ଏଇ ଭାରତରେ

ପେସାରେ ସାମ୍ବାଦିକ ହେଲେ ମଧ୍ୟ ଚାଷରେ ଏକ ନମ୍ବର। ଏମିତି ଜଣେ ସାମ୍ବାଦିକ ହେଉଛନ୍ତି କେରଳର ୫୦ ବର୍ଷୀୟ ନାରାୟଣନ୍‌ କନାଲୟାମ। ତାଙ୍କ ଫାର୍ମରେ ୮୭ ପ୍ରକାରର ବିନ୍ସ ଉପତ୍ାଦନ କରୁଛନ୍ତି। ପୁରୁଣା ପ୍ରଜାତିର ଶସ୍ୟ ସଂରକ୍ଷଣ କରିବା ଲକ୍ଷ୍ୟରେ ସେ ଏହି ଚାଷ ଜାରି ରଖିଛନ୍ତି। ୨୦୧୬ରୁ ନାରାୟଣନ୍‌ ଚାଷ ଆରମ୍ଭ କରିଥିଲେ। ଓ୍ବାୟନାଡାସ୍ଥିତ ଏମ୍‌. ଏସ୍‌. ସ୍ବାମୀନାଥନ୍‌ ରିସର୍ଚ୍ଚ ଫାଉଣ୍ଡେଶନସ୍‌ କମ୍ୟୁନିଟି ଆଗ୍ରୋବାୟୋଡାଇଭର୍ସିଟି ସେଣ୍ଟରରୁ ୨୭ ପ୍ରକାର ବିନ୍ସ ବିହନ ଆଣି ପ୍ରଥମେ ୭ ଏକର ଜମିରେ ଚାଷ କରିଥିଲେ। ଏହାପରେ ସେ ରାଜସ୍ଥାନ ଏବଂ ଆସାମର ଚାଷୀମାନଙ୍କଠାରୁ ଅବଶିଷ୍ଟ ବିନ୍ସର ବିହନ ସଂଗ୍ରହ କରିଛନ୍ତି। ନାରାୟଣନ୍‌ଙ୍କ ମା’ ଓ ତାଙ୍କ ସ୍ତ୍ରୀ ତାଙ୍କୁ କୃଷିରେ ସହଯୋଗ କରୁଛନ୍ତି। ସେ ସକାଳ ୫ଟାରୁ ୭ଟା ଯାଏ କ୍ଷେତରେ କାମ କରି ତା’ପରେ ଅଫିସ ବାହାରିଯାଆନ୍ତି। ପୁଣି ଅପରାହ୍ନ ୪ଟାରେ ଫେରି ତାଙ୍କ ମା’ଙ୍କ ସହ କାର୍ଯ୍ୟରେ ଯୋଗଦିଅନ୍ତି। ବିନ୍ସରୁ ସେ ମାସକୁ ୨୫,୦୦୦ ରୁ ଊର୍ଦ୍ଧ୍ୱ ଟଙ୍କା ରୋଜଗାର କରୁଛନ୍ତି। ସ୍ଥାନୀୟ ଚାଷୀମାନଙ୍କୁ ସେ ବିନ୍ସ ବିହନ ବି ଯୋଗାଇ ଦେଉଛନ୍ତି। କେବଳ ଏତିକି ନୁହେଁ, ତାଙ୍କ ଅଞ୍ଚଳରେ ପ୍ରାୟ ୮୦ ଜଣ ମହିଳାଙ୍କୁ କିଚେନ ଗାର୍ଡେନରେ ପରିବା ଉପତ୍ାଦନ କରିବା ଲାଗି ଉତ୍ସାହିତ କରିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri