ଏଇ ଭାରତରେ

ପେସାରେ କମ୍ପ୍ୟୁଟର ଇଞ୍ଜିନିୟର କିନ୍ତୁ ନିଶା ଚାଷ । ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ତେଲଙ୍ଗାନାର ମାଭୁରୁମ ମଲିକାର୍ଜ୍ଜୁନ ରେଡ୍ଡୀ। ସମନ୍ବିତ କୃଷି ପଦ୍ଧତିରେ ସେ ୨୬ ପ୍ରକାର ଧାନ ଉପତ୍ାଦନ କରୁଛନ୍ତି। ୨୦୧୪ରେ ବର୍ଷକୁ ୪ ଲକ୍ଷ ଟଙ୍କା ପାଉଥିବା ଚାକିରି ଛାଡ଼ି କୁର୍ମାପଲି ଗାଁର ବାସିନ୍ଦା ମଲିକାର୍ଜ୍ଜୁନ ଜୈବିକ ପଦ୍ଧତିରେ ଧାନ ଚାଷ କରିବାକୁ ନିଷ୍ପତ୍ତି ନେଇଥିଲେ। ସେବେଠାରୁ ତାଙ୍କ ଗାଁରେ ୧୩ ଏକର ଜମିରେ ଧାନ ଚାଷ କରୁଛନ୍ତି। ୨୬ ପ୍ରକାର ଧାନ ଚାଷ କରି ସେ ଇଣ୍ଡିଆନ କାଉନ୍‌ସିଲ ଅଫ୍‌ ଏଗ୍ରିକଲ୍‌ଚର ରିସର୍ଚ୍ଚ (ଆଇସିଏଆର୍‌) ପକ୍ଷରୁ ସମ୍ମାନିତ ହୋଇଛନ୍ତି। କେବଳ ଏତିକି ନୁହେଁ, ଧାନଚାଷରେ ସେ ଆହୁରି ୮ଟି ପୁରସ୍କାର ପାଇଛନ୍ତି। ଅଭିନବ ପଦ୍ଧତିରେ ଚାଷ କରି ବର୍ଷକୁ ସେ ୧୬ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଏବେ ୨୦ ଏକର ଜମିରେ ଅଧିତ୍କ କିସମର ଧାନ ଚାଷ କରିବା ଲାଗି ଯୋଜନା ରଖିଛନ୍ତି ବୋଲି କହନ୍ତି ୪୦ ବର୍ଷୀୟ ମଲିକାର୍ଜ୍ଜୁନ। ସେ ୧ ଏକରରୁ ୪୨ କୁଇଣ୍ଟାଲ ଧାନ ଅମଳ କରୁଛନ୍ତି, ଯାହା ପାରମ୍ପରିକ ପଦ୍ଧତିର ଉପତ୍ାଦନ ଠାରୁ ୧୦-୧୨% ଅଧିତ୍କ।