ଏଇ ଭାରତରେ

ପେସାରେ ଶିକ୍ଷକ, କିନ୍ତୁ ରୋଷେଇ ଘର ବର୍ଜ୍ୟରୁ ଖତ ପ୍ର୍ରସ୍ତୁତ କରି ସେଥିରେ ଘର ଅଗଣାରେ ଏକ ବଗିଚା କରିଛନ୍ତି ଏସ. ସତ୍ୟନାରାୟଣନ୍‌। ଚେନ୍ନାଇର ଆନ୍ନା ଜେମ୍‌ ସାଇନ୍ସ ପାର୍କ ସ୍କୁଲରେ ସେ ଫ୍ରେଞ୍ଚ ଶିକ୍ଷକ ଭାବେ କାର୍ଯ୍ୟରତ। ସ୍କୁଲ ଛୁଟି ପରେ ଏଥିତ୍ରେ ତାଙ୍କ ସମୟ ଉପଯୋଗ କରୁଛନ୍ତି। ଘର ଅଗଣାରେ ୧୨୦୦ ବର୍ଗଫୁଟ୍‌ ଜାଗାରେ ଏବେ ୪୦୦ ପ୍ରକାର ଗଛ ଲଗାଇଛନ୍ତି। ୨୦୧୫ରୁ ସତ୍ୟନାରାୟଣନ୍‌ ନିଜସ୍ବ ଉଦ୍ୟମରେ ରୋଷେଇ ଘର ବର୍ଜ୍ୟରୁ ତରଳ ଖତ ପ୍ରସ୍ତୁତ କରି ବଗିଚାରେ ପ୍ରୟୋଗ କରୁଛନ୍ତି। ବଗିଚାରେ ୧୦୦ ପ୍ରକାର ପରିବା ଓ ଫଳ ଗଛ ଲଗାଇବା ସହ ୧୦୦ ପ୍ରକାର ଅର୍ଥକରୀ ଗଛ ଉତାରିଛନ୍ତି। ଡାଳିମ୍ବ, ଷ୍ଟ୍ରବେରି, ମୁଲବେରି ଆଦି ଚାଷ କରୁଛନ୍ତି। ସତ୍ୟନାରାୟଣନ୍‌ଙ୍କ ବୟସ ଏବେ ୫୧। ପ୍ରଥମେ ସେ ୫୦ କୁଣ୍ଡରେ ଗଛ ଲଗାଇଥିତ୍ଲେ ଓ ଏବେ ଏହା ୪୦୦ରେ ପହଞ୍ଚିଛି ଓ ଆଗକୁ ୧୦୦୦ ଗଛ ଲଗାଇବା ଲାଗି ଯୋଜନା ରଖିଛନ୍ତି। ତାଙ୍କ ବଗିଚାରେ ବହୁ ପ୍ରଜାତିର ଛୋଟ ଛୋଟ ପକ୍ଷୀ ବି ରହିଛନ୍ତି। ବଗିଚାରେ ପ୍ଲାଷ୍ଟିକ ବକେଟ୍‌ରେ କଇଁ ଚାଷ ବି ହେଉଛିି। ଏଭଳି ବଗିଚା କରିବା ଲାଗି ଲୋକମାନେ ସତ୍ୟନାରାୟଣନ୍‌ଙ୍କ ଠାରୁ ପ୍ରଶିକ୍ଷଣ ନେଉଛନ୍ତି। ସେ ଏବେ ଗ୍ରୀଷ୍ମକାଳୀନ କର୍ମଶାଳାରେ ୨୦ ଜଣଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ଉଭୟ ପୁରୁଷ ଓ ମହିଳା ଏଥିରେ ଯୋଗ ଦେଇଛନ୍ତି।