ଏଇ ଭାରତରେ

ସ୍ୱାମୀ ଓ ସ୍ତ୍ରୀଙ୍କ ବୟସ ଏବେ ୭୯। ଏହି ବୟସରେ ସେମାନେ ପଶ୍ଚିମବଙ୍ଗ ସୁନ୍ଦରବନର ଦୁର୍ଗମ ଅଞ୍ଚଳରେ ଲୋକମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି। ମହମ୍ମଦ ଅବ୍‌ଦୁଲ ଓ୍ବହାବ ଓ ତାଙ୍କ ସ୍ତ୍ରୀ ସାବିତ୍ରୀ ପାଲ ୧୯୮୦ରେ ସଦର୍ନ ହେଲ୍‌ଥ ଇମ୍ପ୍ରୁଭ୍‌ମେଣ୍ଟ ସମିତି (ଏସ୍‌ଏଚ୍‌ଆଇଏସ୍‌) ସଂସ୍ଥା ଗଠନ କରି ଏହା ସାହାଯ୍ୟରେ ୪୩ ବର୍ଷ ହେଲା ସେମାନେ ଏହି ସେବା ଅଭିଯାନ ଚଳାଇଛନ୍ତି। ମହମ୍ମଦ ଜଣେ ଆଇନଜୀବୀ ଓ ସାବିତ୍ରୀ ଜଣେ ଶିକ୍ଷକ ଥିଲେ। ସେମାନେ ନିଜ ପେସାକୁ ଛାଡ଼ି ଏହି କାର୍ଯ୍ୟରେ ଲାଗିଛନ୍ତି। ସୁନ୍ଦର ବନରେ ଥିବା ଛୋଟବଡ଼ ୩୦ଟି ଟାପୁରେ ବୋଟ କ୍ଲିନିକ ଦ୍ୱାରା ଏହା କରୁଛନ୍ତି। ପ୍ରତ୍ୟେକ କ୍ଲିନିକ୍‌ରେ ଡାକ୍ତର, ନର୍ସ, ଜଣେ ଏକ୍ସ-ରେ ଟେକ୍‌ନିସିଆନ, ଜଣେ ଲାବୋରେଟାରି ଟେକ୍‌ନିସିଆନ ଓ ଜଣେ ଫାର୍ମାସିଷ୍ଟ ରହିଛନ୍ତି। ଏହି କ୍ଲିନିକ୍‌ରେ ଦୁଇଟି ମେଡିକାଲ ବେଡ୍‌, ମୋବାଇଲ ଏକ୍ସ-ରେ, ପାଥୋଲୋଜିକାଲ ୟୁନିଟ, ମେଡିକାଲ ଷ୍ଟୋର୍‌ ରୁମ୍‌ ଏବଂ ଏକ ଅକ୍ସିଜେନ ସିଲିଣ୍ଡର ରଖାଯାଇଛି। ଏହିଭଳି ୪ଟି ବୋଟ କ୍ଲିନିକ ରହିଛି। ମୁଖ୍ୟତଃ ଯକ୍ଷ୍ମାରୋଗ ଚିହ୍ନଟ ଲାଗି ଏହା ଅଧିକ ଗୁରୁତ୍ୱ ଦେଉଛି। ମାସକୁ ପ୍ରାୟ ୩୫ ହଜାର ରୋଗୀଙ୍କର ଚିକିତ୍ସା କରାଯାଇପାରୁଛି। ଏଥିରେ ନିଯୁକ୍ତ ସମସ୍ତ କର୍ମଚାରୀଙ୍କୁ ମଧ୍ୟ ଏହି ଦମ୍ପତି ଦରମା ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri