ଏଇ ଭାରତରେ

ଦୁର୍ଗମ ଅଞ୍ଚଳରେ ଆଦିବାସୀ ସମ୍ପ୍ରଦାୟର ଶିଶୁମାନଙ୍କ ଶିକ୍ଷାରେ ଉନ୍ନତି ଆଣିବା ପାଇଁ ସନ୍ତୋଷ କୁମାର ପଣ୍ଡାଙ୍କ ଉଦ୍ୟମ ଏକ ଉଦାହରଣ ସୃଷ୍ଟି କରିଛି। ସନ୍ତୋଷଙ୍କ ବୟସ ୩୮ ଓ ସେ ରହନ୍ତି ଝାଡ଼ଖଣ୍ଡର ସିଂହଭୂମ ଜିଲାର ଦୁର୍ଗମ ଗଁା ଚାଇବସାରେ। ଏହି ଗଁାକୁ ସରଣ୍ଡା ଜଙ୍ଗଲ ଘେରି ରହିଛି। ଏଠାରେ ଅନେକ ଗରିବ ଆଦିବାସୀ ସମ୍ପ୍ରଦାୟ ପରିବାର ରହୁଛନ୍ତି। ଗଁାଠାରୁ ୨ କି.ମି ଦୂରରେ ସ୍କୁଲ ରହିଥିବାରୁ ଜଙ୍ଗଲ ରାସ୍ତା ଦେଇ ପିଲାମାନେ ପଢ଼ିବାକୁ ଯାଆନ୍ତି ନାହିଁ। ଏଣୁ ସନ୍ତୋଷ ନିଜସ୍ବ ପ୍ରୟାସରେ ୨୦୧୭ରେ ଚାଇବସାରେ ଏକ ଶିଶୁ ଶିକ୍ଷା ନର୍ସରୀ ସ୍କୁଲ୍‌ ଖୋଲି ୩୫ ଜଣ ପିଲାଙ୍କୁ ଇଂଲିଶ୍‌ ମାଧ୍ୟମରେ ମାଗଣାରେ ପଢ଼ାଉଛନ୍ତି। ଏହି ପ୍ରି ପ୍ରାଇମେରୀ ସ୍କୁଲ୍‌ରେ ମୁଖ୍ୟତଃ ଗଣିତ, ଇଂଲିଶ୍‌ ଓ ଅନ୍ୟ ବିଷୟ ପଢ଼ାଯାଉଛି। ସନ୍ତୋଷଙ୍କ ସ୍ତ୍ରୀଙ୍କ ସହ ଆଉ ଦୁଇଜଣ ମଧ୍ୟ ସ୍ବେଚ୍ଛାକୃତ ଭାବେ ଏହି ସ୍କୁଲ୍‌ରେ ପଢ଼ାଉଛନ୍ତି। ସକାଳ ୯ରୁ ୧୨ଟା ଯାଏ ସ୍କୁଲ୍‌ ଚାଲୁଛି। ଏଠାରେ କୌତୂହଳ ଶୈଳୀରେ ଫଳ, ଖେଳନା ଏବଂ ଅନ୍ୟାନ୍ୟ ଉପକରଣ ବ୍ୟବହାର କରି ପିଲାଙ୍କୁ ପଢ଼ାଯାଉଛି। ପିଲାମାନଙ୍କ ପାଇଁ ୟୁନିଫର୍ମ, ପେନ୍‌ସିଲ ଏବଂ ପାଠ୍ୟ ଉପକରଣ ଲୋକମାନଙ୍କଠାରୁ ଦାନ ଆକାରରେ ମିଳୁଛି। ସିଂହଭୂମ ଜିଲାର ୫୨ଟି ଗଁାରେ ଶିକ୍ଷା କ୍ଷେତ୍ରରେ ଆଦିବାସୀ ପରିବାରଗୁଡ଼ିକ ସମାନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଥିବାରୁ ଆଗକୁ ଏଭଳି ସ୍କୁଲ ସେଠାରେ ଖୋଲିବା ଲାଗି ଯୋଜନା ରଖିଛନ୍ତି ସନ୍ତୋଷ।


Enter your email to get our daily news in your inbox.

All Right Reserved By Dharitri.Com

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

ଲୁଚାଇବା ଅନାବଶ୍ୟକ

ସୁପ୍ରିମକୋର୍ଟ ୧୩ ମାର୍ଚ୍ଚ ୨୦୨୬ରେ ମହିଳାଙ୍କ ଋତୁସ୍ରାବକାଳୀନ ଛୁଟି ସଂକ୍ରାନ୍ତ ଆବେଦନକୁ ଖାରଜ କରିଦେବା ସହ ଦେଇଥିବା ମତକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ସର୍ବୋଚ୍ଚ ଅଦାଲତ…

ସୁଯୋଗରୁ ଫାଇଦା

ନଭେମ୍ୱର ୪, ୨୦୧୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୧୨୦ରୁ ଅଧିକ ଭାରତୀୟ ଦୂତାବାସର ମୁଖ୍ୟମାନଙ୍କ ସହ କଥା ହୋଇ ତାଙ୍କ ବୈଦେଶିକ ନୀତିକୁ ସ୍ପଷ୍ଟ କରୁଥିବା…

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri