ଏଇ ଭାରତରେ

ବଣ ପାହାଡ଼ଘେରା ଦୁର୍ଗମ ଅଞ୍ଚଳର ଆଦିବାସୀ ଗ୍ରାମଗୁଡ଼ିକରେ ଶିକ୍ଷକ ଭାବେ କାର୍ଯ୍ୟ କରିବା ପାଇଁ ପ୍ରାୟ ଅନେକ ଅମଙ୍ଗ ହୋଇଥାନ୍ତି। କିନ୍ତୁ ମହାରାଷ୍ଟ୍ରର ଶିକ୍ଷକ ଦମ୍ପତି ପୋପାଟ୍ରାଓ ଫୁଣ୍ଡେ ଓ ତାଙ୍କ ସ୍ତ୍ରୀ ଅନୁରାଧାଙ୍କ ଚିନ୍ତାଧାରା ଭିନ୍ନ। ସେମାନେ ଆଦିବାସୀ ଗ୍ରାମରେ ଶିକ୍ଷାର ବିକାଶ କରିବା ସହିତ ସେଠାକାର ଗାଁଗୁଡ଼ିକରେ ଥିବା ଅସହାୟଙ୍କୁ ସାହାଯ୍ୟ କରୁଛନ୍ତି। ଉକ୍ତ ଶିକ୍ଷକ ଦମ୍ପତି ସେମାନଙ୍କ ମାସିକ ଦରମାରୁ ୧୦ ପ୍ରତିଶତ ଖର୍ଚ୍ଚ କରି ଲୋକମାନଙ୍କୁ ସ୍ବାବଲମ୍ବୀ କରୁଛନ୍ତି। ଆଦିବାସୀ ପିଲାମାନଙ୍କର ସମସ୍ତ ଖର୍ଚ୍ଚ ବହନ କରି ସ୍କୁଲକୁ ଆଣୁଛନ୍ତି। କେବଳ ଏତିକି ନୁହେଁ ସେ ଅଞ୍ଚଳରେ ଥିବା ଅସହାୟ ମହିଳା, ବିଧବା, କୃଷକମାନଙ୍କୁ ବି ସହାୟତା ଯୋଗାଇ ଦେଉଛନ୍ତି। କୃଷକଙ୍କୁ ଛେଳି, ମହିଳାଙ୍କୁ ସିଲେଇ ମେଶିନ ଦେଇ ସଶକ୍ତ କରୁଛନ୍ତି ଏହି ଦମ୍ପତି। ପୋପାଟ୍ରାଓ ଅହମଦନଗରର ଜିଲା ପାଥଡିର ଓ୍ବିକାରସ୍ତି ଜିଲାପରିଷଦ ସ୍କୁଲ ଓ ତାଙ୍କ ସ୍ତ୍ରୀ ଅନୁରାଧା ଜିଲା ପରିଷଦ ସ୍କୁଲରେ କାର୍ଯ୍ୟରତ। ଏହି ଶିକ୍ଷକ ଦମ୍ପତି ସେମାନଙ୍କ ସେବା ୨୦୧୪ରୁ ଆରମ୍ଭ କରିଛନ୍ତି। ଦୁହେଁ ଗାଁ ଲୋକଙ୍କୁ ଏକାଠି କରି ସ୍ବଚ୍ଛତା ଅଭିଯାନ ମଧ୍ୟ ଜାରି ରଖିଛନ୍ତି।