ଏଇ ଭାରତରେ

ବାଇକର ଓଜନ ମାତ୍ର ୩୫ କିଲୋଗ୍ରାମ। ଏହାକୁ ପୁଣି ଚଲାଇବେ ବିନା ଡ୍ରାଇଭିଂ ଲାଇସେନ୍ସରେ।
ଏମିତି କଥା ଶୁଣି ଆଶ୍ଚର୍ଯ୍ୟ ହେଉଥିବେ, ହେଲେ ଏହା ସତ। ହାଇଦ୍ରାବାଦର ଭାମ୍‌ସି ଗଡାମ ଏଭଳି ଇଲେକଟ୍ରୋନିକ ବାଇକ ନିର୍ମାଣ କରିଛନ୍ତି।
ଭାମ୍‌ସିଙ୍କ ଷ୍ଟାର୍ଟ ଅପ୍‌ ‘ଅଟୋମୋବାଇଲ’ ଏହି ବାଇକ ପ୍ରସ୍ତୁତ କରିଛି। ଥରେ ଚାର୍ଜ ହେଲେ ଯାଉଛି ୧୦୦ କି.ମି.। ଏହା ଅତି ବେଶିରେ ଘଣ୍ଟାକୁ ୨୫ କି.ମି. ବେଗରେ ଯାଉଛି। ଏଥିପାଇଁ ଏହି ବାଇକ ଚଳାଇବା ଲାଗି ଚାଳକଙ୍କୁ ଡ୍ରାଇଭିଂ ଲାଇସେନ୍ସର ଆବଶ୍ୟକତା ରହୁନି। ସବୁଠୁ କମ୍‌ ବେଗରେ ମୋଟରସାଇକେଲ ଭାବେ ଏହାକୁ ଇଣ୍ଟରନ୍ୟାଶନାଲ ସେଣ୍ଟର ଫର ଅଟୋମୋଟିଭ ଟେକନୋଲୋଜି (ଆଇସିଏଟି) ସ୍ବୀକୃତି ଦେଇଛି ା ଏହି ବାଇକର ନାମ ରଖାଯାଇଛି ଏଟିୟୁଏମ୍‌ ୧୦। ହାମ୍‌ସି ଆମେରିକାର ପୁର୍‌ଡ୍ୟୁ ବିଶ୍ୱବିଦ୍ୟାଳୟରୁ ବିଜନେସ ମ୍ୟାନେଜମେଣ୍ଟରେ ଡିଗ୍ରୀ ହାସଲ କରିଛନ୍ତି। ଭାମ୍‌ସିଙ୍କ ସହ ଆଉ ୧୦ ଜଣ ଇଞ୍ଜିନିୟର ମିଶି ଏହି ବାଇକ୍‌ ତିଆରି କରିବା ସହ ଏହାର ପରୀକ୍ଷଣ ମଧ୍ୟ ଶେଷ କରିଛନ୍ତି। ବ୍ୟାଟେରି ଚାର୍ଜ ଜାଣିବା ଲାଗି ଡିଜିଟାଲ ଡିସପ୍ଲେ ରହିଛି। ଏବେ ସୁଦ୍ଧା ଏହି ବାଇକ ପାଇଁ ୩୦୦ ଜଣ ବୁକିଂ କରିସାରିଲେଣି। ଭାରତର ବିଭିନ୍ନ ରାଜ୍ୟରୁ ଏହି ସବୁ ବିକିଂ ହେଉଛି। ଏହାର ମୂଲ୍ୟ ରଖାଯାଇଛି ୫୦ ହଜାର ଟଙ୍କା। ତେବେ ଏହାର ଚାହିଦା ବୃଦ୍ଧି ପାଇଲେ ଦିନକୁ ୨୫୦-୩୦୦ ବାଇକ୍‌ ତାଙ୍କ ଷ୍ଟାର୍ଟଅପରେ ନିର୍ମାଣ କରାଯାଇପାରିବ ବୋଲି କହନ୍ତି ଭାମ୍‌ସି।