ଏଇ ଭାରତରେ

ନୂଆ ତଥା ଆଧୁନିକ ପଦ୍ଧତିରେ ଆମ୍ବ ଚାଷ କରି ୧ ଏକରରୁ ୬ ଲକ୍ଷ ଟଙ୍କା ରୋଜଗାର କରିବା ଏକ ବଡ଼ ସଫଳତା ବୋଲି କୁହାଯାଇପାରେ। କେବଳ ଏତିକି ନୁହେଁ, ପର୍ଯ୍ୟାପ୍ତ ଲାଭ ପାଇବା ସହ ଅନ୍ୟ ଚାଷୀମାନଙ୍କୁ ଆମ୍ବ ଚାଷ ପ୍ରତି ଆକର୍ଷିତ କରୁଛନ୍ତି ମହାରାଷ୍ଟ୍ରର ପ୍ରେମାନନ୍ଦ ଗାଡାନେ। ମିରାଜ ସହରଠାରୁ ୨୫ କି.ମି. ଦୂର ବେଲାଙ୍କି ଗଁାରେ ତାଙ୍କ ଘର। ୨ ଏକର ଜମିରେ ସେ ଅଲ୍‌ଟ୍ରା ହାଇ ଡେନ୍‌ସିଟି ପ୍ଲାଣ୍ଟିଂ (ୟୁଏଚ୍‌ଡିପି) ପଦ୍ଧତିରେ କେଶର କିସମର ଆମ୍ବ ଚାଷ କରୁଛନ୍ତି। ଏହି ପଦ୍ଧତି ଇସ୍ରାଏଲ ଏବଂ ଦକ୍ଷିଣ ଆଫ୍ରିକାରେ କରାଯାଏ। ତେବେ ଭାରତରେ ଉକ୍ତ ପଦ୍ଧତିରେ ଚାଷ କରୁଥିବା ହାତଗଣତି ଚାଷୀଙ୍କ ମଧ୍ୟରେ ଅଧିକ ସଫଳତା ପାଇଛନ୍ତି ପ୍ରେମାନନ୍ଦ। ତାଙ୍କ ଫାର୍ମରେ ଥିବା ମୋଟ ୯୦୦ ଆମ୍ବଗଛରୁ ସେ ୧୫ଟନ୍‌ ଆମ୍ବ ପାଉଛନ୍ତି। ପାରମ୍ପରିକ ପଦ୍ଧତିରେ ଚାଷ ଅପେକ୍ଷା ଏଥିରେ ୨୦୦ ପ୍ରତିଶତ ଅଧିକ ଉତ୍ପାଦନ ହେଉଛି। ୨୦୧୫ରେ ସେ ୧ ଏକରରୁ ୩ଟନ୍‌ ଆମ୍ବ ପାଉଥିଲେ, କିନ୍ତୁ ଏବେ ଉତ୍ପାଦନ କରୁଛନ୍ତି ୭.୫ଟନ୍‌। ପ୍ରତିମାସରେ ସେ ୫୦ ଜଣ କୃଷକଙ୍କୁ ତାଙ୍କ ଫାର୍ମକୁ ଆମନ୍ତ୍ରଣ କରି ସେମାନଙ୍କୁ ଚାଷ ପଦ୍ଧତି ସମ୍ପର୍କରେ ଅବଗତ କରିବା ସହ ଏଥିପାଇଁ ଉତ୍ସାହିତ ମଧ୍ୟ କରୁଛନ୍ତି। ଅନେକ ଚାଷୀ ତାଙ୍କ ପ୍ରେରଣାରେ ୟୁଏଚ୍‌ଡିପି ପଦ୍ଧତିରେ ଆମ୍ବଚାଷ ଆରମ୍ଭ କରିଛନ୍ତି ବୋଲି କହନ୍ତି ପ୍ରେମାନନ୍ଦ। ପ୍ରେମାନନ୍ଦଙ୍କ ଦୁଇପୁଅ ତାଙ୍କୁ ଏହି ଚାଷ ଓ ମାର୍କେଟିଂରେ ସାହାଯ୍ୟ କରୁଛନ୍ତି। ପ୍ରେମାନନ୍ଦ ମଧ୍ୟ ତାଙ୍କ ନର୍ସରିରୁ ପ୍ରତିବର୍ଷ ୪୦,୦୦୦ ଆମ୍ବଚାରା ଚାଷୀମାନଙ୍କୁ ସୁଲଭ ମୂଲ୍ୟରେ ଯୋଗାଇ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri