ଏଇ ଭାରତରେ

ପଶ୍ଚିମବଙ୍ଗ ପୂର୍ବ ବର୍ଦ୍ଧମାନ ଜିଲା ବସନ୍ତପୁର ଗାଁରେ ଥିବା ସ୍କୁଲରେ ପ୍ରାୟ ୧୦ ବର୍ଷ ହେବ ଦ୍ୱିଜେନ୍ଦ୍ର ନାଥ ଘୋଷ ମାଗଣାରେ ପଢାଉଛନ୍ତି। ତାଙ୍କୁ ଏବେ ବୟସ ୭୬। ସେ ଶିକ୍ଷକ ଭାବେ ଅବସର ନେବା ପରେ ଏବେ ବସନ୍ତପୁର ଜୁନିୟର ହାଇସ୍କୁଲକୁ ବଞ୍ଚାଇ ରଖିବା ଲାଗି ପଢାଉଛନ୍ତି। ଘୋଷଙ୍କ ଜନ୍ମ ଏକ ଗରିବ ପରିବାରରେ। ପିଲାଦିନେ ତାଙ୍କୁ ଖାଦ୍ୟ ପାଇଁ ସଂଗ୍ରାମ କରିବାକୁ ପଡ଼ିଥିଲା। ସେହି ପରିସ୍ଥିତିରେ ସେ ପଢିଥିଲେ ଓ ଶିକ୍ଷକ ହୋଇପାରିଥିଲେ। ୧୯୭୫ରେ ଚାକିରିରେ ଯୋଗଦେଇ ୨୦୦୮ରେ ଜମାଳପୁର ହାଇସ୍କୁଲରୁ ଅବସର ନେବାପରେ ଗାଁକୁ ଫେରି ହାଇସ୍କୁଲ ଖୋଲିିଥିଲେ । ପ୍ରଥମେ ୪୦ ଜଣ ପିଲାଙ୍କୁ ନେଇ ଏହା ଆରମ୍ଭ କରାଯାଇଥିଲା। ୨୦୧୦ରେ ଏହା ସରକାରୀ ସ୍ବୀକୃତି ପାଇଥିଲା। ହେଲେ ସ୍ଥାୟୀ ଶିକ୍ଷକ ନିଯୁକ୍ତି ଅଭାବ ରହିଥିବାରୁ ସ୍କୁଲ ବନ୍ଦ ହୋଇଯିବାର ସମ୍ଭାବନାକୁ ଲକ୍ଷ୍ୟ କରି ଘୋଷ ପଢ଼ାଇବା ଜାରି ରଖିଛନ୍ତି। ଏବେ ସ୍କୁଲରେ ଘୋଷଙ୍କୁ ଛାଡ଼ିଦେଲେ ୪ ଜଣ ଅସ୍ଥାୟୀ ଶିକ୍ଷକ ରହିଛନ୍ତି ଓ ମୋଟ ୧୪୦ ପିଲା ପଢୁଛନ୍ତି। ବର୍ଷକୁ ମାତ୍ର ୨୫ ହଜାର ଟଙ୍କା ଅନୁଦାନ ମିଳୁଛି। ଶିକ୍ଷକଙ୍କୁ ଦରମା ଦେଇ ସ୍କୁଲ ପରିଚାଳନା କରିବା କଷ୍ଟକର ହୋଇପଡ଼ୁଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

ପରିଚିତଙ୍କ ହାତରେ ପଦବୀ

ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା...

ପରମ୍ପରାରେ ସୁନାର ମହତ୍ତ୍ୱ

ବିଶ୍ବର ପ୍ରାୟ ସମସ୍ତ ରାଷ୍ଟ୍ରରେ ସୁନା ପ୍ରତି ବିଶେଷ ଆକର୍ଷଣ ରହିଆସିଛି। ସୁନା ପ୍ରତି ଥିବା ଅହେତୁକ ମୋହ ଅନ୍ୟ କୌଣସି ଧାତୁଠାରେ ଦେଖିବାକୁ ମିଳେ...

ବ୍ୟସ୍ତ ହୁଅନ୍ତୁନି, ମୁଁ ଅଛି

ଗତ କିଛିଦିନ ତଳେ ଆଧାର କାର୍ଡ ନବୀକରଣ କରିବା ପାଇଁ ସକାଳ ୯ଟା ସମୟରେ ଘରୁ ବାହାରିପଡିଲି। ଆଧାର କାର୍ଡ ନବୀକରଣ ଚାନ୍ଦିନୀଚୌକ ନିକଟସ୍ଥ ସବ୍‌ପୋଷ୍ଟ...

ମହାସାଗରରେ ନିବେଶ

ନିବେଶକମାନେ ନିବେଶ କରିବାକୁ ନିଷ୍ପତ୍ତି ନେବାବେଳେ ସେଥିରେ ଥିବା ସୁଯୋଗ, ବିପଦ ଏବଂ ଆଶା କରାଯାଉଥିବା ଲାଭ ସମ୍ପର୍କରେ କିଛି ମୌଳିକ ପ୍ରଶ୍ନ ଉତ୍ଥାପନ କରିଥାଆନ୍ତି।...

ଏଇ ଭାରତରେ

ସୀମା ସଶସ୍ତ୍ର ବଳ(ଏସ୍‌ଏସ୍‌ବି)ରେ ଦେଶକୁ ସୁରକ୍ଷା ଦେବା ଲାଗି ଅଧିକାରୀ ଭାବେ ଦାୟିତ୍ୱ ତୁଲାଇବା ସହ ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଉତ୍କୃଷ ପାଣ୍ଡେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri