ଏଇ ଭାରତରେ

ଚାଷୀମାନେ କେମିତି କମ୍‌ ଖର୍ଚ୍ଚରେ ଅଧିକ ଲାଭ ପାଇପାରିବେ ସେ ବିଷୟରେ ଚିନ୍ତା କରୁଛନ୍ତି ୨୨ ବର୍ଷୀୟ ଯୁବକ ଜିତେନ୍ଦ୍ର ଅତୋଦିୟା। ମଧ୍ୟପ୍ରଦେଶର ରତ୍‌ଲାମ ବାସିନ୍ଦା ଜିତେନ୍ଦ୍ର ଜୈବିକ ଖତ ପ୍ରସ୍ତୁତ କରୁଛନ୍ତି ଓ ଚାଷୀମାନଙ୍କୁ ୧ କେଜି ଖତକୁ ମାତ୍ର ୬ ଟଙ୍କାରେ ବିକୁଛନ୍ତି। ଅନ୍ୟପକ୍ଷରେ ଏହି ଖତ ବଜାରରେ କେଜି ପିଛା ୨୦୦ଟଙ୍କାରେ ବିକ୍ରି କରାଯାଉଛି। କହିବାକୁ ଗଲେ ବଜାର ମୂଲ୍ୟର ୩୩ଗୁଣ ଶସ୍ତାରେ ସେ ଚାଷୀମାନଙ୍କୁ ଖତ ଯୋଗାଇ ଦେଉଛନ୍ତି। ଏଥିରୁ ସେ ଖୁବ୍‌ କମ୍‌ ଲାଭ କରୁଛନ୍ତି ଓ ସେଥିତ୍ତ୍ରେ ପ୍ଲାଣ୍ଟ ଚଳାଉଛନ୍ତି। । ଜିତେନ୍ଦ୍ର କୃଷି ବିଜ୍ଞାନରେ ଡିଗ୍ରୀ ହାସଲ କରିଛନ୍ତି। ଜିଆଖତ ପ୍ରସ୍ତୁତ କରିବା କୌଶଳ ସମ୍ପର୍କରେ ସେ ନାବାର୍ଡରୁ ପ୍ରଶିକ୍ଷଣ ନେଇଛନ୍ତି। ୨୦୨୦ରେ ଜିତେନ୍ଦ୍ର ଜିଆଖତ ପ୍ଲାଣ୍ଟ ଆରମ୍ଭ କରିଥିତ୍ଲେ ଓ ଆରମ୍ଭରୁ ତାଙ୍କୁ ବହୁ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼ିଥିଲା। ହେଲେ ସେ ତାହାକୁ ପାର କରି କୃଷକମାନଙ୍କୁ ଶସ୍ତାରେ ଖତ ଯୋଗାଇ ଦେଇଚାଲିଛନ୍ତି। ଗତ ବର୍ଷ ସେ ୫୦୦ କୁଇଣ୍ଟାଲ ଖତ ପ୍ରସ୍ତୁତ କରି ବିକ୍ରି କରିଛନ୍ତି। ଲାଭ ଅପେକ୍ଷା କୃଷକଙ୍କ ସ୍ବାର୍ଥ ତାଙ୍କ ପାଇଁ ଅଧିତ୍କ ଗୁରୁତ୍ୱ ରଖେ ବୋଲି କହନ୍ତି ଜିତେନ୍ଦ୍ର।