ଏଇ ଭାରତରେ

ଦେଶରେ ଅନେକ ବ୍ୟକ୍ତି କିମ୍ବା ସଂସ୍ଥା କ୍ୟାନ୍‌ସର ରୋଗୀମାନଙ୍କ ପାଇଁ କେଶ ବା ଚୁଟି ସଂଗ୍ରହ ଅଭିଯାନ ଚଳାଇଥିବାବେଳେ ଦିଲ୍ଲୀର ଦୁଇ ଭାଇ ରୋଗୀମାନଙ୍କୁ କେମୋ କ୍ୟାପ୍‌ ତିଆରି କରି ବାଣ୍ଟୁଛନ୍ତି। ଦିଲ୍ଲୀର ଏହି ଦୁଇ ଭାଇ ହେଉଛନ୍ତି ସମର୍ଥ ନାଥ ଓ ସାର୍ଥକ ନାଥ। ଏମାନଙ୍କ ବୟସ ଯଥାକ୍ରମେ ୧୮ ଓ ୧୭। କିଶୋର ବୟସରେ ଏମାନେ ଯେଉଁ ଅଭିଯାନ ଆରମ୍ଭ କରିଛନ୍ତି ତାହା କିଛି କମ୍‌ ନୁହେଁ। ଏମାନଙ୍କ ଆଈ ମା’ କ୍ୟାନ୍‌ସରରେ ପୀଡିତ ହୋଇ ୨୦୧୭ରେ ମୃତ୍ୟୁମୁଖରେ ପଡ଼ିବା ପରେ ଏମାନେ ଏହି ଅଭିଯାନ ଆରମ୍ଭ କରିଛନ୍ତି। ତାଙ୍କ ଆଈମା’ କେମୋ ନେଇ ଚୁଟି ଝଡିଯିବା ପରେ ସେ ସେତେବେଳେ ଯେଉଁ ସମସ୍ୟାର ସମ୍ମୁଖୀନ ହୋଇଥିଲେ ତାହା ଆଉ କେଉଁ ପୀଡିତଙ୍କ କ୍ଷେତ୍ରରେ ନ ହେଉ, ସେଥିପାଇଁ ଦୁଇ ଭାଇ ଏଭଳି ଅଭିଯାନ ଆରମ୍ଭ କରିଥିଲେ। ଏବେ ସୁଦ୍ଧା ଏମାନେ ୫,୦୦୦ କ୍ୟାପ୍‌ ମାଗଣାରେ ବାଣ୍ଟି ସାରିଛନ୍ତି। ଏମାନଙ୍କ ପରିବାରର ଟେକ୍ସଟାଇଲ ବିଜ୍‌ନେସ ଥିବାରୁ କପଡ଼ା ପାଇବା ଲାଗି କୌଣସି ଅସୁବିଧା ହେଉନାହିଁ। ସେମାନେ ଦିଲ୍ଲୀ ଏମ୍‌ସ ଏବଂ ନାଗପୁରର କେତୋଟି ହସ୍ପିଟାଲରେ ଏହି ସବୁ କ୍ୟାପ ବାଣ୍ଟୁଛନ୍ତି। ଏବେ ଏହି କ୍ୟାପ୍‌କୁ ଅନ୍‌ଲାଇନରେ ବିକ୍ରି କରିବା ଆରମ୍ଭ କରି ୪୦୦ କ୍ୟାପ୍‌ ବିକ୍ରି କରିଛନ୍ତି। ଯେଉଁ ଟଙ୍କା ସେମାନଙ୍କୁ ମିଳୁଛି ସେଥିରେ ସେମାନେ ଆଉ ଅଧିକ କ୍ୟାପ ତିଆରି କରି ଦେଶର ବିଭିନ୍ନ ହସ୍ପିଟାଲରେ କ୍ୟାନ୍‌ସର ରୋଗୀମାନଙ୍କୁ କେମୋ କ୍ୟାପ୍‌ ବାଣ୍ଟିବାର ଲକ୍ଷ୍ୟ ରଖିଛନ୍ତି ବୋଲି କହନ୍ତି ସାର୍ଥକ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri