ଏଇ ଭାରତରେ

ମୁମ୍ବାଇର ବାଲ୍‌ ଗୋପାଲ ମିତ୍ର ମଣ୍ଡଳ ଦ୍ୱାରା ଏବେ ନିଆରା ଢଙ୍ଗରେ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଉଛି। ସିଦ୍ଧିବିନାୟକ ସୋସାଇଟି ଦ୍ୱାରା ପରିଚାଳିତ ଏହି ମଣ୍ଡଳରେ ପ୍ରଥମରୁ ମାଟି ଓ ପରେ ପ୍ଲାଷ୍ଟର ପାରିସରେ ତିଆରି ଗଣେଶଙ୍କୁ ପୂଜା କରାଯାଉଥିଲା। ହେଲେ ଏବେ ପରିବେଶ ଉପଯୋଗୀ ଗଣେଶ ମୂର୍ତ୍ତି ପୂଜା କରାଯାଉଛି। ୨୦୦୮ରେ ଏହି ମଣ୍ଡଳର କାରିଗର ଦିଗମ୍ବର ମାୟେକର ଏବଂ ତାଙ୍କ ଦୁଇ ପୁଅ ସୁନୀଲ ଓ ରାଜେଶ ପ୍ଲାଷ୍ଟରପାରିସ ବଦଳରେ ପ୍ରଥମେ ବାଉଁଶ ଫ୍ରେମ ଉପରେ ଟିସୁ ପେପର ଲଗାଇ ଗଣେଶ ମୂର୍ତ୍ତି କରିଥିଲେ। ତା’ପରଠାରୁ ସେମାନେ ବିସର୍ଜନ ସମୟରେ ସେହି ଟିସୁ ପେପର ସଂଗ୍ରହ କରି ତାହା ସହିତ ବ୍ୟବହୃତ ଫୁଲକୁ ନେଇ ମଣ୍ଡ ପ୍ରସ୍ତୁତ କରୁଛନ୍ତି ଓ ସେଥିରେ କଦଳୀଗଛର ତନ୍ତୁ ବ୍ୟବହାର କରି ମୂର୍ତ୍ତି ତିଆରି କରୁଛନ୍ତି। ଏହି ମୂର୍ତ୍ତି ପରିବେଶ ଉପଯୋଗୀ ହେବା ସହ ମୂର୍ତ୍ତିତିଆରି ଜିନିଷର ପୁନଃବିନିଯୋଗ ହୋଇପାରୁଛି। ଦିଗମ୍ବର ପ୍ରଥମେ ୨୦୨୨ରେ ବିବାହ ମଣ୍ଡପରୁ କଦଳୀ ଗଛ ସଂଗ୍ରହ କରି ତା’ ତନ୍ତୁରେ ୨୨ ଫୁଟ ଉଚ୍ଚ ଗଣେଶ ମୂର୍ତ୍ତି ନିର୍ମାଣ କରିଥିଲେ।

 

Dharitri – Odisha’s No.1 Odia Daily