ଏଇ ଭାରତରେ

କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ମାସ୍କ ଏକ ପ୍ରମୁଖ ଅସ୍ତ୍ର ଭାବେ କାମ କରୁଛି। ଏଥିତ୍ପାଇଁ ବିଭିନ୍ନ ପ୍ରକାର ମାସ୍କ ତିଆରି କରାଯାଉଛି। ହେଲେ କର୍ନାଟକର ସାମାଜିକ କର୍ମୀ ନୀତିନ ଭାସ୍‌ଙ୍କ ସିଡ୍‌ ମାସ୍କ ସମ୍ପୂର୍ଣ୍ଣ ନିଆରା। ମାଙ୍ଗାଲୋରରେ ସେ ‘ପେପର୍‌ ସିଡ୍‌ କୋ’ ପ୍ରତିଷ୍ଠା କରି ତା’ମାଧ୍ୟମରେ ମାର୍ଚ୍ଚ ୨୦୨୧ରୁ ଏହି ମାସ୍କ ତିଆରି କରୁଛନ୍ତି। ଏହା ପେପର୍‌ରେ ପ୍ରସ୍ତୁତ ହେଉଛି। ଏହି ପୁନଃ ଉପଯୋଗକ୍ଷମ ମାସ୍କ ତିଆରି କରିବାରେ ଦକ୍ଷିଣ କନ୍ନଡ ଗ୍ରାମର ଲୋକମାନଙ୍କୁ ସେ ନିଯୁକ୍ତ କରିଛନ୍ତି। ମାସ୍କରେ କପଡ଼ାର ଦୁଇଟି ଷ୍ଟ୍ରାପ୍‌ ଲଗାଯାଇ ସେଥିରେ ମଞ୍ଜି ଖଞ୍ଜାଯାଉଛି ଓ ଏଥିରେ ତୁଳସୀ, ଟମାଟୋ, ଭେଣ୍ଡି ଓ ଅନ୍ୟ ପରିବା ମଞ୍ଜି ଖଞ୍ଜାଯାଉଛି। ସିଡ୍‌ ମାସ୍କ ମାଟିରେ ପକାଇଲେ ସେଥିତ୍ରୁ ଗଛ ଉତୁରୁଛି। ସିଡ୍‌ ମାସ୍କ ସହ ନିମନ୍ତ୍ରଣ ପତ୍ର, ନୋଟ୍‌ପ୍ୟାଡ, ଭିଜିଟିଂ କାର୍ଡ ଏବଂ ପାମ୍ପଲେଟ ଆଦି ନୀତିନଙ୍କ କମ୍ପାନୀରୁ ପ୍ରସ୍ତୁତ କରାଯାଉଛିି। ଏସବୁକୁ ମାଟିରେ ଫିଙ୍ଗିବା ପରେ ବି ସେଥିତ୍ରୁ ଗଛ ହେଉଛି। ମାସ୍କ ପ୍ରସ୍ତୁତିରେ ନିଯୁକ୍ତ ଯୁବକ ଓ ମହିଳାମାନେ କଞ୍ଚାମାଲ ଯୋଗାଉଛନ୍ତି। ଏମାନଙ୍କ ମଧ୍ୟରୁ ଅନେକେ ଘରେ ରହି କାମ କରୁଛନ୍ତି। ଏବେ ସୁଦ୍ଧା ‘ପେପର୍‌ ସିଡ୍‌ କୋ’ ମାସ୍କ ପାଇଁ ୨ ଲକ୍ଷ ଅର୍ଡର ପାଇସାରିଲାଣି। ୧୦୦୦ଟି ଅର୍ଡର ଉପରେ ମାସ୍କ ଯୋଗାଇ ଦିଆଯାଇଛି ଓ ଅବଶିଷ୍ଟ ପାଇଁ କାର୍ଯ୍ୟ ଜାରି ରହିଛି ବୋଲି କହନ୍ତି ନୀତିନ। ମାସ୍କର ମୂଲ୍ୟ ୨୫ ଟଙ୍କା ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

ଏଇ ଭାରତରେ

ପିଲାମାନଙ୍କୁ ପରୀକ୍ଷାରେ ଭଲ ନମ୍ବର ଆଣିବାକୁ ଅଭିଭାବକ କହିଥାନ୍ତି ଓ ଚାପ ବି ପକାନ୍ତି। ପ୍ରତିକ୍ରିୟାରେ ପିଲାମାନେ ବେଳେବେଳେ ଚାପଗ୍ରସ୍ତ ହୋଇଯାନ୍ତି। କିନ୍ତୁ ଏଭଳି କ୍ଷେତ୍ରରେ...

କ୍ଷେପଣାସ୍ତ୍ର ଅଗ୍ନି-୫

ପ୍ର. ରମେଶ ଚନ୍ଦ୍ର ପରିଡ଼ା   ମାନବିକତାର ସର୍ବଶ୍ରେଷ୍ଠ ସ୍ବରୂପ ପ୍ରକଟିତ ହୋଇଥାଏ ‘ବସୁଧୈବ କୁଟୁମ୍ବକମ୍‌’ ଚିନ୍ତାଧାରାରେ। ଆଜିର ଧ୍ୱଂସମୁଖୀ ବିଶ୍ୱକୁ ଏହାହିଁ କେବଳ ଦେଇପାରନ୍ତା...

ନିର୍ବାଚନୀ ଇସ୍ତାହାର: ଏକ ଦୃଷ୍ଟିପାତ

ସୌଭାଗ୍ୟ ସୁନ୍ଦରରାୟ   ଅଷ୍ଟାଦଶ ଲୋକ ସଭା ନିର୍ବାଚନ ପାଇଁ ଇତିମଧ୍ୟରେ ବିଭିନ୍ନ ରାଜନୈତିକ ଦଳର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି। ସେଥିମଧ୍ୟରୁ ପ୍ରମୁଖ ଦଳ...

ପିଲାଙ୍କ ସ୍ୱାସ୍ଥ୍ୟ

ନେସ୍‌ଲେ ଭଳି ବହୁରାଷ୍ଟ୍ରୀୟ କମ୍ପାନୀ ବିଭିନ୍ନ ଦେଶରେ ଭିନ୍ନ ପ୍ରକାରର ଶିଶୁ ଖାଦ୍ୟ ପ୍ରସ୍ତୁତ କରୁଛି । ଏହାକୁ ଆଧୁନିକ ଭାଷାରେ ‘କର୍ପୋରେଟ୍‌ ରେସିଜିମ୍‌’ ବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri