ଏଇ ଭାରତରେ

ମହିଳାମାନେ କୃଷି କ୍ଷେତ୍ରରେ ସଫଳତାର ଶୀର୍ଷକୁ ଯାଇପାରିବେ। ଏହା ପ୍ରମାଣ କରିଛନ୍ତି ଉତ୍ତରପ୍ରଦେଶର ସାନ୍ନା ଖାଁ। ମିରଟ ନିବାସୀ ୩୧ ବର୍ଷୀୟା ସାନ୍ନା ଜୈବିକ କୃଷି ପାଇଁ କୃଷକମାନଙ୍କୁ ପ୍ରୋତ୍ସାହିତ କରିବା ସହ ଜିଆଖତ ପ୍ରସ୍ତୁତ କରି ବର୍ଷକୁ ୧ କୋଟି ରୋଜଗାର କରୁଛନ୍ତି। ୨୦୧୪ରେ ୨୩ ବର୍ଷ ବୟସରେ ସେ ଏହା ଆରମ୍ଭ କରିଥିଲେ। ସେତେବେଳେ ସେ ବି.ଟେକର ୩ୟ ବର୍ଷ ଛାତ୍ରୀ ଥିଲେ। ଜିଆଖତ ପ୍ରସ୍ତୁତ କରିବା ଲାଗି ସେ ଆଗେଇ ଆସିବା ବେଳେ ତାଙ୍କୁ ମା’ ବାପା ରୋକିଥିଲେ। ସେ କାହା କଥା ନ ମାନି ଏ କ୍ଷେତ୍ରକୁ ଆସିଥିଲେ। ପ୍ରଥମେ ତାଙ୍କ ଭାଇଙ୍କଠାରୁ ଆର୍ଥିକ ସହାୟତା ପାଇ ଏସଜେ ଅର୍ଗାନିକସ କମ୍ପାନୀ ଆରମ୍ଭ କରିଥିଲେ। ଡାଇରୀ ଫାର୍ମ ମାଲିକମାନଙ୍କ ସହ ଯୋଗାଯୋଗ କରି ସେଠାରୁ ଗୋବର ସଂଗ୍ରହ ସହ ଜିଆଖତ ପ୍ରସ୍ତୁତ କରୁଥିଲେ। ଏହା ସହ ଜିଆଖତ ପାଇଁ ମିରଟ୍‌ ଓ ଗାଜିଆବାଦରୁ ଘରୋଇ ବର୍ଜ୍ୟ ସଂଗ୍ରହ କରି ଉପଯୋଗ କରୁଛନ୍ତି। ଗୋଟିଏ ପ୍ରୋସେସିଂରେ ବର୍ଜ୍ୟରୁ ଦେଢମାସରେ ଜିଆଖତ ପ୍ରସ୍ତୁତ ହୋଇପାରୁଛି ଏବଂ ଏହାକୁ ପରୀକ୍ଷା କରାଯାଇ ବ୍ୟବହାର ପାଇଁ ପ୍ୟାକ କରାଯାଉଛି। ୨୦୧୫ରୁ ସାନ୍ନା ଜିଆଖତରୁ ପ୍ରଥମେ ଲାଭ ପାଇଥିଲେ। ୨୦୨୦ ସୁଦ୍ଧା ୫୦୦ ଟନ ଖତ ପ୍ରସ୍ତୁତ କରି ସାରିଥିଲେ ଓ ଏଥିରୁ ବାର୍ଷିକ ୧ କୋଟି ଟଙ୍କା ଆୟ କରୁଛନ୍ତି। ତାଙ୍କ କମ୍ପାନୀର ଦକ୍ଷତା ବୃଦ୍ଧି କରିଛନ୍ତି ଓ ମାସକୁ ୧୫୦ ଟନ୍‌ ଖତ ପ୍ରସ୍ତୁତ କରାଯାଉଛି। ଏହି କାର୍ଯ୍ୟରେ ସେ ୪୦ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

ଏକତରଫା ମୂଲଚାଲ

ଦୁଇଦଶନ୍ଧିରୁ ଅଧିକ ସମୟ ଧରି ଭାରତକୁ ଏକ ନିରପେକ୍ଷ ଭାଗୀଦାରି ଭାବେ ଆମେରିକା ବିବେଚନା କରିଆସିଛି। ଭାରତର ବିକାଶଶୀଳ ଶକ୍ତି, ଦକ୍ଷତାସମ୍ପନ୍ନ ମିଲିଟାରି ଏବଂ ଗଣତାନ୍ତ୍ରିକ ପରିଚୟ…

ଚଉପାଢ଼ିର ନୀରବତା

ଧୁନିକତା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସୁବର୍ଣ୍ଣ ଯୁଗ ଭାବରେ ଅଭିହିତ ଏକବିଂଶ ଶତାବ୍ଦୀରେ ମୋବାଇଲ, ଇଣ୍ଟରନେଟ, ସାମାଜିକ ଗଣମାଧ୍ୟମ, କୃତ୍ରିମ ବୁଦ୍ଧିମତ୍ତା ଆଦି ମାଧ୍ୟମରେ ସମଗ୍ର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri