ଏଇ ଭାରତରେ

ପଶ୍ଚିମବଙ୍ଗ ପୂର୍ବ ବର୍ଦ୍ଧମାନ ଜିଲା ବସନ୍ତପୁର ଗାଁରେ ଥିବା ସ୍କୁଲରେ ପ୍ରାୟ ୧୦ ବର୍ଷ ହେବ ଦ୍ୱିଜେନ୍ଦ୍ର ନାଥ ଘୋଷ ମାଗଣାରେ ପଢାଉଛନ୍ତି। ତାଙ୍କୁ ଏବେ ବୟସ ୭୬। ସେ ଶିକ୍ଷକ ଭାବେ ଅବସର ନେବା ପରେ ଏବେ ବସନ୍ତପୁର ଜୁନିୟର ହାଇସ୍କୁଲକୁ ବଞ୍ଚାଇ ରଖିବା ଲାଗି ପଢାଉଛନ୍ତି। ଘୋଷଙ୍କ ଜନ୍ମ ଏକ ଗରିବ ପରିବାରରେ। ପିଲାଦିନେ ତାଙ୍କୁ ଖାଦ୍ୟ ପାଇଁ ସଂଗ୍ରାମ କରିବାକୁ ପଡ଼ିଥିଲା। ସେହି ପରିସ୍ଥିତିରେ ସେ ପଢିଥିଲେ ଓ ଶିକ୍ଷକ ହୋଇପାରିଥିଲେ। ୧୯୭୫ରେ ଚାକିରିରେ ଯୋଗଦେଇ ୨୦୦୮ରେ ଜମାଳପୁର ହାଇସ୍କୁଲରୁ ଅବସର ନେବାପରେ ଗାଁକୁ ଫେରି ହାଇସ୍କୁଲ ଖୋଲିିଥିଲେ । ପ୍ରଥମେ ୪୦ ଜଣ ପିଲାଙ୍କୁ ନେଇ ଏହା ଆରମ୍ଭ କରାଯାଇଥିଲା। ୨୦୧୦ରେ ଏହା ସରକାରୀ ସ୍ବୀକୃତି ପାଇଥିଲା। ହେଲେ ସ୍ଥାୟୀ ଶିକ୍ଷକ ନିଯୁକ୍ତି ଅଭାବ ରହିଥିବାରୁ ସ୍କୁଲ ବନ୍ଦ ହୋଇଯିବାର ସମ୍ଭାବନାକୁ ଲକ୍ଷ୍ୟ କରି ଘୋଷ ପଢ଼ାଇବା ଜାରି ରଖିଛନ୍ତି। ଏବେ ସ୍କୁଲରେ ଘୋଷଙ୍କୁ ଛାଡ଼ିଦେଲେ ୪ ଜଣ ଅସ୍ଥାୟୀ ଶିକ୍ଷକ ରହିଛନ୍ତି ଓ ମୋଟ ୧୪୦ ପିଲା ପଢୁଛନ୍ତି। ବର୍ଷକୁ ମାତ୍ର ୨୫ ହଜାର ଟଙ୍କା ଅନୁଦାନ ମିଳୁଛି। ଶିକ୍ଷକଙ୍କୁ ଦରମା ଦେଇ ସ୍କୁଲ ପରିଚାଳନା କରିବା କଷ୍ଟକର ହୋଇପଡ଼ୁଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri