ଏଇ ଭାରତରେ

ସାଧାରଣରେ ଦେଖାଯାଇଥାଏ ଯେ ଜମିବାଡ଼ି ସଂକ୍ରାନ୍ତୀୟ ମାମଲାରେ ଜଣେ ବ୍ୟକ୍ତି କୋର୍ଟକୁ ବାରମ୍ବାର ଦୌଡ଼ିଥାନ୍ତି। ଏମିତିବି ଦେଖିବାକୁ ମିଳେ ମାଲା ଶେଷହେବାକୁ ଏତେଦିନ ଲାଗିଯାଏ ଯେ, ଶେଷ ରାୟ ମିଳିବା ପୂର୍ବରୁ ଅନେକ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥାଏ। ତେବେ ଏଭଳି ସମସ୍ୟାର ସମାଧାନ ସହଜ ମନେ ହେଉ ନ ଥିଲେ ବି ସମ୍ଭବ ବୋଲି କାର୍ଯ୍ୟରେ କରି ଦେଖାଇ ଦେଇଛନ୍ତି ଉତ୍ତର ପ୍ରଦେଶର ଜଣେ ଜିଲାପାଳ। ବସ୍ତି ଜିଲାର ଜିଲାପାଳ ବମ୍‌ସି ଆନ୍ଦ୍ରା ୫୦ ହଜାର ଜମିବାଡ଼ି ମାମଲାର ସମାଧାନ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ସେ ମାତ୍ର ୪ ମାସରେ ୫୦ ହଜାର ମାମଲା ସମାଧାନ କରିବାରେ ସଫଳ ହୋଇତଛନ୍ତି। ଆନ୍ଦ୍ରା ସେପ୍ଟେମ୍ବର ୨୦୨୩ରେ ଜିଲାପାଳ ଦାୟିତ୍ୱ ନେବାପରେ ଜିଲାରେ ପଡ଼ିରହିଥିବା ଜମିଜମା ମାମଲାଗୁଡ଼ିକର ସମାଧାନ ଲାଗି ଅଭିଯାନ ଆରମ୍ଭ କରିଥିଲେ। ବିଶେଷକରି ଜମି ମାପ, ଖଜଣା, ବଣ୍ଟନ, ସୀମା ବିବାଦକୁ ନେଇ ଏହି ମାମଲାଗୁଡ଼ିକ କୋର୍ଟରେ ବିଚାରାଧୀନ ରହିଥିଲା। ଏଥିପାଇଁ ଲୋକେ ଖର୍ଚ୍ଚାନ୍ତି ବି ହେଉଥିଲେ। ଆନ୍ଦ୍ରା ଏହି ଅଭିଯାନରେ ଅତିରିକ୍ତ ଜିଲାପାଳ ସମେତ ଅନ୍ୟସବୁ ଅଧିକାରୀଙ୍କ ସହଯୋଗ ନେଇଥିଲେ। ସମସ୍ତ ଅଧିକାରୀ ଲୋକଙ୍କ ପାଖରେ ପହଞ୍ଚତ୍ ମାମଲାର ସମାଧାନ କରିବା ଦ୍ୱାରା ଏତେ ପରିମାଣର ମାମଲା ସମାଧାନ ସମ୍ଭବ ହୋଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ବିନା ମାଟି ଅର୍ଥାତ୍‌ କେବଳ ପାଣି (ହାଇଡ୍ରୋପୋନିକ୍ସ ପଦ୍ଧତି)ରେ ଚାଷକରି ପ୍ରଥମ ପର୍ଯ୍ୟାୟରେ ୫ ଟନ୍‌ ଷ୍ଟ୍ରବେରି ଉତ୍ପାଦନ କରିବାକୁ ସକ୍ଷମ ହୋଇଛନ୍ତି।…

ବିଶ୍ୱାସ ଅଛି, ଭରସା ନାହିଁ

ଆଗକୁ ଅନ୍ଧାରପକ୍ଷ ଆସୁଛି। କୁଞ୍ଜବଦଳିଆ, ଦାଆଗେଣ୍ଡାଳିଆ, ସାରସ, ପାତିହଂସ, ଜଡ଼ାହଂସ ସମସ୍ତଙ୍କ ମଧ୍ୟରେ ଭାଳେଣି, ମାଫିଆଙ୍କ ହାତରୁ ଏଥର ନିସ୍ତାର ନାହିଁ। କାକଟପୁର, ଅସ୍ତରଙ୍ଗ, ଦେବୀନଦୀ ମୁହାଣ,…

ଆତଙ୍କବାଦର ପୃଷ୍ଠପୋଷକ କିଏ

ୟୁରୋପୀୟ ପାର୍ଲାମେଣ୍ଟରେ ରୁଷିଆକୁ ‘ଆତଙ୍କବାଦ ପୃଷ୍ଠପୋଷକ ରାଷ୍ଟ୍ର’ ବୋଲି ଘୋଷଣା କରିଥିଲା ବେଳେ ଆମେରିକା ପାକିସ୍ତାନକୁ ସହଯୋଗର ହାତ ବଢ଼ାଇ ନିଜର ମିତ୍ର ରାଷ୍ଟ୍ରର ପରିଚୟ ଦେଇଥିଲା।…

ଆତ୍ମସମର୍ପଣ

ସାର୍ବଭୌମତ୍ୱ ଉଲ୍ଲଂଘନକୁ ଏକ ଦେଶର ଆଞ୍ଚଳିକ ଅଖଣ୍ଡତାର ଉଲ୍ଲଂଘନ କିମ୍ବା ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ ବୋଲି କୁହାଯାଏ। ଜଣେ ଆତ୍ମସମର୍ପଣ କରେ ଯେତେବେଳେ ସେ ବିନା ପ୍ରତିରୋଧରେ…

ଶେଷାନ ଓ ଗାଈଆଳ ପିଲା

ଆଲେଖ୍ୟଟିକୁ ଆରମ୍ଭ କରିବା ସ୍ବର୍ଗତଃ ଶେଷାନଙ୍କ ଅଙ୍ଗେଲିଭା ଏକ ଘଟଣାରୁ। ତିରୁନେଲାଇ ନାରାୟଣ ଆୟାର ଶେଷାନ ହେଉଛନ୍ତି ସେହି ଭାରତୀୟ ପ୍ରଶାସନିକ ଅଧିକାରୀ, ଯିଏକି ମୁଖ୍ୟ ନିର୍ବାଚନ…

କର୍ପୋରେଟ୍‌ଙ୍କ ସ୍ବାର୍ଥରେ

ଦେଶର ଦୁର୍ବଳ ହେଉଥିବା ଅର୍ଥନୀତି ଓ ବିଶେଷକରି ଆମେରିକା ପରି ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ଭାରି ଚାପ ମଧ୍ୟରେ କେନ୍ଦ୍ର ସରକାର ବଜେଟ ଆଗତ କରିଛନ୍ତି। ୨୦୨୪…

କଡ଼ା ନିୟମ

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସଦ୍ୟ ନିର୍ଦ୍ଦେଶନାମା ଜାରି କରିଛି ଯେ, ୨୦୧୧ ଓ ତା’ପର ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀଙ୍କୁ କେନ୍ଦ୍ରରେ ଇନ୍ସପେକ୍ଟର ଜେନେରାଲ ପଦବୀ ପାଇଁ ତାଲିକାଭୁକ୍ତ ହେବା…

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri