ଏଇ ଭାରତରେ

କୋଭିଡ୍‌-୧୯ ମହାମାରୀ ଅନେକଙ୍କ ଜୀବିକା ଛଡ଼ାଇ ନେଇଥିବାବେଳେ ନୀତିନ ଭରଦ୍ୱାଜଙ୍କୁ ନୂତନ କାର୍ଯ୍ୟ କରିବାକୁ ବାଟ ଦେଖାଇଛି । ଚମ୍ପାରନ ଜିଲାର ମୁରେରା ଗାଁର ବାସିନ୍ଦା ନୀତିନଙ୍କ ବୟସ ୨୮। ସେ ଦିଲ୍ଲୀରେ ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ କମ୍ପ୍ୟୁଟର ପ୍ରଫେଶନାଲ ଭାବେ କାର୍ଯ୍ୟ କରୁଥିଲେ। ଚାକିରି ଛାଡ଼ି ଗାଁରେ ‘ଭରଦ୍ୱାଜ ପର୍ଲ ଫାର୍ମ ଆଣ୍ଡ୍‌ ଟ୍ରେନିଂ ସେଣ୍ଟର’ ପ୍ରତିଷ୍ଠା କରି ଏହି ଚାଷ କରୁଛନ୍ତି। ଏବେ ସେ ଏଥିରୁ ଲକ୍ଷାଧିତ୍କ ଟଙ୍କା ରୋଜଗାର କରୁଛନ୍ତି। ମହାମାରୀରେ ଜୀବିକା ହରାଇ ଗାଁକୁ ଫେରି ଆସିଥିବା ପ୍ରବାସୀ ଶ୍ରମିକମାନଙ୍କୁ ସେ ତାଙ୍କ ଫାର୍ମରେ ନିଯୁକ୍ତି ଦେଇଛନ୍ତି। କାର୍ଯ୍ୟରତ ଶ୍ରମିକମାନେ ମାସକୁ ପାଖାପାଖି ୭୦୦୦ ଟଙ୍କା ରୋଜଗାର କରିବାକୁ ସକ୍ଷମ ହେଉଛନ୍ତି। କେବଳ ଏତିକି ନୁହେଁ ସେ ମୁକ୍ତା ଚାଷ ପ୍ରଶିକ୍ଷଣ କେନ୍ଦ୍ର ଖୋଲି ଅନ୍ୟମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ସ୍ଥାନୀୟ ମତ୍ସ୍ୟ ବିଭାଗ ସହଯୋଗରେ ଏହି କାର୍ଯ୍ୟ କରୁଛନ୍ତି। ନୀତିନ ଉପତ୍ାଦିତ ମୁକ୍ତାକୁ ଏବେ ମୁମ୍ବାଇ, ଦିଲ୍ଲୀ ଓ କୋଲକାତାରେ ବିକ୍ରି କରୁଛନ୍ତି। ଏହାବାଦ୍‌ ଚାଇନା ଏବଂ ଜାପାନକୁ ମଧ୍ୟ ରପ୍ତାନି କରୁଛନ୍ତି।