ଏଇ ଭାରତରେ

ଏବେ ଅଧିକରୁ ଅଧିକ ସଂଖ୍ୟକ ଲୋକ ଭୋଟ ଦେବା ଲାଗି ବିଭିନ୍ନ ସ୍ତରରେ ଚେଷ୍ଟା ଜାରି ରହିଛି। ଏହି କ୍ରମରେ ବେଙ୍ଗାଲୁରୁ ଏସ୍‌ପି କ୍ରିଷ୍ଣରାଜ ଏକ ଅଜବ ଘୋଷଣା କରିଥିତ୍ଲେ। ନିସାର୍ଗ ଗ୍ରାଣ୍ଡ ହୋଟେଲର ମାଲିକ କ୍ରିଷ୍ଣାରାଜ କହିଛନ୍ତି ଯେ, ଯିଏ ଭୋଟ ଦେବ ତାଙ୍କୁ ମାଗଣାରେ ମସଲା ଦୋସା ଖାଇବାକୁ ଦେବେ। ଯେଉଁମାନେ ଭୋଟ ଦେଲେ ସେମାନଙ୍କୁ ସେ ମାଗଣାରେ ଦୋଷା ଖାଇବାକୁ ଦେଇଥିଲେ। ସେ ୨୦୧୮ରେ ଏହି କାର୍ଯ୍ୟ ଆରମ୍ଭ କରିଥିଲେ। ଚଳିତ ନିର୍ବାଚନ ଦିନ ୬,୦୦୦ରୁ ଅଧିକ ଦୋସା ଲୋକଙ୍କୁ ଖାଇବାକୁ ଦେଇଥିଲେ। ୨୦୧୮ରୁ ଏଯାବତ ସେ ୧୦,୦୦୦ ଦୋସା ମାଗଣାରେ ଖାଇବାକୁ ଦେଇସାରିଲେଣି। ଭୋଟ ଦେଉଥିବା ଲୋକଙ୍କୁ ମାଗଣାରେ ଖାଇବାକୁ ଦେବା ଉପରେ ନିର୍ବାଚନ କମିଶନ କଟକଣା ଆଣିବା ପରେ ଏହା ଉପରେ କ୍ରିଷ୍ଣରାଜ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ତାଙ୍କ ସପକ୍ଷରେ ରାୟ ଦେବା ପରେ ସେ ଦୋସା ଖାଇବାକୁ ଦେଉଛନ୍ତି।