ଏଇ ଭାରତରେ

ପିଲାଟିର ନାମ ତନୟ ଜୈନ। ବୟସ ମାତ୍ର ୧୫ ବର୍ଷ। ସେ କୋଲକାତାର ସେଣ୍ଟ୍‌ ଜେମ୍ସ ସ୍କୁଲରେ ୧୦ମ ଶ୍ରେଣୀରେ ପଢୁଛନ୍ତି। ତନୟ କପଡ଼ା ଫ୍ୟାକ୍ଟ୍ରିରୁ ଅଦରକାରୀ କପଡ଼ା ସଂଗ୍ରହ କରି ସେଥିତ୍ତ୍ରେ ପିଲାମାନଙ୍କ ପାଇଁ ପୋଷାକ ତିଆରି କରି ଏବେ ସୁଦ୍ଧା ୨୫୦୦ ପିଲାଙ୍କୁ ପୋଷାକ ଯୋଗାଇ ସାରିଲେଣି। ପୋଷାକ ତିଆରି କରିବାରେ ସେ କୋଲକାତାର ବିଭିନ୍ନ ସ୍ଥାନରେ ୬୮ ଜଣ କାରିଗରଙ୍କୁ ନିଯୁକ୍ତି ଦେଇଛନ୍ତି। ତନୟ ତାଙ୍କ ବାପାଙ୍କ କପଡ଼ା ଫ୍ୟାକ୍ଟ୍ରିକୁ ବୁଲିଯିବା ସମୟରେ ଅଦରକାରୀ କପଡ଼ା ସବୁ ଫିଙ୍ଗି ଦିଆଯାଉଥିବା ଦେଖିବାକୁ ପାଇଥିଲେ। ପରେ ସେ ଏହାକୁ ସିଲାଇ କରି ଅସହାୟ ପିଲାମାନଙ୍କ ପାଇଁ ପୋଷାକ ତିଆରି କରିବାକୁ ଯୋଜନା କରିଥିଲେ। କର୍ତ୍ତାନ ଫାଉଣ୍ଡେଶନ ନାମରେ ଏକ ସଂସ୍ଥା ଗଢ଼ିି ତା’ ମାଧ୍ୟମରେ ଏହି କାର୍ଯ୍ୟ କରୁଛନ୍ତି। ଏଥିରେ ତାଙ୍କ ପରିବାର ଓ ସମ୍ପର୍କୀୟମାନେ ଆର୍ଥିକ ସହଯୋଗ ଯୋଗାଇ ଦେଉଛନ୍ତି। ତନୟ ୩୫୦୦ ମିଟର କପଡ଼ାର ପୁନଃ ଉପଯୋଗ କରି ସାରିଲେଣି। ସେଥିରୁ ପ୍ରସ୍ତୁତ ପୋଷାକଗୁଡ଼ିକୁ କୋଲକାତା, ଗୁଆହାଟୀ ସହରରେ ଅସହାୟ ପିଲାମାନଙ୍କୁ ବାଣ୍ଟୁଛନ୍ତି। ଗୋଟିଏ ପୋଷାକ ସିଲାଇ କରି ତାହାକୁ ପିଲାଙ୍କ ପାଖରେ ପହଞ୍ଚାଇବା ଲାଗି ୨୦୦ଟଙ୍କା ଖର୍ଚ୍ଚ ହେଉଛି। ଏସବୁ ଖର୍ଚ୍ଚ ସେ ଅନୁଦାନରୁ ପ୍ରାପ୍ତ ଟଙ୍କାରେ ଭରଣା କରୁଛନ୍ତି। ଅସହାୟ ପିଲାଙ୍କୁ ଚିହ୍ନଟ କରି ସେମାନଙ୍କୁ ପୋଷାକ ବଣ୍ଟନ କରିବାରେ ତାଙ୍କ ପରିବାର ସଦସ୍ୟ ଓ କେତୋଟି ଏନ୍‌ଜିଓ ସାହାଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri