ଏଇ ଭାରତରେ

ଗ୍ରାମାଞ୍ଚଳ ପିଲାମାନଙ୍କୁ ଉନ୍ନତ ଶିକ୍ଷା ପ୍ରଦାନ କରିବା ଲାଗି ଉତ୍ତରପ୍ରଦେଶର ପ୍ରଭାତ ସକ୍‌ସେନା ୬ଟି ଜିଲାରେ ସ୍ମାର୍ଟ କ୍ଲାସ୍‌ ଚଳାଉଛନ୍ତି। ଏଥିରେ ୩୦୦୦ ଅସହାୟ ପିଲାଙ୍କୁ ସାମିଲ କରିଛନ୍ତି। ୨୦୧୫ରୁ ସେ ଏହି କାର୍ଯ୍ୟ ‘ସୃଜନ ଏକ ସୋଚ’ ଏନ୍‌ଜିଓ ମାଧ୍ୟମରେ କରୁଛନ୍ତି। ସହରାଞ୍ଚଳରେ ପିଲାମାନେ ଯେଭଳି ଶିକ୍ଷାର ସୁବିଧା ପାଉଛନ୍ତି ସେଭଳି ମାନର ଶିକ୍ଷା ପଦ୍ଧତି ସେ ଆପଣାଇଛନ୍ତି। ତାଙ୍କ ସ୍ମାର୍ଟ କ୍ଲାସର ଛାତ୍ରମାନେ ଉଚ୍ଚଶିକ୍ଷା କ୍ଷେତ୍ରରେ ବି ପାରଦର୍ଶିତା ଲାଭ କରିପାରୁଛନ୍ତି । ପ୍ରଥମରୁ ଦ୍ୱାଦଶ ଯାଏ ପିଲା ତାଙ୍କ ସ୍ମାର୍ଟ କ୍ଲାସ୍‌ରେ ପଢୁଛନ୍ତି। ୬ଟି ଜିଲାର ୧୫ରୁ ଊର୍ଦ୍ଧ୍ୱ ଗଁାରେ ଚାଲିଛି ସ୍ମାର୍ଟ କ୍ଲାସ୍‌ । ସେ ଗ୍ରାମାଞ୍ଚଳର ସ୍କୁଲଗୁଡ଼ିକୁ ପୋଷ୍ୟ ଭାବେ ଗ୍ରହଣ କରି ସ୍ମାର୍ଟ କ୍ଲାସ୍‌ ମାଧ୍ୟମରେ ପିଲାମାନଙ୍କୁ ଉଚ୍ଚମାନର ଶିକ୍ଷା ପ୍ରଦାନ କରୁଛନ୍ତି। ପ୍ରଭାତଙ୍କ ସହ ତାଙ୍କର ଅନେକ ବନ୍ଧୁ ଏହି ଅଭିଯାନରେ ଯୋଡ଼ି ହୋଇଛନ୍ତି ଓ ଏ ବାବଦର ସମସ୍ତ ଖର୍ଚ୍ଚର ୭୦% ସେମାନଙ୍କ ଦରମାରୁ ଦେଉଛନ୍ତି। ଆଉ ଯାହା ଦରକାର ତାହା କର୍ପୋରେଟ ପାର୍ଟନରଙ୍କଠାରୁ ଗ୍ରହଣ କରୁଛନ୍ତି। ୨୦୨୧ ସୁଦ୍ଧା ୪୦ଟି ଗାଁକୁ ସ୍ମାର୍ଟ କ୍ଲାସ୍‌ ସମ୍ପ୍ରସାରଣ କରି ୧୦,୦୦୦ ପିଲାଙ୍କୁ ଏଥିତ୍ରେ ସାମିିଲ କରିବାର ଲକ୍ଷ୍ୟ ରଖିଛନ୍ତି ବୋଲି କହନ୍ତି ୩୫ ବର୍ଷୀୟ ପ୍ରଭାତ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri