ଏଇ ଭାରତରେ

ମାନବ ଚାଲାଣ ଏବେ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ଏହା ଆନ୍ତଃରାଜ୍ୟରୁ ଆରମ୍ଭ କରି ଅନ୍ତର୍ଦ୍ଦେଶୀୟ ସ୍ତର ଯାଏ ସକ୍ରିୟ ହୋଇ ରହିଛି। ପୋଲିସ ଏମାନଙ୍କୁ ଉଦ୍ଧାର କରୁଥିବାବେଳେ ଜଣେ ସାହସୀ ବ୍ୟକ୍ତି ଚାଲାଣର ଶିକାର ହୋଇଥିବା ୧୫୦୦ ପିଲାଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି। ବ୍ୟକ୍ତି ଜଣକ ହେଉଛନ୍ତି ରାଜୁ ନେପାଳି। ପଶ୍ଚିମବଙ୍ଗ ନିବାସୀ ରାଜୁ ୨୦୦୭ରେ ପ୍ରତିଷ୍ଠା କରିଥିବା ଏନ୍‌ଜିଓ ‘ଡୁରାସ ଏକ୍ସପ୍ରେସ୍‌ ମେଲ’ ମାଧ୍ୟମରେ ଏହି କାର୍ଯ୍ୟ କରୁଛନ୍ତି। ଏହି ଏନ୍‌ଜିଓ ରାଜୁ ଏବଂ ମାନବ ଚାଲାଣ ବିରୋଧୀ କର୍ମକର୍ତ୍ତା ରଙ୍ଗୁ ସୌରିୟା ଓ ନିର୍ଣ୍ଣୟ ଜନ୍‌ଙ୍କ ସହଭାଗିତାରେ ଚାଲିଛି। ଚାଲାଣ କରାଯାଇଥିବା ପିଲାଙ୍କୁ ଉଦ୍ଧାର କରିବା ସହ ସେମାନଙ୍କର କାଉନ୍‌ସିଲିଂ ମଧ୍ୟ କରାଉଛନ୍ତି। ଏହା ସହ ରାଜୁ ପଶ୍ଚିମବଙ୍ଗରେ ମାନବ ଚାଲାଣ ବିରୋଧରେ ସଚେତନତା ସୃଷ୍ଟି କରିବାରେ ଲାଗିଛନ୍ତି। ଶିଶୁଙ୍କୁ ଉଦ୍ଧାର କରିବା ଲାଗି ସେ ଏକ ହ୍ବାଟ୍ସ ଆପ୍‌ ଗ୍ରୁପ ‘ଷ୍ଟପ୍‌ ଇଫ୍‌ ୟୁ କ୍ୟାନ୍‌’ ଆରମ୍ଭ କରିଛନ୍ତି। ଏଥିରେ ସେ ଭାରତ ସମେତ ନେପାଳ, ଭୁଟାନ ଓ ବାଂଲାଦେଶର ୨୫୦ରୁ ଊର୍ଦ୍ଧ୍ୱ ସାମ୍ବାଦିକ, ପୋଲିସ, ଆଇନଜୀବୀ ଓ ଆକ୍ଟିଭିଷ୍ଟଙ୍କୁ ସାମିଲ କରିଛନ୍ତି। ଚାଲାଣ ହୋଇଥିବା ପିଲାକୁ ଠାବ କରିବା ପରେ ଏମାନେ ନିକଟସ୍ଥ ରେଲଓ୍ବେ ଷ୍ଟେଶନ ଓ ପୋଲିସ ଷ୍ଟେଶନକୁ ଅବଗତ କରିଦିଅନ୍ତି। ଗ୍ରୁପର ଏଭଳି ତପତ୍ରତା ଯୋଗୁ ପିଲାଟିକୁ ଶୀଘ୍ର ଉଦ୍ଧାର କରାଯାଇପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri