ଏଇ ଭାରତରେ

ବୋନ୍‌ମ୍ୟାରୋ କ୍ୟାନ୍‌ସରକୁ ହରାଇ ଏକ ନୂତନ ଜୀବନ ଜିଉଛନ୍ତି ବାରାଣସୀର ଶ୍ୟାମ ଶ୍ରୀବାସ୍ତବ। ନୂଆ ଜୀବନରେ ଶିକ୍ଷାଦାନକୁ ବ୍ରତ କରିଛନ୍ତି ଓ ମାଗଣାରେ ଗରିବ, ଅସହାୟ ପିଲାମାନଙ୍କୁ ସେ ପଢ଼ାଉଛନ୍ତି। ଏଥିପାଇଁ ସେ ତିନୋଟି କେନ୍ଦ୍ରରେ ପିଲାମାନଙ୍କୁ ପଢ଼ାଉଛନ୍ତି। ବାରାଣସୀର ଜନସା ଗାଁରେ ୨୦୧୯ରେ ଶ୍ୟାମ ପ୍ରଥମେ ଏହି ପିଲାମାନଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ। ତାହା ପୁଣି ଗୋଟିଏ ନିମ୍ବ ଗଛମୂଳେ। ପରେ ଏକ ଘରେ ପଢ଼ାଉଛନ୍ତି, ଯାହାର ସ୍ଥିତି ଭଲ ନାହିଁ। ସେଥିପାଇଁ ଗ୍ରାମବାସୀଙ୍କ ସାହାଯ୍ୟ ଲୋଡ଼ି ଘର ତିଆରି ଆରମ୍ଭ କରିଛନ୍ତି। ଶ୍ୟାମଙ୍କ ଜୀବନ ଭଲରେ କଟୁଥିବାବେଳେ ୨୦୧୮ରେ ତାଙ୍କୁ ବୋନ୍‌ମ୍ୟାରୋ କ୍ୟାନ୍‌ସର ହୋଇଥିବା ଜଣାପଡ଼ିଥିଲା । ୨୦୧୯ରେ ବୋନ୍‌ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ପରେ ସେଥିରୁ ସେ ମୁକ୍ତ ହୋଇ ଗରିବ ପିଲାମାନଙ୍କୁ ପଢ଼ାଇବା ଲାଗି ନିଷ୍ପତ୍ତି ନେଇଥିଲେ ଓ ତାହା ଆରମ୍ଭ କରିଥିଲେ। କେବଳ ଜନସା ଗାଁ ନୁହେଁ, ୨୦୨୦ରେ ରାଜତଲାବ ଗାଁ ଓ ୨୦୨୧ରେ ରବିଦାସ ଘାଟରେ ମଧ୍ୟ ସେ ଶିକ୍ଷା କେନ୍ଦ୍ର ଖୋଲିଥିଲେ। ପ୍ରତି କେନ୍ଦ୍ରରେ ଏବେ ପାଖାପାଖି ୨୦୦ ପିଲା ପଢୁଛନ୍ତି। ପିଲାମାନଙ୍କ ପାଠ୍ୟ ଉପକରଣ ଅଭାବ ବହୁ ସଂସ୍ଥା ଓ ବଦାନ୍ୟ ବ୍ୟକ୍ତିଙ୍କ ଦାନରେ ପୂରଣ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri