ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ଟିଭି ଶୋ’ ଦେଖି ଷ୍ଟ୍ରବେରି ଚାଷ ଆରମ୍ଭକରି ଜଣେ ସଫଳ ଚାଷୀ ହୋଇପାରିଛନ୍ତି। ସେ ବିନା ମାଟି ଅର୍ଥାତ୍‌ କେବଳ ପାଣି (ହାଇଡ୍ରୋପୋନିକ୍ସ ପଦ୍ଧତି)ରେ ଚାଷକରି ପ୍ରଥମ ପର୍ଯ୍ୟାୟରେ ୫ ଟନ୍‌ ଷ୍ଟ୍ରବେରି ଉତ୍ପାଦନ କରିବା ସହ ଲକ୍ଷାଧିକ ଟଙ୍କା ଲାଭ ପାଇଛନ୍ତି। ଧୀରଜ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲକରିବା ପରେ ୧୩ ବର୍ଷ ଧରି ୧୦ ଏକର ପୈତୃକ ଜମିରେ ବିଭିନ୍ନ ପ୍ରକାର ଶସ୍ୟ ଓ ପନିପରିବା ଚାଷ କରୁଥିଲେ। କିନ୍ତୁ ତାହା ଲାଭଜନକ ନ ହେବାରୁ ଟିଭିରେ ଇସ୍ରାଏଲରେ ହେଉଥିବା ଷ୍ଟ୍ରବେରି ଚାଷ ପଦ୍ଧତିକୁ ଦେଖି ତାହା କରିବାକୁ ନିଷ୍ପତ୍ତି ନେଇଥିଲେ। ପରେ ମଧ୍ୟପ୍ରଦେଶରୁ ଏହି ଚାଷ ସମ୍ପର୍କରେ ପ୍ରଶିକ୍ଷଣ ନେଇ ତାଙ୍କ ଗାଁ ବାରାବାଙ୍କିର ମୀନାପୁରରେ ୩,୫୦୦ ବର୍ଗଫୁଟ ଜାଗାରେ ହାଇଡ୍ରୋପୋନିକ୍ସ ଚାଷ ପାଇଁ ଆବଶ୍ୟକ ଉପକରଣ ଲଗାଇଛନ୍ତି। ସମୁଦାୟ ପଦ୍ଧତି ଶେଷକରିବା ଲାଗି ଦେଢ଼ବର୍ଷରେ ସେ ୧୨ ଲକ୍ଷ ଟଙ୍କା ବ୍ୟୟ କରିଛନ୍ତି। ସେ ଏଥିରେ ୯,୦୦୦ ଷ୍ଟ୍ରବେରି ଚାରାଗଛ ଲଗାଇଛନ୍ତି। ଏଥିର ଗତ ୨ ମାସରେ ସେ ୫ ଟନ୍‌ ଷ୍ଟ୍ରବେରି ଉତ୍ପାଦନକରି ୩ ଲକ୍ଷ ଟଙ୍କା ଲାଭ ପାଇଛନ୍ତି। ଆସନ୍ତା ବର୍ଷ ଏହି ଚାଷରୁ ୧୦ ଲକ୍ଷ ଟଙ୍କା ଲାଭ କରିବେ ବୋଲି ଆଶାବାଦୀ ଅଛନ୍ତି ଧୀରଜ।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚର୍ଚ୍ଚାରେ ରାୟଗଡ଼ା ରାଜନୀତି: ୪ ଦିନ ତଳେ ଭାଜପାରେ ମିଶିଥିଲେ, ପୁଣି ବିଜେଡିକୁ ଫେରିଲେ; ଦିଲୀପଙ୍କ ନାଁରେ ଅଭିଯୋଗ…

ରାୟଗଡ଼ା,୨୭।୧(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ଜିଲା ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି । ଭାଜପାରେ ମିଶିବାର ଚାରି ଦିନ ପରେ ପୁଣି ବିଜେଡିକୁ ଫେରିଛନ୍ତି…

ହାଉସ୍‌ଓ୍ବାଇଫ୍‌ ବୋଲି ଚିନ୍ତିତ କି? ଘରୁ ଏହି ୫ ବ୍ୟବସାୟ ଆରମ୍ଭ କରି କରନ୍ତୁ ମୋଟା ଅଙ୍କର ରୋଜଗାର…

ନୂଆଦିଲ୍ଲୀ,୨୭।୧: ଆଜିକାଲି ସମୟରେ ଜଣେ ଗୃହିଣୀ ଘରେ ସୀମିତ ରହିବାକୁ ଚାହାଁନ୍ତି ନାହିଁ। ସେ ନିଜର ପରିଚୟ ତିଆରି କରିବାକୁ, ଆତ୍ମନିର୍ଭରଶୀଳ ହେବାକୁ ଏବଂ ପରିବାରର ଆୟରେ…

ଦେଓମାଳୀ ବୁଲିବାକୁ ଗଲାବେଳେ ଆଖିବୁଜିଲେ ଦୁଇ ସାଙ୍ଗ: ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି  ଅନ୍ୟଜଣେ

ପଟ୍ଟାଙ୍ଗି,୨୭।୦୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ କୁନ୍ଦୁଲି ହାଇସ୍କୁଲ ସମୁଖରେ ଏକ ପିକ୍‌ଅପ ଭ୍ୟାନ ସହ ମୋଟର ସାଇକେଲ ଧକ୍କା ହୋଇଛି। ଏଥିରେ …

ଯଦି ପାକିସ୍ତାନ ଟି୨୦ ବିଶ୍ୱକପ୍ ବର୍ଜନ କରେ ତେବେ କ’ଣ ହେବ?

ନୂଆଦିଲ୍ଲୀ,୨୭।୧: ଆଗାମୀ T20 ବିଶ୍ୱକପ୍‌କୁ ନେଇ କ୍ରିକେଟ୍ ଦୁନିଆରେ ଏବେ ଅସ୍ଥିରତା ଦେଖାଦେଇଛି। ବାଂଲାଦେଶ ସହ ଏକତା ପ୍ରଦର୍ଶନ କରି ପାକିସ୍ତାନ ଏହି ମେଗା ଇଭେଣ୍ଟକୁ ସମ୍ପୂର୍ଣ୍ଣ…

କୋର୍ଟରେ ହାଜର ହେଲେ ହାର୍ଡକୋର୍‌ ମାଓବାଦୀ ଆଜାଦ

ମୋହନା୨୭।୧(ମନ୍ମଥ ମିଶ୍ର): ପୋଲିସ ହାର୍ଡକୋର୍‌ ମାଓବାଦୀ ଆଜାଦଙ୍କୁ ରିମାଣ୍ଡରେ ଆଣି ବୁଧବାର ମୋହନା JMFC କୋର୍ଟରେ ହାଜର କରିଛି। ମାଓବାଦୀ ସବ୍ୟସାଚୀ ପଣ୍ଡାଙ୍କ ଡାହାଣ ହାତ କୁହାଯାଉଥିବା…

ରାସ୍ତା ଉପରେ ସ୍କର୍ପିଓ ରଖି କରୁଥିଲେ ଲୁଟ୍‌: ମାଡ଼ିବସିଲା ପୋଲିସ

କେସିଙ୍ଗା,୨୭।୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ ପଲମ ଟୋଲଗେଟ୍‌ ଛକ ନିକଟ ରାସ୍ତାରେ ୪ ଜଣ ସୋମବାର ରାତିରେ ଲୋକଙ୍କଠାରୁ ଲୁଟ୍‌ କରୁଥିଲେ। ପଲମ…

ରାଜ୍ୟସ୍ତରୀୟ ଆଦିବାସୀ ମେଳାରେ ଘୁମୁରା ଗାୟକ ଗୋଲକଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ, ଛୁଟୁଛି ଶୁଭେଚ୍ଛାର ସୁଅ

କେସିଙ୍ଗା,୨୭।୧(ତୁମେଶ୍ୱର ସାହୁ ): ଭୁବନେଶ୍ୱରଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଆଦିବାସୀ ମେଳାରେ କେସିଙ୍ଗା ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ଘୁମୁରା ଗାୟକ ଗୋପାଳ ନାଏକଙ୍କୁ ତାଙ୍କର ଶ୍ରେଷ୍ଠ ଲୋକ ଗୀତ…

ମୁକ୍ତ ହେବ ବାଲ୍ୟ ବିବାହ: ବାହାରିଲା ସାଇକେଲ ଶୋଭାଯାତ୍ରା

ବଡବିଲ,୨୭।୧(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡବିଲର ବିଭିନ୍ନ ସ୍ଥାନରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆଇନ ବିଭାଗର ବଡବିଲ ତାଲୁକ ଆଇନ ସେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri