ଏଇ ଭାରତରେ

ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଣିଷ ଜୀବନ ବଞ୍ଚାଇବା ଲାଗି ଯେତିକି ଗୁରୁତ୍ୱ ଦିଆଯାଏ ବାହାରେ ରହୁଥିତ୍ବା ପ୍ରାଣୀଙ୍କ ସୁରକ୍ଷା ଉପରେ ସେତିକି ଧ୍ୟାନ ଦିଆଯାଇ ନ ଥାଏ। କିନ୍ତୁ ହାଇଦ୍ରାବାଦର ପ୍ରଦୀପ ନାୟାର ଆଇଟି ଇଣ୍ଡଷ୍ଟ୍ରୀରୁ ଚାକିରି ଛାଡି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରାଣୀଙ୍କ ଜୀବନ ରକ୍ଷା କରୁଛନ୍ତି। କେବଳ ବିପର୍ଯ୍ୟୟ ବେଳେ ନୁହେଁ, ବର୍ଷର ଅନ୍ୟ ସମୟରେ ବି ସେ ବିଭିନ୍ନ ସ୍ଥାନରୁ ବିପଦରେ ପଡ଼ିଥିବା ପ୍ରାଣୀଙ୍କୁ ଉଦ୍ଧାର କରୁଛନ୍ତି। ଏଭଳି ସାହସିକ ପଦକ୍ଷେପ ନେଇ ଏବେ ସୁଦ୍ଧା ସେ ୭୭,୦୦୦ରୁ ଅଧିକ ପ୍ରାଣୀଙ୍କୁ ଉଦ୍ଧାର କରିସାରିଲେଣି। ଏମାନଙ୍କ ମଧ୍ୟରେ ରହିଛନ୍ତି ସାପ, କୁକୁର, ମାଙ୍କଡ, ବିଲେଇ, ବିଭିନ୍ନ ପ୍ରଜାତିର ପକ୍ଷୀ ଓ ହିଂସ୍ର ପ୍ରାଣୀ। ଉଦ୍ଧାର ପରେ ଆହତ ପ୍ରାଣୀମାନଙ୍କୁ ନେହେରୁ ଜୁଲୋଜିକାଲ ପାର୍କରେ ଚିକିତ୍ସା କରାଉଛନ୍ତି। ଆନିମଲ ଓ୍ବାରିୟର୍ସ କଞ୍ଜର୍‌ଭେଶନ ସୋସାଇଟି ଗଠନ କରି ପ୍ରାଣୀମାନଙ୍କୁ ବଞ୍ଚାଇବା ପାଇଁ ଏକ ସୁନିୟୋଜିତ ଅଭିଯାନ ଚଳାଇଛନ୍ତି ୩୭ ବର୍ଷୀୟ ପ୍ରଦୀପ। ହାଇଦ୍ରାବାଦର ଅମିନପୁରାସ୍ଥ ତାଙ୍କ ଘରେ ସେ ଅନେକ ଆହତ ବୁଲା କୁକୁରଙ୍କୁ ରଖିଛନ୍ତି ଓ ସେମାନଙ୍କ ଚିକିତ୍ସା ବ୍ୟବସ୍ଥା ମଧ୍ୟ କରୁଛନ୍ତି। କୌଣସି ପ୍ରାଣୀ ବିପଦରେ ପଡିଥିବାର ଖବର ପାଇବା କ୍ଷଣି ସେ ଓ ତାଙ୍କ ଟିମ୍‌ ସେଠାରେ ପହଞ୍ଚି ଉଦ୍ଧାର କରନ୍ତି। ସେ ତାଙ୍କ ଅଭିଯାନ ଆରମ୍ଭ କରିବା ସମୟରେ ଦୈନିକ ୧୦-୧୫ ପ୍ରାଣୀଙ୍କୁ ଉଦ୍ଧାର କରୁଥିଲେ। ଏବେ ଏହି ସଂଖ୍ୟା ବଢିପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri