ଏଇ ଭାରତରେ

ନିଜ ଜୀବନକୁ ବାଜି ଲଗାଇ ଅନ୍ୟମାନଙ୍କୁ ପାଣିରୁ ଉଦ୍ଧାର କରିବାରେ ସାରା ଜୀବନ ବିତାଇଛନ୍ତି ମୁମ୍ବାଇର ମତ୍ସ୍ୟଜୀବୀ ରାଜାରାମ ଜୋଷୀ। ଗତ ୩୦ ବର୍ଷ ଧରି ସେ ନାଭିମୁମ୍ବାଇ ନିକଟସ୍ଥ କ୍ରିକ୍‌ରେ ଆମତ୍ହତ୍ୟା କରିବା ଲାଗି ଚେଷ୍ଟା କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୪୯ ଜଣଙ୍କୁ ଉଦ୍ଧାର କରିଛନ୍ତି। ରାଜାରାମ ରୁହନ୍ତି ନାଭି ମୁମ୍ବାଇର ଭାସିରେ। ୨୦୧୩ରେ ଜଣେ ମହିଳା ଆମତ୍ହତ୍ୟା କରିବା ଲାଗି କ୍ରିକ୍‌କୁ ଡେଇଁବା ପରେ ତାଙ୍କୁ ପ୍ରଥମେ ସେ ଉଦ୍ଧାର କରିଥିଲେ। ଫାୟାର ବ୍ରିଗେଡ୍‌କୁ ସହଯୋଗ କରି ନିଜେ ୫୪ଟି ମୃତଦେହ ଉଦ୍ଧାର କରିଛନ୍ତି। ରାଜାରାମ ତାଙ୍କ ଜେଜେବାପାଙ୍କଠାରୁ ୬ ବର୍ଷ ବୟସ ବେଳୁ ପହଁରା ଶିଖିତ୍ବା ପରେ ୧୨ ବର୍ଷ ବୟସରେ ତାଙ୍କ ସାଙ୍ଗ କ୍ରିକ୍‌ରେ ବୁଡ଼ିଯିବାବେଳେ ଉଦ୍ଧାର କରିଥିଲେ। ରାଜାରାମ ଏ ବାବଦରେ କାହାଠାରୁ କେବେବି କିଛି ନେଇ ନ ଥା’ନ୍ତିି। ଦୁଇବର୍ଷ ପୂର୍ବେ ତାଙ୍କୁ ନ୍ୟାଶନାଲ ଫାୟାର ସର୍ଭିସ ଓ୍ବିକ୍‌ ଅବସରରେ ସମ୍ମାନିତ କରାଯାଇଛି। ଗତବର୍ଷ ଜଣଙ୍କୁ ଉଦ୍ଧାର କରିବାକୁ ଯାଇ ରାଜାରାମ ମେରୁଦଣ୍ଡରେ ଆଘାତ ପାଇବା ପରେ ସୁସ୍ଥତା ଲାଭ କରୁଛନ୍ତି। କିନ୍ତୁ ଏହି କାର୍ଯ୍ୟରେ ଏବେ ତାଙ୍କର ଦୁଇଜଣ ସହଯୋଗୀଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି। ସେମାନେ କ୍ରିକ୍‌ ନିକଟରେ ଲୋକଙ୍କ ଉପରେ ନଜର ରଖୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri