ଏଇ ଭାରତରେ

କୋଭିଡ୍‌-୧୯ ମହାମାରୀର ଦ୍ୱିତୀୟ ଲହରରେ ଦେଶକୁ ଅକ୍ସିଜେନ ଅଭାବର ସାମ୍ନା କରିବାକୁ ପଡ଼ିଛି। ତେବେ ସରକାରୀ ସ୍ତରରେ ଏହି ସଙ୍କଟ ଦୂର କରିବା ଲାଗି ପଦକ୍ଷେପ ନିଆଯାଉଥିଲେ ମଧ୍ୟ ଏ କ୍ଷେତ୍ରରେ ବିହାରର ଗୌରବ ରାୟଙ୍କ ଉଦ୍ୟମ ଏକ ଉଦାହରଣ ସୃଷ୍ଟି କରିଛି। ପରିସ୍ଥିତିର ମୁକାବିଲା ଲାଗି ସେ ଦେବଦୂତ ସାଜି ରୋଗୀଙ୍କ ସମ୍ମୁଖରେ ଉଭା ହୋଇଛନ୍ତି। ବିହାରର ବିଭିନ୍ନ ଅଞ୍ଚଳରେ କୋଭିଡ୍‌-୧୯ ହସ୍ପିଟାଲଗୁଡ଼ିକରେ ଅତି ସଙ୍କଟଜନକ ପରିସ୍ଥିତିରେ ଥିବା ରୋଗୀମାନଙ୍କୁ ସେ ମାଗଣାରେ ଅକ୍ସିଜେନ ସିଲିଣ୍ଡର ଯୋଗାଇ ଦେଉଛନ୍ତି। ଏବେ ସୁଦ୍ଧା ୧,୫୦୦ କରୋନା ରୋଗୀଙ୍କୁ ଅକ୍ସିଜେନ ସିଲିଣ୍ଡର ଯୋଗାଇ ଦେଇ ସେମାନଙ୍କ ଜୀବନ ବଞ୍ଚାଇବାରେ ପ୍ରମୁଖ ଭୂମିକା ନେଇଛନ୍ତି। ଗୌରବ କହନ୍ତି, ଜଣେ ଟଙ୍କା ରୋଜଗାର କରି ନୂଆ ଘର କରିପାରିବ, ନୂଆ କାର୍‌ ଓ ପୋଷାକ କିଣିପାରିବ; କିନ୍ତୁ ଜଣଙ୍କ ଜୀବନ ବଞ୍ଚାଇବା କଷ୍ଟକର। ଏହି ଚିନ୍ତାଧାରା ନେଇ ସେ ତାଙ୍କ ସଞ୍ଚତ୍ତ ଅର୍ଥରୁ ୧.୨୫ ଲକ୍ଷ ଟଙ୍କା ଗରିବ ରୋଗୀମାନଙ୍କ ପାଇଁ ଅକ୍ସିଜେନ ସିଲିଣ୍ଡର କିଣିବାରେ ଖର୍ଚ୍ଚ କରିଛନ୍ତି। ଏପରିକି ଅଧିକରୁ ଅଧିକ ଏଭଳି ରୋଗୀଙ୍କ ନିକଟରେ ଅକ୍ସିଜେନ ପହଞ୍ଚାଇବା ଲାଗି ଗୌରବ ତାଙ୍କ ଘରେ ଏକ ଅକ୍ସିଜେନ ବ୍ୟାଙ୍କ୍‌ ମଧ୍ୟ ଖୋଲିଛନ୍ତି। ସକାଳୁ ବିଳମ୍ବିତ ରାତିଯାଏ ସେ ସେବା ଜାରି ରଖିଛନ୍ତି। ଗୌରବ ଅକ୍ସିଜେନ ସିଲିଣ୍ଡର ପାଇଁ କଲ୍‌ ପାଇବା କ୍ଷଣି ସେଠାରେ ଯାଇ ପହଞ୍ଚତ୍ୟାଆନ୍ତି। ନିଜ ଜୀବନକୁ ବାଜି ଲଗାଇ ସେବାରେ ଲାଗିଥିବା ଗୌରବ ରୋଗୀ ବଞ୍ଚତ୍ୟିବା ପରେ ସେମାନଙ୍କ ଦ୍ୱାରା କେକ୍‌ କାଟି ଏକ ନୂଆ ଜୀବନ ଆରମ୍ଭ କରିବାର ସନ୍ଦେଶ ଦେଇଥାଆନ୍ତି।