ଏଇ ଭାରତରେ

ରାଜସ୍ଥାନର ଜଣେ ଚାଷୀ କେବଳ ଟମାଟୋ ଚାଷକରି ବର୍ଷକୁ ୪ ଲକ୍ଷ ଟଙ୍କାରୁ ଅଧିତ୍କ ରୋଜଗାର କରୁଛନ୍ତି। ଏହି ଚାଷୀ ଜଣକ ହେଉଛନ୍ତି ସଲେରା ଗାଁର ଶଙ୍କର ଜାଟ। ତାଙ୍କ ଚାଷର ବିଶେଷତ୍ୱ ହେଉଛିି, ସେ ଜୈବିକ, ସିଞ୍ଚନ ଓ ମୁଲଚିଂ ପଦ୍ଧତିରେ ‘୧୦୫୬’ କିସମର ଟମାଟୋ ଚାଷ କରୁଛନ୍ତି। ମାଟିରେ ଶୁଖିତ୍ଲା ଘାସ ଓ କୁଟା ବିଛାଇ ଚାଷ କରିବା ଦ୍ୱାରା ସେ ୭୦ ପ୍ରତିଶତ ପାଣି ବଞ୍ଚାଇବାରେ ସକ୍ଷମ ହୋଇପାରିଛନ୍ତିି। ଭାରତୀୟ ଆଗ୍ରୋ ଇଣ୍ଡଷ୍ଟ୍ରି ଫାଉଣ୍ଡେଶନରୁ ପ୍ରଶିକ୍ଷଣ ନେଇ ଟମାଟୋ ଚାଷରେ ସଫଳତା ପାଇଛନ୍ତି ସେ। ୪୫ ବର୍ଷୀୟ ନାମମାତ୍ର ଚାଷୀ ଶଙ୍କର ଏହା ପୂର୍ବରୁ ୧.୨୫ ଏକର ଜମିରେ ବିଭିନ୍ନ ପ୍ରକାର ଫସଲ କରି ବର୍ଷକୁ ମାତ୍ର ୬୦ ହଜାର ଟଙ୍କା ପାଉଥିଲେ। ସବୁବେଳେ ଜଳାଭାବର ସମ୍ମୁଖୀନ ହେଉଥିଲେ। ଏବେ କିନ୍ତୁ ସେତିକି ଜମିରୁ କେବଳ ଟମାଟୋ ଚାଷ କରି ପାଉଛନ୍ତି ପାଖାପାଖି ୭ ଗୁଣ ଲାଭ। ୨୦୧୬ରେ ପ୍ରଥମେ ସେ ଟମାଟୋ ଚାଷ ଆରମ୍ଭ କରିଥିଲେ। ଚାଷରେ ନିଜେ ଜୈବିକ ଖତ ପ୍ରସ୍ତୁତ କରି ଉପଯୋଗ କରୁଛନ୍ତି। ପ୍ରତିଦିନ ସେ ୨୦ ମିନିଟ୍‌ ସିଞ୍ଚନ ପଦ୍ଧତିରେ ଜଳସେଚନ କରିଥାଆନ୍ତି। ଶଙ୍କରଙ୍କ ଚାଷ ପଦ୍ଧତି ଏବେ ତାଙ୍କ ଅଞ୍ଚଳରେ ବେଶ୍‌ ଆଦୃତ ହୋଇପାରିଛି। ତାଙ୍କ ଆଖପାଖ ଗାଁର ପ୍ରାୟ ୫୦ ଜଣ ଚାଷୀ ଏହି ପଦ୍ଧତିରେ ଟମାଟୋ ଚାଷ କରିବା ଆରମ୍ଭ କରିଛନ୍ତି।