ଏଇ ଭାରତରେ

୯୩ ବର୍ଷ ବୟସରେ ଚାଷକାର୍ଯ୍ୟ କରିବା କଥା କେବେ ଭାବି ପାରୁଛନ୍ତି! ହେଲେ କେରଳର କୋଝିକୋଡ଼େ ନିବାସୀ ଚିଦାମ୍ବରମ୍‌ ନାୟାର ଏହି ପରିଣତ ବୟସରେ ଜୈବିକ ଚାଷ କରୁଛନ୍ତି। ସ୍କୁଲ ଶିକ୍ଷକରୁ ଅବସର ନେବା ପରେ ସେ ଏହି କାର୍ଯ୍ୟ ଜାରି ରଖିତ୍ଛନ୍ତି। ତାଙ୍କ ସ୍ବାସ୍ଥ୍ୟ ରହସ୍ୟ ପଛରେ ରହିଛି ତାଙ୍କ ସନ୍ତୁଳିତ ଖାଦ୍ୟ। କ୍ଷେତରୁ ଯାହା ଉପତ୍ାଦନ କରନ୍ତି ତାହା ସେ ଖାଇଥାଆନ୍ତି। ଶହେ ଛୁଇଁବାକୁ ଆଉ ୭ ବର୍ଷ ଥିବାବେଳେ କାହାର ସହଯୋଗ ନ ନେଇ ସବୁ କାମ କରିପାରୁଛନ୍ତି। ପିଲାଟି ଦିନରୁ ସେ ଚାଷକାର୍ଯ୍ୟରେ ଅଭ୍ୟସ୍ତ ଥିବା ଯୋଗୁ ଏହା ସମ୍ଭବ ହୋଇପାରୁଛି। ଛୋଟବେଳେ ସେ ତାଙ୍କ ଘର ଅଗଣାରେ ଏକ ପରିବା ଉଦ୍ୟାନ କରିବା ପରେ ଚାଷ ପ୍ରତି ତାଙ୍କର ଆଗ୍ରହ ସୃଷ୍ଟି ହୋଇଥିତ୍ଲା। ତା’ପରେ ସେ ତାଙ୍କ ଜମିରେ ଚାଷକାର୍ଯ୍ୟ ଆରମ୍ଭ କରିଥିଲେ। ଚିଦାମ୍ବରମ୍‌ ଶିକ୍ଷକ ଭାବେ ୨୭ ବର୍ଷ ରହିଥିଲେ ମଧ୍ୟ ଚାଷକୁ ଛାଡ଼ି ନ ଥିଲେ। କ୍ଷେତରୁ ଫେରିବା ପରେ ସ୍କୁଲକୁ ଠିକ୍‌ ସମୟରେ ଯାଉଥିଲେ। ସ୍କୁଲରୁ ଫେରି ପୁଣି କ୍ଷେତରେ ପହଞ୍ଚତ୍ ଯାଉଥିଲେ। ସେ ୭ ଏକର ଜମିରେ ୩୫୦ ନଡ଼ିଆ ଗଛ ଲଗାଇବା ସହ ବିଭିନ୍ନ ପ୍ରକାର ପନିପରିବା ଓ ମସଲା ଚାଷ କରୁଛନ୍ତି। ଘର ପାଇଁ କିଛି ରଖିବା ପରେ ଅବଶିଷ୍ଟ ଉପତ୍ାଦକୁ ବଜାରରେ ବିକ୍ରି କରିଦିଅନ୍ତି। ସେ ପ୍ରତିଦିନ ରାତି ୯ଟା ପୂର୍ବରୁ ଶୋଇ ସକାଳ ୬ଟାରେ ଉଠି ଗାଧୋଇବା ପରେ ତାଙ୍କ ଫାର୍ମକୁ ଚାଲିଯାଆନ୍ତି। ଘରକୁ ଖାଇବା ଓ ଶୋଇବାକୁ କେବଳ ଆସିଥାଆନ୍ତି। ଆଉ ତାଙ୍କର ବାକିତକ ସମୟ ଫାର୍ମରେ କଟେ। ଏହି ପରିଣତ ବୟସରେ ସୁସ୍ଥ ଜୀବନ ଲାଗି କୃଷି ହିଁ ତାଙ୍କ ପାଇଁ ବ୍ୟାୟାମର ଏକ ଶ୍ରେଷ୍ଠ ବିକଳ୍ପ ବୋଲି କହନ୍ତି ଚିଦାମ୍ବରମ୍‌।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

ଏକତରଫା ମୂଲଚାଲ

ଦୁଇଦଶନ୍ଧିରୁ ଅଧିକ ସମୟ ଧରି ଭାରତକୁ ଏକ ନିରପେକ୍ଷ ଭାଗୀଦାରି ଭାବେ ଆମେରିକା ବିବେଚନା କରିଆସିଛି। ଭାରତର ବିକାଶଶୀଳ ଶକ୍ତି, ଦକ୍ଷତାସମ୍ପନ୍ନ ମିଲିଟାରି ଏବଂ ଗଣତାନ୍ତ୍ରିକ ପରିଚୟ…

ଚଉପାଢ଼ିର ନୀରବତା

ଧୁନିକତା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସୁବର୍ଣ୍ଣ ଯୁଗ ଭାବରେ ଅଭିହିତ ଏକବିଂଶ ଶତାବ୍ଦୀରେ ମୋବାଇଲ, ଇଣ୍ଟରନେଟ, ସାମାଜିକ ଗଣମାଧ୍ୟମ, କୃତ୍ରିମ ବୁଦ୍ଧିମତ୍ତା ଆଦି ମାଧ୍ୟମରେ ସମଗ୍ର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri