ଏଇ ଭାରତରେ

ଜଣେ ଆଦର୍ଶ ଶିକ୍ଷକ ହେବ ତ ମଧ୍ୟପ୍ରଦେଶର ଆଲୋକ ତ୍ରିପାଠୀଙ୍କ ଭଳି ହେବା ଦରକାର। ସତନା ଜିଲା ସହଦେବା ଗାଁର ସରକାରୀ ପୂର୍ବ ମାଧ୍ୟମିକ ବିଦ୍ୟାଳୟରେ ଆଲୋକ ପ୍ରଧାନ ଶିକ୍ଷକ। ସେ ସ୍ଥାନୀୟ ଅଞ୍ଚଳରେ ଶିକ୍ଷାର ବିକାଶ କରିବା ସହ ଦୀର୍ଘ ୨୦ ବର୍ଷ ମଧ୍ୟରେ ସ୍କୁଲର ୩.୫ ଏକର ଟାଙ୍ଗର ଜମିକୁ ଜଙ୍ଗଲ କରିପାରିଛନ୍ତି।
ଏଥିରେ ସେ ଆମ୍ବ, ଅଁଳା, ଜାମୁ, ନିମ୍ବ, ତୁଳସୀ, ଅଶ୍ୱଗନ୍ଧା, ଅଶ୍ୱତ୍‌ଥ, ମହୁଲ, ବର ଆଦି ପ୍ରାୟ ୨୪୦ ପ୍ରକାରରୁ ଅଧିକ ଗଛ ଲଗାଇଛନ୍ତି। ୧୯୮୬ରେ ଆଲୋକ ପ୍ରଥମେ ୫ଟି ଚାରା ଲଗାଇଥିଲେ ଓ ତାହାକୁ ଗୋରୁ ଖାଇ ଦେବା ପରେ ସେ ଏକ ଭିନ୍ନ ପନ୍ଥା ଆପଣାଇଥିଲେ।
ପରେ ଜଣେ ଗ୍ରାମବାସୀ ତାଙ୍କ ପିତାଙ୍କ ସ୍ମୃତିରେ ଦାନ କରିଥିବା ୨୭ଟି ଚାରାର ସୁରକ୍ଷା ଦାୟିତ୍ୱ ନେଇଥିଲେ ଆଲୋକ। ପ୍ରତ୍ୟେକ ଗଛର ସୁରକ୍ଷାର ଖର୍ଚ୍ଚ ଆଲୋକ ବହନ କରନ୍ତି। ଯେଉଁ ବ୍ୟକ୍ତିଙ୍କ ସ୍ମୃତିରେ ଗଛ ଲଗାଯାଇଛି ସେଥିରେ ସେମାନଙ୍କ ନାମ ଉଲ୍ଲେଖ କରାଯାଇଛି। ଏହିସବୁ କାର୍ଯ୍ୟ ପାଇଁ ଆଲୋକଙ୍କୁ ମଧ୍ୟପ୍ରଦେଶ ସ୍କୁଲ ବିଭାଗ ଆଉଟ୍‌ଷ୍ଟାଣ୍ଡିଂ ଟିଚର୍ସ ଆଓ୍ବାର୍ଡ ପ୍ରଦାନ କରିଛି।