ଏଇ ଭାରତରେ

ନିଜ ଜୀବନକୁ ବାଜି ଲଗାଇ ଅନ୍ୟମାନଙ୍କୁ ପାଣିରୁ ଉଦ୍ଧାର କରିବାରେ ସାରା ଜୀବନ ବିତାଇଛନ୍ତି ମୁମ୍ବାଇର ମତ୍ସ୍ୟଜୀବୀ ରାଜାରାମ ଜୋଷୀ। ଗତ ୩୦ ବର୍ଷ ଧରି ସେ ନାଭିମୁମ୍ବାଇ ନିକଟସ୍ଥ କ୍ରିକ୍‌ରେ ଆମତ୍ହତ୍ୟା କରିବା ଲାଗି ଚେଷ୍ଟା କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୪୯ ଜଣଙ୍କୁ ଉଦ୍ଧାର କରିଛନ୍ତି। ରାଜାରାମ ରୁହନ୍ତି ନାଭି ମୁମ୍ବାଇର ଭାସିରେ। ୨୦୧୩ରେ ଜଣେ ମହିଳା ଆମତ୍ହତ୍ୟା କରିବା ଲାଗି କ୍ରିକ୍‌କୁ ଡେଇଁବା ପରେ ତାଙ୍କୁ ପ୍ରଥମେ ସେ ଉଦ୍ଧାର କରିଥିଲେ। ଫାୟାର ବ୍ରିଗେଡ୍‌କୁ ସହଯୋଗ କରି ନିଜେ ୫୪ଟି ମୃତଦେହ ଉଦ୍ଧାର କରିଛନ୍ତି। ରାଜାରାମ ତାଙ୍କ ଜେଜେବାପାଙ୍କଠାରୁ ୬ ବର୍ଷ ବୟସ ବେଳୁ ପହଁରା ଶିଖିତ୍ବା ପରେ ୧୨ ବର୍ଷ ବୟସରେ ତାଙ୍କ ସାଙ୍ଗ କ୍ରିକ୍‌ରେ ବୁଡ଼ିଯିବାବେଳେ ଉଦ୍ଧାର କରିଥିଲେ। ରାଜାରାମ ଏ ବାବଦରେ କାହାଠାରୁ କେବେବି କିଛି ନେଇ ନ ଥା’ନ୍ତିି। ଦୁଇବର୍ଷ ପୂର୍ବେ ତାଙ୍କୁ ନ୍ୟାଶନାଲ ଫାୟାର ସର୍ଭିସ ଓ୍ବିକ୍‌ ଅବସରରେ ସମ୍ମାନିତ କରାଯାଇଛି। ଗତବର୍ଷ ଜଣଙ୍କୁ ଉଦ୍ଧାର କରିବାକୁ ଯାଇ ରାଜାରାମ ମେରୁଦଣ୍ଡରେ ଆଘାତ ପାଇବା ପରେ ସୁସ୍ଥତା ଲାଭ କରୁଛନ୍ତି। କିନ୍ତୁ ଏହି କାର୍ଯ୍ୟରେ ଏବେ ତାଙ୍କର ଦୁଇଜଣ ସହଯୋଗୀଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି। ସେମାନେ କ୍ରିକ୍‌ ନିକଟରେ ଲୋକଙ୍କ ଉପରେ ନଜର ରଖୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri