ଏଇ ଭାରତରେ

ଗୁଗ୍‌ଲରେ ସର୍ଚ୍ଚ କରିବା ସମୟରେ ‘ଲିଓପାର୍ଡ କଣ୍ଟ୍ରି’ରେ କୌଣସି ଦେଶ ପାଇବେ ନାହିଁ , ବରଂ ରାଜସ୍ଥାନର ଜଓ୍ବାଇ ଭଳି ଏକ ଛୋଟ ଅଞ୍ଚଳ ପାଇବେ । ଏଠାରେ ବହୁସଂଖ୍ୟାରେ କଳାରାପତରିଆ ବାଘ ରହନ୍ତି। ଏହି ଅଞ୍ଚଳରେ ବାଘଙ୍କ ସୁରକ୍ଷା ପାଇଁ ନିଜ କ୍ୟାରିୟରକୁ ପଛ କରି ସେମାନଙ୍କ ବାସସ୍ଥାନର ସୁରକ୍ଷା କରୁଛନ୍ତି ଶତ୍ରୁଞ୍ଜୟ ପ୍ରତାପ ସିଂ। ସେ ମଧ୍ୟ ସେଠାକାର ଖଣି ଖନନକୁ ବିରୋଧ କରିବା ସହ ବନ୍ଦ କରିପାରିଛନ୍ତି। ଜଓ୍ବାଇର ବେରା ଗାଁରେ ୮ ଏକର ଜମିରେ ‘ବେରା ସଫାରି ଲଜ୍‌’ ନିର୍ମାଣ କରି ସେହି ଅଞ୍ଚଳକୁ ପର୍ଯ୍ୟଟକ ଏବଂ ବାଘଙ୍କ ପାଇଁ ସ୍ବର୍ଗଟିଏ ଗଢିପାରିଛନ୍ତି। ଏହି ଅଞ୍ଚଳରେ ପ୍ରାୟ ହଜାରେ ବର୍ଷ ପୂର୍ବେ ଇରାନରୁ ଭାରତକୁ ଆସିଥିବା ରାବରି ସମ୍ପ୍ରଦାୟର ଲୋକେ ଜଙ୍ଗଲରେ ବାଘ ସହ ବିନା ସଂଘର୍ଷରେ ରହିଆସିଛନ୍ତି। ଭାରତର ବିଭିନ୍ନ ଅଞ୍ଚଳରେ ବାଘ ଆକ୍ରମଣ ବିଷୟ ସାମ୍ନାକୁ ଆସୁଥିବା ବେଳେ ଏହି ଅଞ୍ଚଳରେ ତାହା ଦେଖାଯାଏ ନାହିଁ ବୋଲି କୁହନ୍ତି ଶତ୍ରୁଞ୍ଜୟ। ସେ ୩ ବର୍ଷ ଲଗାତର ସରକାରୀ ଅଧିକାରୀ ଓ ମନ୍ତ୍ରୀଙ୍କ ସହ ଆଲୋଚନା କରି ଶତାଧିକ ମାଇନିଂ ବନ୍ଦ କରିବାରେ ସକ୍ଷମ ହୋଇଚନ୍ତି। ଶତ୍ରୁଞ୍ଜୟ ଓ୍ବାଇନମେକିଂରେ ଚାକିରି କରିଥିଲେ। ସେ ବି ଜଣେ ଚଳଚ୍ଚିତ୍ର ନିର୍ମାତା। କିନ୍ତୁ ସବୁ ଛାଡ଼ି ଦେଇ ସେ ଏବେ ଏହି କାର୍ଯ୍ୟରେ ଲାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri