ଏଇ ଭାରତରେ

ଅନେକ ସମୟରେ ଜଣଙ୍କର ନୂତନ ଜ୍ଞାନକୌଶଳ ପ୍ରଦୂଷଣ ରୋକିବାରେ ନୂଆ ବାଟ ଦେଖାଇଥାଏ, ଯେମିତି କରିଛନ୍ତି କେରଳର ଭାରତୀୟ ବନ ସେବା ଅଧିକାରୀ ମୀନାକ୍ଷୀ ସି। ସେ ଚାରା ଉତାରିବା ପାଇଁ ପ୍ଲାଷ୍ଟିକ ବ୍ୟାଗ୍‌ ବ୍ୟବହାର ବନ୍ଦ କରି ନଡ଼ିଆ କତା କୁଣ୍ଡ ଉପଯୋଗ କରୁଛନ୍ତି। ପ୍ରତିବର୍ଷ ବନ ବିଭାଗ ସ୍କୁଲ, କଲେଜ, କ୍ଲବ୍‌, ପଞ୍ଚାୟତ ଏବଂ ବିଭିନ୍ନ ସଂସ୍ଥାଗୁଡ଼ିକୁ ପ୍ରାୟ ୯୦ ଲକ୍ଷ ଚାରା ଯୋଗାଇଥାଏ। ଏହାଦ୍ୱାରା ଚାରା ପ୍ରସ୍ତୁତିରେ ବ୍ୟବହାର କରାଯାଉଥିବା ୯୦ ଲକ୍ଷ ପଲିଥିନ୍‌ ବ୍ୟାଗ୍‌ର ନକାରାମତ୍କ ପ୍ରଭାବରୁ ପରିବେଶକୁ ରକ୍ଷା କରିବା ପାଇଁ ବିକଳ୍ପ ଭାବେ ନଡ଼ିଆ କତା କୁଣ୍ଡ ଉପଯୋଗ କରୁଛନ୍ତି ମୀନାକ୍ଷୀ। ୨୦୧୮ରେ ମୀନାକ୍ଷୀ କେରଳ କେନ୍ଦ୍ରାଞ୍ଚଳର ବନ ସଂରକ୍ଷକ ଭାବେ ନିଯୁକ୍ତି ପାଇବା ପରେ ୨୦୧୯ରେ ଚାରା ପାଇଁ ପଲିଥିନ ବଦଳରେ ନଡ଼ିଆ କତା କୁଣ୍ଡ ବ୍ୟବହାର ଆରମ୍ଭ କରିଥିଲେ। ସେ ତାମିଲନାଡୁର ପୋଲାଚିରୁ ପ୍ରଥମେ ଏହି କୁଣ୍ଡ ମଗାଇ ସେଥିରେ ଚାରା ଉତାରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଏବେ ସୁଦ୍ଧା ଏମିତିକା ୫୦ ଲକ୍ଷ ଚାରା ବଣ୍ଟନ କରିସାରିଲେଣି। ଦ୍ୱିତୀୟ ପର୍ଯ୍ୟାୟ ଚାରା ପ୍ରସ୍ତୁତ କରିବାରେ ଲାଗିଛନ୍ତି ମୀନାକ୍ଷୀ ଓ ତାଙ୍କ ଟିମ୍‌। କତା କୁଣ୍ଡର ଲମ୍ବ ୧୦୦ମି.ମି., ବ୍ୟାସ ୫୦ମି.ମି. ଓ ମୋଟା ୨.୫ ମି.ମି.। ଏହା ଦେଖିବାକୁ କୋନ୍‌ ଆକୃତିର। ଓଜନ କମ୍‌। ଚାରା ନେବା ଆଣିବାରେ ଏହା ନଷ୍ଟ ହେଉନି। ମୀନାକ୍ଷୀଙ୍କର ଏହି ଯୋଜନାରେ ଏର୍ନାକୁଲମର ଡିଭିଜନାଲ ଫରେଷ୍ଟ ଅଫିସର ବି ସାମିଲ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri