ଏଇ ଭାରତରେ

ବର୍ଜ୍ୟ ଉପଯୋଗ କରି ପରିବେଶ ଉପଯୋଗୀ ସିମେଣ୍ଟ ପ୍ରସ୍ତୁତ କରିଛନ୍ତି ଦିଲ୍ଲୀର ଜାମିଆ ମିଲିଆ ଇସ୍‌ଲାମିଆ ଏବଂ ଆଲିଗଡ଼ ମୁସଲିମ ୟୁନିଭର୍ସିଟି (ଉତ୍ତରପ୍ରଦେଶ)ର ପ୍ରାଧ୍ୟାପକମାନେ। ସେମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏହି ସିମେଣ୍ଟ ୨୫% ଅଧିତ୍କ ମଜଭୁତ। ସେମାନେ ବର୍ଜ୍ୟରେ ଫ୍ଲାଏ ଆଶ୍‌ ଏବଂ ସିଲିକା ଫ୍ୟୁମ୍‌ସ ଉପଯୋଗ କରୁଛନ୍ତି। ଉକ୍ତ ସିମେଣ୍ଟ ପାଇଁ ବି ନିର୍ମାଣ କ୍ଷେତ୍ରରୁ ବାହାରୁଥିବା ବର୍ଜ୍ୟ ମଧ୍ୟ ଉପଯୋଗ କରାଯାଉଛିି। ପ୍ରାଧ୍ୟାପକଙ୍କ ଟିମ୍‌ର ନେତୃତ୍ୱ ନେଉଛନ୍ତି ଡ. ଇବାଦୁର ରହମାନ। ରହମାନଙ୍କ ସମେତ ୬ ଜଣ ପ୍ରାଧ୍ୟାପକ ତାଙ୍କ ଟିମ୍‌ରେ ରହିଛନ୍ତି। ସିମେଣ୍ଟ ଉପତ୍ାଦନ ସମୟରେ ଯେଉଁ ବିପୁଳ ପରିମାଣର କାର୍ବନ୍‌ ଡାଇ ଅକ୍ସାଇଡ ନିର୍ଗତ ହୁଏ, ଏହି ସିମେଣ୍ଟ ପ୍ରସ୍ତୁତିରେ ତାହା ହେଉନାହିଁ। ମୁଖ୍ୟତଃ ଏହି ସିମେଣ୍ଟରେ ନିର୍ମିତ କୋଠା ଭୂମିକମ୍ପରେ ସୁରକ୍ଷିତ ରହିପାରିବ ବୋଲି କହିଛନ୍ତି ଡ. ରହମାନ। ଏବେ ଡ. ରହମାନ ଏବଂ ତାଙ୍କ ଟିମ୍‌ ପ୍ୟାଣ୍ଟେଟ ଲାଗି ଅପେକ୍ଷାରେ ରହିଛନ୍ତି। ଏହା ପରେ ସେମାନେ ନିର୍ମାଣ କ୍ଷେତ୍ରକୁ ବ୍ୟବସାୟିକ ବିକ୍ରି ଆରମ୍ଭ କରିବେ।