ପ୍ରତିଯୋଗୀରୁ ପ୍ରତିଷ୍ଠିତ ବ୍ୟବସାୟୀ: କୋଟନୀ ତିରୁମଲ କୁମାର

ବ୍ରହ୍ମପୁର ବଡ଼ ବଜାରରେ ଏକ ବ୍ୟବସାୟିକ ପରିବାରରେ ଜନ୍ମହୋଇ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ନିଜକୁ ନିୟୋଜିତ କରିବା ପାଇଁ ପିଲାଟିବେଳୁ ଆଶା ବାନ୍ଧିଥିଲେ। ମେଧାବୀ ଓ ଉଚ୍ଚାକାଂକ୍ଷୀ ଥିବା ତିରୁମଲ ସମୟକ୍ରମେ ବିଜ୍ଞାନ ଏବଂ ଆଇନରେ ଉଚ୍ଚଶିକ୍ଷା ଶେଷ କରିଥିଲେ। କିନ୍ତୁ ପାରିବାରିକ ବ୍ୟବସାୟରୁ ନିଜକୁ ଦୂରେଇ ନ ପାରି ଶେଷରେ ବାପାଙ୍କୁ ସହଯୋଗ କରିବାର ମନସ୍ଥ କରିଥିଲେ। ସେଦିନର ନିଷ୍ପତ୍ତି ପାଇଁ ଆଜି ଜଣେ ସଫଳ ବ୍ୟବସାୟୀ ଭାବେ ନିଜକୁ ପରିଚିତ କରାଇ ବେଶ୍‌ ସୁନାମ ଅର୍ଜନ କରିଥିବା ଶ୍ରୀଦୁର୍ଗା ରିଟେଲ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) କୋଟନୀ ତିରୁମଲ କୁମାରଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ଆଳାପ …

 

ପ୍ର- ପ୍ରତିଯୋଗିତାମୂଳକ ବଜାରରେ ବ୍ୟବସାୟିକ ଯାତ୍ରା କିଭଳି ରହିଛି?
ଉ- ପ୍ରତିଟି କ୍ଷେତ୍ରରେ ପ୍ରତିଯୋଗିତା ନ ରହିଲେ ଯେକୌଣସି ଯାତ୍ରା ସୁଗମ ଏବଂ ସଫଳ ହୋଇ ନ ଥାଏ। କାରଣ ପ୍ରତିଯୋଗିତା ହିଁ ମନୋବଳକୁ ଦୃଢ଼ ଓ ସଶକ୍ତ କରିଥାଏ। ଏପରିକି ଏଥିରୁ ନୂଆ ଦିଶା ମିଳେ ଏବଂ ମନରେ ଉତ୍ସାହ ଆଣେ। ସେହିପରି ବ୍ୟବସାୟ ଅଭିବୃଦ୍ଧିରେ ପ୍ରତିଯୋଗିତା ଏକ ମାନଦଣ୍ଡ ହୋଇଥିବା ବେଳେ ବ୍ୟବସାୟୀର ଉପସ୍ଥିତି ଓ ସାମର୍ଥ୍ୟକୁ ଏହା ଏକ ପ୍ରକାର ବଳ ଯୋଗାଇଦେଇଥାଏ।
ପ୍ର- ଆପଣଙ୍କ ବ୍ୟବସାୟର ବିଶେଷ ମୂଲ୍ୟବୋଧ କ’ଣ ରହିଛି?
ଉ- ବ୍ରହ୍ମପୁରରୁ ଆରମ୍ଭ ହୋଇଥିବା ଶ୍ରୀଦୁର୍ଗା ଇତିମଧ୍ୟରେ ୫୦ରୁ ଅଧିକ ବର୍ଷ ଅତିକ୍ରମ କରିସାରିଲାଣି। ଗତ ୧୦ବର୍ଷ ମଧ୍ୟରେ ଆମେ ଭୁବନେଶ୍ୱରରେ ଦୁଇ ଦୁଇଟି ଷ୍ଟୋର ଖୋଲିପାରିଛୁ। ଏହା କେବଳ ହେଉଛି ଆମ ପ୍ରତି ଥିବା ଗ୍ରାହକଙ୍କ ଭଲପାଇବା ଓ ବିଶ୍ୱାସ। ସେହିଭଳି ଗ୍ରାହକଙ୍କୁ ଆମେ ଟ୍ରେଣ୍ଡିଂ ଷ୍ଟାଇଲ୍‌ ସହ ୟୁନିକ୍‌ ଡିଜାଇନ ଏବଂ ଗୁଣାତ୍ମକ ଉପତ୍ାଦ ଓ ସର୍ଭିସ୍‌ ଯୋଗାଇଦେଇଥାଉ। ଶ୍ରୀଦୁର୍ଗାରେ ପୁରୁଷ, ମହିଳା ଏବଂ ପିଲାମାନଙ୍କ ପାଇଁ ଭିନ୍ନ ଭିନ୍ନ ଡିଜାଇନ ଓ ବ୍ରାଣ୍ଡ୍‌ର ପ୍ରାୟ ସମସ୍ତ ପ୍ରକାର ପୋଷାକ ରହିଥିବା ସହ ଗୃହୋପଯୋଗୀ ଆସବାବ ସାମଗ୍ରୀ ମଧ୍ୟ ସୁଲଭ ମୂଲ୍ୟରେ ଉପଲବ୍ଧ। ଶ୍ରୀଦୁର୍ଗା ଷ୍ଟୋର୍‌ର ବିଶେଷତ୍ୱ ହେଉଛି ଏହାର ୟୁନିକ୍‌ ଶାଢ଼ି କଲେକ୍ସନ। ସାରା ଦେଶର କୋଣ ଅନୁକୋଣର ବିଭିନ୍ନ ପ୍ରକାର ଶାଢ଼ି ଶ୍ରୀଦୁର୍ଗାର ସମସ୍ତ ଷ୍ଟୋରରେ ବେଷ୍ଟ୍‌ କ୍ୱାଲିଟି ସହ ଉଚିତ ମୂଲ୍ୟରେ ମିଳୁଛି।
ପ୍ର-ଶ୍ରୀଦୁର୍ଗାର ଆଗାମୀ ସମ୍ପ୍ରସାରଣ ଯୋଜନା କିଭଳି ରହିଛି?
ଉ-ପ୍ରତିଯୋଗିତାମୂଳକ ବଜାରରେ ଶ୍ରୀଦୁର୍ଗାର ଉପସ୍ଥିତିକୁ ଜାହିର କରିବା ସହ ଲୋକପ୍ରିୟ ରିଟେଲ ଷ୍ଟୋରର ମାନ୍ୟତାକୁ ବଜାୟ ରଖିବା ଏବଂ ବ୍ୟବସାୟିକ ବୃଦ୍ଧି ପାଇଁ ସମ୍ପ୍ରସାରଣର ନିହାତି ଆବଶ୍ୟକତା ରହିଛି। ଚଳିତ ବର୍ଷ ଆମେ ଭୁବନେଶ୍ୱର ସମେତ ଓଡ଼ିଶାର ପ୍ରମୁଖ ସହର ଏବଂ ଆନ୍ଧ୍ରପ୍ରଦେଶରେ ମଧ୍ୟ ରିଟେଲ ଷ୍ଟୋର ଓ ଆଉଟ୍‌ଲେଟ୍‌ ଖୋଲିବା ଯୋଜନା କରୁଛୁ ଏବଂ ସାରା ଭାରତରେ ଆମେ ଆମ ବ୍ରାଣ୍ଡ୍‌ର ଉପସ୍ଥିତି ସହ ଦେଶର ପ୍ରମୁଖ ସହରରେ ଶାଖା ଖୋଲିବାକୁ ଆଶାୟୀ ଅଛୁ।
ପ୍ର- ଗ୍ରାହକ ସନ୍ତୁଷ୍ଟିକୁ କିଭଳି ଗୁରୁତ୍ୱ ଦେଇଥାନ୍ତି?
ଉ-ଆମ ପାଇଁ ଗ୍ରାହକ ହିଁ ଈଶ୍ୱର। ତେଣୁ ଗ୍ରାହକମାନଙ୍କ ପ୍ରତି ରହିଥିବା ଉତ୍ତରଦାୟିତ୍ୱଗୁଡ଼ିକୁ ତୁଲାଇବା ପାଇଁ ଆମେ ସର୍ବଦା ପ୍ରତିଶ୍ରୁତିବଦ୍ଧ। ଏହି କ୍ରମରେ ଗ୍ରାହକ ସନ୍ତୁଷ୍ଟି ଏକ ମୁଖ୍ୟ ଅଂଶ। ସେମାନଙ୍କ ପସନ୍ଦ ଓ ଚାହିଦା ମୁତାବକ ଆମେ ସ୍ବଚ୍ଛ ସେବାକୁ ପ୍ରାଧାନ୍ୟ ଦେଇ ଗୁଣାତ୍ମକ ଉପତ୍ାଦ ଏବଂ ଉପଯୁକ୍ତ ମୂଲ୍ୟ ପ୍ରଦାନ କରିଥାଉ। ଫଳରେ ଜଣେ ଉତ୍ତମ ଗ୍ରାହକ ଆଉ ୧୧ଜଣ ଗ୍ରାହକଙ୍କ ଆଗମନର ମୂଳ କାରଣ ପାଲଟିଥାନ୍ତି। ଆମ ବ୍ୟବସାୟରେ ୧ ସହିତ ଏଗାର ହୋଇଥାଏ।
ପ୍ର- ବ୍ୟବସାୟରେ ତିଷ୍ଠିରହିବା ପାଇଁ ଅଫରର ଆବଶ୍ୟକତା ରହିଛି କି?
ଉ- ଏଥିପାଇଁ ଅଫରର ଆବଶ୍ୟକତା ନ ଥିଲେ ମଧ୍ୟ ଉପତ୍ାଦନକାରୀ(କମ୍ପାନୀ)ମାନେ ବିଭିନ୍ନ ସମୟରେ ଆମ ଜରିଆରେ ଅଫର ଘୋଷଣା କରିଥାନ୍ତି। ଫଳରେ ଅଫର ଉଭୟ ଗ୍ରାହକ ଓ କମ୍ପାନୀ ଦୂରତ୍ୱକୁ ନିକଟତର କରିଥାଏ। ଏହାଦ୍ୱାରା କାରବାର ମଧ୍ୟ ବୃଦ୍ଧି ପାଇଥାଏ ଏବଂ ଗ୍ରାହକଙ୍କ ଆବଶ୍ୟକତାକୁ ଅଫର ମାଧ୍ୟମରେ ପୂରଣ କରାଯାଇପାରିଥାଏ।
ପ୍ର- ଚଳିତ ଋତୁରେ ନୂତନ ଉପତ୍ାଦ ଏବଂ ଅଫର ସମ୍ପର୍କରେ କ’ଣ କହିବେ?
ଉ- ଆମେ ବିଶେଷକରି ଋତୁକାଳୀନ ବ୍ୟବସାୟକୁ ଅଧିକ ଗୁରୁତ୍ୱ ଦେଇଥାଉ। ବିବାହ ଋତୁ ଚାଲିଥିବାରୁ ଉଭୟ ବର, କନ୍ୟା ଓ ପରିଜନଙ୍କ ପାଇଁ ବ୍ୟାପକ ରେଞ୍ଜ୍‌ର ନୂତନ ଓ ଡିଜାଇନ୍‌ର ଉପତ୍ାଦ ଗ୍ରାହକଙ୍କ ପାଇଁ ଉପଲବ୍ଧ କରାଉଛୁ। ଖାସ୍‌ କରି ଏହି ସିଜନ୍‌ରେ ଆମେ ନୂଆ ନୂଆ ଟ୍ରେଣ୍ଡିଂ ଡିଜାଇନର ଶାଢ଼ି, ଲେହେଙ୍ଗା, ସାଲୱାର ସୁଟ୍‌, ସେରୱାନୀ ଓ କୁର୍ତ୍ତା ଉପରେ ଅଧିକ ଗୁରୁତ୍ୱ ଦେଇଛୁ। ଏଥିସହ ବିବାହ ସିଜନ୍‌କୁ ନଜରରେ ରଖି ପ୍ରେଷ୍ଟିଜ୍‌ ନାମରେ ଏକ ସ୍ବତନ୍ତ୍ର ଅଫରର ଶୁଭାରମ୍ଭ କରାଯାଇଛି। ଏହି ଅଫର ଜରିଆରେ ଗ୍ରାହକ ବର୍ଷକ ପାଇଁ (ବାର୍ଷିକ ସୁବିଧା) ୧୦% ବିଶେଷ ରିହାତି ସହ ଅନ୍ୟାନ୍ୟ ସୁବିଧା କ୍ରୟ ବିଲିଂ ଉପରେ ପାଇପାରିବେ।
ପ୍ର- ଆଶାୟୀ ଉଦ୍ୟୋଗୀମାନଙ୍କୁ ଆପଣ କ’ଣ କହିବେ?
ଉ- ରିଟେଲ ବ୍ୟବସାୟ ସର୍ବଦା ଭଲ ରହିଥାଏ। ହେଲେ ବର୍ତ୍ତମାନର ଯୁବଗୋଷ୍ଠୀଙ୍କ ନିକଟରେ ସହନଶୀଳତା ଓ ପରିଶ୍ରମର ମନୋଭାବ ନାହିଁ। କିନ୍ତୁ ଉଚିତ ପରିଶ୍ରମ କଲେ ବ୍ୟବସାୟରେ ସଫଳତା ମିଳିଥାଏ। ବିଶେଷକରି ବ୍ୟବସାୟ ପୂର୍ବରୁ ଦକ୍ଷ ଓ ଅଭିଜ୍ଞ ମାନବ ସମ୍ବଳ, କଠିନ ପରିଶ୍ରମ, ତ୍ୟାଗ ଏବଂ ଧୈର୍ଯ୍ୟର ଆବଶ୍ୟକତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗରମ ସାଙ୍ଗକୁ ଦାଉ ସାଧୁଛି ଅଘୋଷିତ ବିଦ୍ୟୁତ୍‌ କାଟ

ଭୁବନେଶ୍ୱର, ୨୫।।୫ (ବନ୍ଦନା ସେଠୀ): ପ୍ରବଳ ଖରାରେ ସିଝୁଛି ପୂରା ଓଡ଼ିଶା। ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବାବେଳେ ତାତି ସାଙ୍ଗକୁ ଗୁଳୁଗୁଳି ଅସ୍ତବ୍ୟସ୍ତ…

ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ,୨୫ରେ …

ନୂଆଦିଲ୍ଲୀ,୨୩ା୫: ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ଅଭିନେତ୍ରୀ ତଥା ମଡେଲ ଟ୍ବିଶା ଶର୍ମା ମୃତ୍ୟୁ ମାମଲାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି…

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri