ଏଇ ଭାରତରେ

ଅଭାବ ସମୟରେ ବସ୍ତିବାସିନ୍ଦା, ଦିନମଜୁରିଆ, ଟ୍ୟାକ୍ସିଚାଳକ ଏବଂ ଗୃହହୀନମାନେ ଦିନକର ରୋଜଗାର ବନ୍ଦ କରିବାକୁ ଚାହଁୁ ନ ଥିବାରୁ କୋଭିଡ୍‌ ଟିକାକରଣରେ ବେଶି ସାମିଲ ହୋଇପାରୁ ନାହାନ୍ତି। ଏହାକୁ ଲକ୍ଷ୍ୟ କରି ବେଙ୍ଗାଲୁରୁର ଡ. ଶ୍ୱେତା ଅଗ୍ରଓ୍ବାଲ ‘ମାଇଁ ଭ୍ୟାକ୍‌’ ଷ୍ଟାର୍ଟଅପ୍‌ ମାଧ୍ୟମରେ ସହରର ବିଭିନ୍ନ ସ୍ଥାନରେ ଶିବିର ଆୟୋଜନ କରି ଏମାନଙ୍କୁ ମାଗଣାରେ କୋଭିଡ୍‌ ଟିକା ଦେଉଛନ୍ତି। ଏଥିରେ ବୃହତ୍‌ ବେଙ୍ଗାଲୁରୁ ମହାନଗର ପାଳିକା (ବିବିଏମ୍‌ପି) ସହଯୋଗ କରୁଛି। ଡିସେମ୍ବର ୨୦୨୦ରେ ଡ. ଅଗ୍ରଓ୍ବାଲ ତାଙ୍କର ଦୁଇ ବନ୍ଧୁଙ୍କ ସହ ମାଇଁ ଭ୍ୟାକ୍‌ ଷ୍ଟାର୍ଟଅପ୍‌ ଆରମ୍ଭ କରି ଘରେ ବୟସ୍କ ଏବଂ ପିଲାମାନଙ୍କୁ ପୋଲିଓ, ହେପାଟାଇଟିସ୍‌- ଏ ଆଣ୍ଡ୍‌ ବି ଏବଂ ଫ୍ଲୁ ଭାଇରସ୍‌ ଆଦି ଟିକା ଦେବା ଆରମ୍ଭ କରିବା ପରେ ଏବେ ଏହା ମାଧ୍ୟମରେ କୋଭିଡ୍‌ ଟିକାକରଣ ଅଭିଯାନ ଚଳାଇଛନ୍ତି। ଏଥିପାଇଁ ନର୍ସ, ଡାକ୍ତର ଏବଂ ଟେକ୍‌ନିସିଆନଙ୍କ ସମେତ ୧୦୦ ଜଣଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ବେଙ୍ଗାଲୁରୁ ବ୍ୟତୀତ ଟିକାକରଣ ଅଭିଯାନକୁ ମୁମ୍ବାଇ ଏବଂ ପୁଣେକୁ ସମ୍ପ୍ରସାରଣ କରାଯାଇଛି ଓ ୩ଟି ସହରରେ ୪୦ଟି କ୍ୟାମ୍ପ ଆୟୋଜନ କରାଯାଇ ଏବେ ସୁଦ୍ଧା ୬,୦୦୦ ଲୋକଙ୍କୁ ମାଗଣାରେ ଟିିକା ଦିଆଯାଇଛି। ଅଧିକ ଟିକା ଉପଲବ୍ଧ ହେଲେ ଦୈନିକ ୩୦୦୦ ଲୋକଙ୍କୁ ଟିକା ଦେବାର ଲକ୍ଷ୍ୟ ରଖାଯାଇଛି ଓ ହାଇଦ୍ରାବାଦ ଏବଂ ଚେନ୍ନାଇରେଏହି ଅଭିଯାନକୁ ଆରମ୍ଭ କରାଯିବାର ଯୋଜନା କରାଯାଇଛି ବୋଲି କୁହନ୍ତି ଡ. ଅଗ୍ରଓ୍ବାଲ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri