ଏଇ ଭାରତରେ

ଘର ବର୍ଜ୍ୟରୁ ଖତ ପ୍ରସ୍ତୁତ କରିବା କାର୍ଯ୍ୟ କଥା ଶୁଣିଲେ ସହଜରେ ଏହାର ଗୁରୁତ୍ୱ ଉପଲବ୍ଧି କରିହୁଏନି। କିନ୍ତୁ ବାଣୀ ମୂର୍ର୍ତ୍ତିିଙ୍କ ଏଭଳି କାର୍ଯ୍ୟକୁ ସମୀକ୍ଷା କଲେ ଏହା ପଛରେ ଏକ ବିରାଟ ପରିବେଶଗତ ତଥା ସୁସ୍ଥ ଜୀବନର ରହସ୍ୟ ଲୁଚି ରହିଥିବା ପ୍ରତୀୟମାନ ହୁଏ। ବାଣୀ ରହନ୍ତି ବେଙ୍ଗାଲୁରୁରେ । ସେ ଲୋକଙ୍କୁ ସୁସ୍ଥ ଜୀବନର ମନ୍ତ୍ରରେ ଦୀକ୍ଷିତ କରୁଛନ୍ତି। ଏହି ମନ୍ତ୍ର ହେଉଛି- ଖତ ପ୍ରସ୍ତୁତ କର, ଘରେ ଚାଷ କର ଓ ସମ୍ପୂର୍ଣ୍ଣ ବିଶୁଦ୍ଧ ଖାଦ୍ୟ ଖାଅ। ବାଣୀ ତାଙ୍କର ଏହି ମନ୍ତ୍ରକୁ ଲୋକଙ୍କ ନିକଟରେ ଦୁଇ ଦଶନ୍ଧି ଧରି ପହଞ୍ଚାଇ ଆସୁଛନ୍ତି। ଖତ ପ୍ରସ୍ତୁତ କରିବା ଯୋଗୁ ଲୋକେ ତାଙ୍କୁ ଶ୍ରଦ୍ଧାରେ ‘ଓ୍ବର୍ମରାଣୀ’ ବା କୀଟର ରାଣୀ ବୋଲି ଡାକନ୍ତି। ସେ ସହରବାସୀଙ୍କୁ କିଚେନ ବର୍ଜ୍ୟରୁ ଖତ ପ୍ରସ୍ତୁତ କରିବା ଲାଗି ଉତ୍ସାହିତ କରୁଛନ୍ତି। ଏହାକୁ ବଗିଚା କିମ୍ବା ବାଲକୋନିରେ ପନିପରିବା ଚାଷରେ ଉପଯୋଗ କରିବା ଲାଗି ପ୍ରଶିକ୍ଷଣ ମଧ୍ୟ ଦେଉଛନ୍ତି। ବାଣୀଙ୍କର ଏହି ପ୍ରୟାସରେ ପରିବେଶକୁ ଉପକାର ମିଳିବା ସହ ଗ୍ରୀନ୍‌ ହାଉସ ଗ୍ୟାସ ହ୍ରାସ ପାଉଛି ବୋଲି ବିଶେଷଜ୍ଞମାନଙ୍କ ମତ। ପ୍ରତ୍ୟେକ ଘରେ ବର୍ଜ୍ୟବସ୍ତୁ ରିସାଇକ୍ଲିଂ କରାଗଲେ ତାହାଦ୍ୱାରା ସରକାରଙ୍କ କୋଟି କୋଟି ଟଙ୍କା ରହିଯିବ ଓ ଏହା ସହରାଞ୍ଚଳରେ ଲୋକେ ସୁସ୍ଥ ରହିବା ଲାଗି ସାହାଯ୍ୟ କରିବ ବୋଲି କହନ୍ତି ବାଣୀ।