ଏଇ ଭାରତରେ

ଶିକ୍ଷା କେବଳ ପୋଥିଗତ ବିଦ୍ୟାରେ ସୀମିତ ନୁହେଁ। କିଛି ନୂଆ ବିଷୟରେ ଜାଣିବା ଓ ଅଭିଜ୍ଞତା ହାସଲ କରିବା ଶିକ୍ଷାର ବି ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ, ଯାହା ଚେନ୍ନାଇର ଇ-ଜୋନ୍‌ କମ୍ପାନୀ କରୁଛି। ଏହା ସ୍କୁଲ ପିଲାଙ୍କ ପାଇଁ ପରିବେଶଗତ ସଚେତନତା ଓ ପ୍ରୋଜେକ୍ଟ ଉପରେ ଜୋର୍‌ ଦେଉଛି। ଇ-ଜୋନ କୋଭିଡ୍‌ ୧୯ ସଂକ୍ରମଣ ସମୟରେ ପିଲାମାନଙ୍କ ପାଇଁ ‘ବିକମ୍‌ ଏ ଲିଟଲ ଫାର୍ମର’ ବା ‘ ଜଣେ ଛୋଟ ଚାଷୀ ହୁଅ’ ଅଭିଯାନ ଆରମ୍ଭ କରିଛି। ମାଇକ୍ରୋଗ୍ରୀନ (ସାଲାଡ୍‌ରେ ବ୍ୟବହାର ହେଉଥିତ୍ବା ପରିବା ଓ ପତ୍ର ଜାତୀୟ ଉଦ୍ଭିଦ) ଚାଷ କରୁଥିବା ପିଲାମାନଙ୍କର ଏହା ଏକ ନେଟଓ୍ବର୍କ। ଦେଶରେ ଏବେ ୨୦୦୦ରୁ ଊର୍ଦ୍ଧ୍ୱ ପିଲା ମାଇକ୍ରୋଗ୍ରୀନ କୃଷକ ହୋଇପାରିଛନ୍ତି। ଇ-ଜୋନ୍‌ର ୧୫ ଦିନିଆ ଅଭିଯାନରେ ଏହି ସଫଳତା ମିଳିପାରିଛି। ଏହି କମ୍ପାନୀର ମୁଖ୍ୟ ହାଫିଜ ଖାନ ଏଭଳି ପ୍ରୋଗ୍ରାମ୍‌ ୧୪ ବର୍ଷ ତଳେ ଆରମ୍ଭ କରି ଏହା ଅଧୀନରେ କମ୍ୟୁନିଟି ଅଭିଯାନ ମାଧ୍ୟମରେ ଚେନ୍ନାଇର ସ୍କୁଲଗୁଡିକରେ ପରିବେଶଗତ ଶିକ୍ଷା ପ୍ରଦାନ କରୁଥିଲେ। କିନ୍ତୁ କୋଭିଡ୍‌-୧୯ ସଂକ୍ରମଣ ସମୟରେ ପିଲାମାନେ କିଭଳି ବାଲକୋନି ଓ ଝରକା ପାଖରେ ମାଇକ୍ରୋଗ୍ରୀନ ଚାଷ କରିପାରିବେ ସେ ସମ୍ବନ୍ଧରେ ଅନ୍‌ଲାଇନରେ ଶିକ୍ଷା ଦେଉଛନ୍ତି। ପ୍ରତିଦିନ ଦିବା ଘ୧୦.୩୦ ଓ ଘ୪.୩୦ରେ ପିଲାମାନେ ଶିକ୍ଷା ନେଉଛନ୍ତି। ଏବେସୁଦ୍ଧା ସେ ୧୮ଟି ବ୍ୟାଚକୁ ଶିକ୍ଷା ଦେଇସାରିଛନ୍ତି। ପ୍ରତି ବ୍ୟାଚରେ ୮୦ରୁ ୧୨୦ ପିଲା ରହୁଛନ୍ତି। ଚାଷ ସମ୍ପର୍କରେ ପିଲାମାନଙ୍କୁ ସହଜ ଭିଡିଓ ଶେୟାର କରୁଛନ୍ତି। ପିଲାମାନେ ଏବେ ଛୋଟ କୁଣ୍ଡ, ଆଇସକ୍ରିମ ଖୋଳ, ପ୍ଲାଷ୍ଟିକ୍‌ ବୋତଲରେ ମାଇକ୍ରୋଗ୍ରୀନ୍‌ ଉତ୍ପାଦନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri