ଏଇ ଭାରତରେ

ବହୁ ସମୟରେ ଆମ ଦେଶର ଚାଷୀମାନେ ଚାଷର ନୂୂଆ କୌଶଳ ଖୋଜି ସଫଳ ହେବା ଦୃଷ୍ଟାନ୍ତ ଦେଖିବାକୁ ମିଳେ। ଏଇ ଯେମିତି ସଫଳତା ହାସଲ କରିଛନ୍ତି ମହାରାଷ୍ଟ୍ରର କୃଷକ ମକବୁଲ ଶେଖ୍‌। ଲାଟୁରର ନୀଳଗାଁ ନିବାସୀ ମକବୁଲ ୧୦ ଏଚ୍‌ପିର ଏକ ବୁଲେଟ୍‌ ଟ୍ରାକ୍ଟର ତିଆରି କରିଛନ୍ତି। ଏଥିରେ ହଳ କରାଯାଉଛି, ବିହନ ବୁଣାହେଉଛି। ଏହା ଘାସ ବାଛିବା ସହ କୀଟନାଶକ ସିଞ୍ଚନ କରିପାରୁଛି। ଇନ୍ଧନ ଦୃଷ୍ଟିରୁ ବିଚାର କଲେ ଏହା ଅନ୍ୟ ଟ୍ରାକ୍ଟର ତୁଳନାରେ ବହୁତ ପ୍ରଭାବୀ। ଏତେ କାର୍ଯ୍ୟ କରିପାରୁଥିବା ବୁଲେଟ୍‌ ଟ୍ରାକ୍ଟରର ଦାମ ସେ ରଖିତ୍ଛନ୍ତି ୧.୬ ଲକ୍ଷ ଟଙ୍କା। ଛୋଟ ମଡେଲ୍‌ର ଦାମ ରହିଛି ମାତ୍ର ୬୦,୦୦୦ ଟଙ୍କା। ଏହି ଦାମ୍‌ ଏବେ ମାର୍କେଟରେ ଉପଲବ୍ଧ ଟ୍ରାକ୍ଟର ଦାମ୍‌ର ୧୦ ଭାଗରୁ ଭାଗେ। ଲାଟୁର ମରୁଡିପ୍ରବଣ ଅଞ୍ଚଳ ହୋଇଥିବାରୁ ସେଠାରେ ୨୦୧୫ରେ ମକବୁଲ ଚାଷ କରି ଘୋର କ୍ଷତିର ସମ୍ମୁଖୀନ ହେବା ପରେ ଖାଦ୍ୟ ଓ ଜଳାଭାବରୁ ତାଙ୍କ ବଳଦ ବିକିଦେଇଥିଲେ। ଏଭଳି ଏକ ସଙ୍କଟ ତାଙ୍କୁ ନୂଆ ଚାଷ ପଦ୍ଧତି ସମ୍ପର୍କରେ ଚିନ୍ତା କରିବାର ସୁଯୋଗ ଆଣିଦେଇଥିତ୍ଲା ଓ ୨୦୧୬ରେ ଏହି ଟ୍ରାକ୍ଟର ତିଆରି କରିବାରେ ଲାଗିଥିତ୍ଲେ। ବୁଲେଟ ଟ୍ରାକ୍ଟରର ପ୍ରଥମ ମଡେଲ ନିର୍ମାଣ କରିବାକୁ ତାଙ୍କୁ ଦୁଇ ବର୍ଷ ଲାଗିଯାଇଥିଲା। ଏଥିରେ ସଫଳ ହେବା ପରେ ଏବେ ସୁଦ୍ଧା ସେ ତାଙ୍କ ଗାଁ ଓ ଆଖପାଖ ଗାଁରେ ୧୪୦ଟି ଟ୍ରାକ୍ଟର ବିକ୍ରି କରିସାରିଲେଣି।