ଏଇ ଭାରତରେ

ଏଚ୍‌ଆଇଭି ସଂକ୍ରମିତ ଲୋକଙ୍କ ପାଇଁ ଦେବଦୂତ ପାଲଟିଛନ୍ତି ମିଜୋରାମର ଭନ୍‌ଲାର୍ଲୁଟି କୋଲ୍‌ନେ। ସେ ଏବେ ସୁଦ୍ଧା ୧୦,୦୦୦ ଏଚ୍‌ଆଇଭି ସଂକ୍ରମିତଙ୍କୁ ସଶକ୍ତ କରିପାରିଛନ୍ତି। ମିଜୋରାମର ଆଜିଓ୍ବାଲାରେ କୋଲ୍‌ନେଙ୍କ ପିଲାଦିନ କଟିଥିତ୍ଲା। ମାତାପିତାଙ୍କ ବିଚ୍ଛେଦ ପରେ ସେ ବହୁ ସମସ୍ୟାର ସମ୍ମୁଖୀନ ହୋଇ ପଢ଼ିବାର ସୁଯୋଗ ପାଇ ନ ଥିଲେ। ଏପରି କି ସମୟକ୍ରମେ ସେ ନିଶାସକ୍ତ ଜୀବନ ବିତାଇଲେ ଓ ଏଚ୍‌ଆଇଭିରେ ପୀଡ଼ିତ ହୋଇଗଲେ। ସେ ସ୍ଥାନୀୟ ଚର୍ଚ୍ଚ ଗ୍ରୁପ୍‌ରେ ଯୋଗ ଦେଇ ନିଜର ଚିକିତ୍ସା କରିବା ସହ ଅନ୍ୟ ପୀଡ଼ିତଙ୍କ ସେବା କରିବାର ସୁଯୋଗ ଲାଭ କଲେ। ପରେ ସାରା ଜୀବନ ଏଚ୍‌ଆଇଭିଙ୍କ ସେବା କରିବା ଲାଗି ୨୦୦୭ରେ ଆରମ୍ଭ କଲେ ପଜିଟିଭ ଓମେନ୍‌ସ ନେଟ୍‌ଓ୍ବର୍କ ଅଫ୍‌ ମିଜୋରାମ( ପିଡବ୍ଲ୍ୟୁଏନ୍‌ଏମ୍‌)। ଏହି ସଂସ୍ଥା ମିଜୋରାମରେ ଏଚ୍‌ଆଇଭି ସହ ବଞ୍ଚୁଥିତ୍ବା ମହିଳାମାନଙ୍କୁ ଚିକିତ୍ସା ସୁବିଧା, ନ୍ୟାୟିକ ସହାୟତା ଯୋଗାଇ ଦେବା ସହ ରୋଜଗାରର ପନ୍ଥା ଦେଖାଉଛି। ସରକାରଙ୍କ ବିଭିନ୍ନ ଯୋଜନା ସହ ପୀଡ଼ିତମାନଙ୍କୁ ଯୋଡୁଛନ୍ତି।
ପିଡବ୍ଲ୍ୟୁଏନ୍‌ଏମ୍‌ କେତୋଟି ଏନଜିଓ ସହ ମିଶି ୮୫୦ ଗରିବ ଏଚ୍‌ଆଇଭି ପୀଡ଼ିତ ପରିବାରକୁ ପୁଷ୍ଟିକର ଖାଦ୍ୟ ଯୋଗାଉଛିି। ସେମାନଙ୍କୁ ଦୈନିକ ରୋଜଗାର ପାଇବାର ପନ୍ଥା ମଧ୍ୟ ଦେଖାଉଛିି। ମହିଳାମାନଙ୍କ ମଧ୍ୟରୁ ଅନେକଙ୍କୁ କିଚେନ ଗାର୍ଡେନ ଦ୍ୱାରା ଚାଷ କରିବାକୁ ସେ ଉତ୍ସାହିତ କରିଛନ୍ତି। ଏଭଳି ସେବା ଲାଗି ୩୭ ବର୍ଷୀୟା କୋଲ୍‌ନେଙ୍କୁ ବହୁ ପୁରସ୍କାର ମିଳିଛି।