ଏଇ ଭାରତରେ

ଧୁମ୍‌ଧାମ୍‌ରେ ପୁଅ ବାହାଘର କରିବା ପାଇଁ ଅନେକେ ସ୍ବପ୍ନ ଦେଖିଥାନ୍ତି। କିନ୍ତୁ ଏମିତି ଇଚ୍ଛା ବେଳେବେଳେ ସମାଜରେ ବଞ୍ଚତ୍ରହିବା ଦୁର୍ବିଷହ କରିଦିଏ। ଏଭଳି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶ ହର୍‌ଦାର ଛିପାନେର୍‌ ରୋଡ୍‌ଠାରେ। ଏହି ଅଞ୍ଚଳର ମହମ୍ମଦ ରସିଦ୍‌ ଚୌହାନ ତାଙ୍କ ପୁଅ ବାହାଘର ଧୁମ୍‌ଧାମ୍‌ରେ କରିବାର ସବୁ ପ୍ରସ୍ତୁତି କରିଥିଲେ। ଭୋଜିଭାତ ସହ ନାଚଗୀତର ବି ଆୟୋଜନ ହୋଇଥିଲା। ଲୋକଙ୍କୁ ଆକର୍ଷିତ କରିବା ଲାଗି ରାଜସ୍ଥାନରୁ ମହିଳା ଘୁମର ନୃତ୍ୟଦଳକୁ ଡକାଯାଇଥିଲା। ହେଲେ ଏହି ନୃତ୍ୟ ହିଁ ରସିଦ୍‌ଙ୍କୁ ଅଡୁଆରେ ପକାଇ ଦେଇଥିଲା। ତାଙ୍କ ସମ୍ପ୍ରଦାୟର ଲୋକେ ଏହି ନୃତ୍ୟକୁ ସହଜରେ ଗ୍ରହଣ କରି ନ ଥିଲେ। ତେଣୁ ମହମ୍ମଦଙ୍କ ପରିବାର ଉପରେ ସେମାନେ ସାମାଜିକ କଟକଣା ଲଗାଇବାର ନିଷ୍ପତ୍ତି ନେଇଥିଲେ। ପରେ ତାଙ୍କ ସମ୍ପ୍ରଦାୟର ଲୋକେ ଏକାଠି ହୋଇ ରସିଦ୍‌ଙ୍କ ପରିବାର ଉପରେ ସାମାଜିକ ପ୍ରତିବନ୍ଧକ ସହ ଏକ ଲକ୍ଷ ଟଙ୍କାର ଜରିମାନା ଲଗାଇଥିଲେ। ମାତ୍ର ମହମ୍ମଦ ଏହି କଟକଣା ମାନିବାକୁ ଆଦୌ ପ୍ରସ୍ତୁତ ନ ଥିଲେ। କୌଣସି ଅପରାଧ ନ କରି ଦଣ୍ଡ ଭୋଗିବାକୁ କେହି ବି ଗ୍ରହଣ କରିପାରନ୍ତି ନାହିଁ। ସେହି ଦୃଷ୍ଟିରୁ ମହମ୍ମଦ ଗାଁ ଲୋକଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିଛନ୍ତି। ପୋଲିସ ଏହି ଘଟଣାର ତଦନ୍ତ କରି ପଚରାଉଚରା ଜାରି ରଖିଛି


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଏକଚାଟିଆ ବ୍ୟବସାୟ

ଭାରତରେ ଗତ ୫ ଦିନ ହେବ ଯେଉଁଭଳି ଭାବେ ବିମାନ ସେବାରେ ବିଭ୍ରାଟ ଦେଖାଦେଇଛି, ତାହା ଦେଶରେ ଅନ୍ୟତମ ସର୍ବାଧିକ ଆଲୋଚନାର ବିଷୟ ପାଲଟିଯାଇଛି। ଘରୋଇ...

ଏଇ ଭାରତରେ

ଭାରତର ଗ୍ରାମାଞ୍ଚଳର ବହୁ ମେଡିକାଲରେ ଏବେ ମଧ୍ୟ ଆଇସିୟୁର ଅଭାବ ରହିଛି। ଫଳରେ ଗ୍ରାମାଞ୍ଚଳ ଲୋକମାନେ ଉନ୍ନତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଆବଶ୍ୟକ...

ଏକ ପରିବେଶୀୟ ଆହ୍ୱାନ

ନିଭର୍ସିଟି ଅଫ ଶିକାଗୋର ଏନର୍ଜି ପଲିସି ଇନ୍‌ଷ୍ଟିଟ୍ୟୁଟ (ଏପିକ) ଦ୍ୱାରା ପ୍ରକାଶିତ ୨୦୨୫ ବାୟୁ ଗୁଣବତ୍ତା ଜୀବନ ସୂଚକାଙ୍କ (ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ବା...

ସୃଷ୍ଟିର ଚିରନ୍ତନ ଆଧାର

ନୁଷ୍ୟର ଉଚ୍ଚତର ଚେତନଶୀଳତା ତାକୁ ବାଧ୍ୟ କରିଛି ଏ ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଉପରେ ପ୍ରଶ୍ନ ଉତ୍‌ଥାପନ କରିବା ପାଇଁ। ଏ ଜଗତର ସୃଷ୍ଟି କିପରି...

ବିଭାଜନକାରୀ ରାଜନୀତି

ଡିସେମ୍ୱର ୬ ଆଧୁନିକ ଭାରତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନ କଥା ସ୍ମରଣ କରାଇଦିଏ। ରାଜନୀତିକୁ ସବୁଦିନ ପାଇଁ ପରିବର୍ତ୍ତନ କରିଦେଇଥିବା ଏହି ଆନ୍ଦୋଳନ ବିଷୟରେ ଲେଖିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri