ଏଇ ଭାରତରେ

ଜଙ୍ଗଲ ନିଆଁ ରୋକିବାରେ ଝାଡ଼ଖଣ୍ଡର ଭାରତୀୟ ବନ ସେବା (ଆଇଏଫ୍‌ଏସ୍‌)ଅଧିକାରୀ ବିକାଶ ଉଜ୍ଜ୍ୱଳଙ୍କ ଉପାୟ ଏବେ ସାରା ବିଶ୍ୱକୁ ଏକ ଶିକ୍ଷା ଦେଇଛି ବୋଲିି କହିଲେ ଅତ୍ୟୁକ୍ତି ହେବ ନାହିଁ। ଲୋହାରଡଗା ଜିଲାର ଡିଏଫ୍‌ଓ ବିକାଶ ବିଭିନ୍ନ ଗାଁର ୪୦୦ ଜଣଙ୍କୁ ଶୁଖିଲା ପତ୍ରରୁ ଆୟର ବାଟ ଦେଖାଇ ପାରିଛନ୍ତି । ନିଆଁର ଉତ୍ସ କୁହାଯାଉଥିତ୍ବା ଶୁଖିଲା ପତ୍ରର ଉପଯୋଗ ହେବା ଦ୍ୱାରା ଜଙ୍ଗଲ ନିଆଁକୁ ୮୦% ରୋକାଯାଇ ପାରିଛି। ଶୁଖିଲା ପତ୍ର ସହ କୋଇଲାଗୁଣ୍ଡ ମିଶାଇ ଏକ ପ୍ରକାର ଜାଳେଣି ଇଟା (ବ୍ରିକ୍ୱିଟ)ପ୍ରସ୍ତୁତ କରାଯାଇ ଏହାକୁ ସ୍ଥାନୀୟ ମାର୍କେଟରେ ବିକ୍ରି କରାଯାଉଛି। ବ୍ରିକ୍ୱିଟ୍‌ ପ୍ଲାଣ୍ଟକୁ ଜଏଣ୍ଟ ଫରେଷ୍ଟ ମ୍ୟାନେଜ୍‌ମେଣ୍ଟ କମିଟି ସଞ୍ଚାଳନ କରୁଛି ଓ ଏହି କମିଟିରେ ୧୫ଟି ଗାଁରୁ ସଦସ୍ୟ ରହିଛନ୍ତିି। ପା୍ଲଣ୍ଟରେ ଦିନକୁ ଏକ ଟନ୍‌ ପତ୍ର ଉପଯୋଗ ହେଉଛି। ଲୋକମାନେ ପତ୍ର ଗୋଟାଇ ଆଣି ନିର୍ଦ୍ଧାରିତ ମୂଲ୍ୟରେ ପ୍ଲାଣ୍ଟକୁ ବିକ୍ରି କରି ପ୍ରତ୍ୟେକ ଦିନକୁ ପାଖାପାଖି ୩୦୦ଟଙ୍କା ରୋଜଗାର କରିପାରୁଛନ୍ତି। ଏହି ଯୋଜନା ବିକାଶ ୨୦୧୯ରେ ଆରମ୍ଭ କରିବା ପରେ ଝାଡ଼ଖଣ୍ଡରେ ବଡ଼ ଧରଣର ଜଙ୍ଗଲ ନିଆଁ ଦେଖିବାକୁ ମିଳିନି। ଜଙ୍ଗଲ ନିଆଁ ହ୍ରାସ ପାଇବା ଯୋଗୁ ମଣିଷ ଓ ପଶୁ ମଧ୍ୟରେ ସଂଘର୍ଷ ମଧ୍ୟ ହ୍ରାସ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri