଇଣ୍ଡିଆ’ଆଖ୍ୟା ଦେଇଛି। କୌଣସି କାରଣରୁ ଆହତ ମୃଗଙ୍କ ଲଗି ୨୪ ଘଣ୍ଟିଆ ଚିକିତ୍ସା ବ୍ୟବସ୍ଥା ମଧ୍ୟ କରାଯାଇଛି ଓ ଆମ୍ବୁଲାନ୍ସ କେଜ୍‌ ବ୍ୟବସ୍ଥା ରହିଛିି। ଏହାଦ୍ୱାରା କୃଷ୍ଣସାର ମୃଗଙ୍କ ମୃତ୍ୟୁହାର ଯଥେଷ୍ଟ କମ୍‌ ହୋଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri