ଏଇ ଭାରତରେ

ବ୍ୟାଟେରି ପାଇଁ ଶଢ଼େଇରୁ ତିଆରି ହେଉଛି ନାନୋକାର୍ବନ। ଏହା ବିଶ୍ୱାସ ହେଉ ନ ଥିଲେ ବି ସତ। ରାଜସ୍ଥାନ ଜୟପୁରର ଅକ୍ଷୟ ଜୈନ ଓ ମାହି ସିଂଙ୍କ ଦ୍ୱାରା ଏହା ସମ୍ଭବ ହୋଇଛି। ଏହି ଦମ୍ପତି କ୍ୟାନକ୍ରି ଷ୍ଟାର୍ଟଅପ୍‌ ପ୍ରତିଷ୍ଠା କରି ଏହି ନାନୋକାର୍ବନ ପ୍ରସ୍ତୁତ କରୁଛନ୍ତି। ଏକ ପରିବେଶ ଉପଯୋଗୀ ବିଶ୍ୱ ପାଇଁ ବ୍ୟାଟେରିରେ ଅଧିକ ଶକ୍ତି ଗଚ୍ଛିତ କରି ରଖିବା କ୍ଷେତ୍ରରେ ଏହା ସହାୟକ ହୋଇପାରୁଛି ଓ ଏହା ବ୍ୟାଟେରିର କ୍ଷମତା ୧୨୫% ବୃଦ୍ଧି କରିପାରୁଛି। ଫଳରେ ଖଣିଜଜାତ ଧାତବର ଆବଶ୍ୟକତା କମିବ ବୋଲି କହନ୍ତି ଅକ୍ଷୟ। ଏହିି ଟେକ୍ନୋଲୋଜିକୁ ସେମାନେ ପ୍ୟାଟେଣ୍ଟ କରିଛନ୍ତି। ଅକ୍ଷୟ ସିଙ୍ଗାପୁର ନ୍ୟାଶନାଲ ୟୁନିଭର୍ସିଟିରୁ କେମିକାଲ ଇଞ୍ଜିନିୟରିଂରେ ପିଏଚ୍‌.ଡି. ଓ ମାହି ସିଙ୍ଗାପୁରର ନୟାଙ୍ଗ ଟେକ୍ନୋଲୋଜିକାଲ ଇନ୍‌ଷ୍ଟିଚ୍ୟୁଟ୍‌ରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ପ୍ରଥମେ ସେମାନେ ନାନୋକାର୍ବନ ପ୍ରସ୍ତୁତ କରିବାକୁ ନଡିଆକତା, ବର୍ଜ୍ୟ କାଗଜ, ଫ୍ରୁଟ୍ସ ଷ୍ଟୋନ, ପାମ୍‌ କର୍ନେଲ ଶେଲ୍‌ ଇତ୍ୟାଦି ଉପରେ ପରୀକ୍ଷା କରିଥିଲେ। କିନ୍ତୁ ଶେଷରେ ଶଢ଼େଇରୁ ଶକ୍ତିଶାଳୀ ନାନୋକାର୍ବନ ମିଳିଥିଲା। ଏବେ ସୁଦ୍ଧା ଅତିକମ୍‌ରେ ୩,୫୦୦ ବ୍ୟାଟେରି କାନକ୍ରି ନାନୋକାର୍ବନରେ ତିଆରି କରାଯାଇଛି ଓ ଏହା ଦିଲ୍ଲୀ, ନଭି ମୁମ୍ବାଇ ଓ ପୁଣେ ମାର୍କେଟ୍‌ରେ ଉପଲବ୍ଧ ହେଉଛି। ଏହି ବ୍ୟାଟେରିରେ ଦୁଇଚକିଆ ଯାନ ୨୨୫ କି.ମି. ଯାଇପାରୁଛି, ସ୍ପିଡ୍‌ ମଧ୍ୟ ବଢୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

ଏକତରଫା ମୂଲଚାଲ

ଦୁଇଦଶନ୍ଧିରୁ ଅଧିକ ସମୟ ଧରି ଭାରତକୁ ଏକ ନିରପେକ୍ଷ ଭାଗୀଦାରି ଭାବେ ଆମେରିକା ବିବେଚନା କରିଆସିଛି। ଭାରତର ବିକାଶଶୀଳ ଶକ୍ତି, ଦକ୍ଷତାସମ୍ପନ୍ନ ମିଲିଟାରି ଏବଂ ଗଣତାନ୍ତ୍ରିକ ପରିଚୟ…

ଚଉପାଢ଼ିର ନୀରବତା

ଧୁନିକତା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସୁବର୍ଣ୍ଣ ଯୁଗ ଭାବରେ ଅଭିହିତ ଏକବିଂଶ ଶତାବ୍ଦୀରେ ମୋବାଇଲ, ଇଣ୍ଟରନେଟ, ସାମାଜିକ ଗଣମାଧ୍ୟମ, କୃତ୍ରିମ ବୁଦ୍ଧିମତ୍ତା ଆଦି ମାଧ୍ୟମରେ ସମଗ୍ର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri