ଏଇ ଭାରତରେ

ମଧ୍ୟପ୍ରଦେଶର ଜଣେ ଶିକ୍ଷକଙ୍କ ଉଦ୍ୟମରେ ଏକ ସ୍କୁଲର କଳେବର ପୂରା ବଦଳିଯାଇଛି। ରାଜଗଡ଼ର ମୋହନପୁର କଲୋନୀରେ ଥିବା ଇଣ୍ଟିଗ୍ରେଟେଡ ମିଡିଲ ସ୍କୁଲର ଶିକ୍ଷକ ଗୋପାଳ ବାଲଓ୍ବାଲାଙ୍କ ଦ୍ୱାରା ଏହା ସମ୍ଭବ ହୋଇପାରିଛି। ଗୋପାଳ ତାଙ୍କ ସଞ୍ଚିତ ଟଙ୍କାରୁ ଖର୍ଚ୍ଚକରି ସ୍କୁଲରେ ରଙ୍ଗ ଦେବାଠାରୁ ଆରମ୍ଭ କରି ଜଳ ଯୋଗାଣ ବ୍ୟବସ୍ଥା କରିଛନ୍ତି। ଏହା ବ୍ୟତୀତ ସେ ଏକ ଲାଇବ୍ରେରି ଓ ବଗିଚା ମଧ୍ୟ କରିପାରିଛନ୍ତି। ଏସବୁ କାର୍ଯ୍ୟ ପାଇଁ ସେ ୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ମୋହନପୁର ଡ୍ୟାମ୍‌ ନିର୍ମାଣ ସମୟରେ ବିସ୍ଥାପିତଙ୍କ ପାଇଁ ମୋହନପୁର କଲୋନୀ କରାଯାଇ ସେଠାରେ ଏହି ସ୍କୁଲ ଖୋଲାଯାଇଥିଲା। ହେଲେ ସ୍କୁଲର ରକ୍ଷଣାବେକ୍ଷଣ ପ୍ରତି କାହାରି ଦୃଷ୍ଟି ନ ଥିଲା। ଏଠାରେ ମାତ୍ର ୨୩ ଜଣ ପିଲା ପଢୁଥିଲେ। ୨୦୧୮ରେ ଗୋପାଳ ଭାଲଓ୍ବାଲ ସ୍କୁଲରେ ଶିକ୍ଷକ ଭାବେ ଯୋଗଦେବା ପରେ ତାହାର ଅବସ୍ଥାରେ ପରିବର୍ତ୍ତନ ହେବା ଆରମ୍ଭ କରିଥିଲା। ସ୍କୁଲକୁ ଆକର୍ଷଣୀୟ କରିବା ପରେ ଏବେ ସେଠାରେ ୧୦୦ରୁ ଅଧିକ ପିଲା ପଢୁଛନ୍ତି। ଗୋପାଳଙ୍କ ଦ୍ୱାରା କରାଯାଇଥିବା ଲାଇବ୍ରେରିରେ ୨୦୦୦ରୁ ଊର୍ଦ୍ଧ୍ୱ ବହି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

ଲୁଚାଇବା ଅନାବଶ୍ୟକ

ସୁପ୍ରିମକୋର୍ଟ ୧୩ ମାର୍ଚ୍ଚ ୨୦୨୬ରେ ମହିଳାଙ୍କ ଋତୁସ୍ରାବକାଳୀନ ଛୁଟି ସଂକ୍ରାନ୍ତ ଆବେଦନକୁ ଖାରଜ କରିଦେବା ସହ ଦେଇଥିବା ମତକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ସର୍ବୋଚ୍ଚ ଅଦାଲତ…

ସୁଯୋଗରୁ ଫାଇଦା

ନଭେମ୍ୱର ୪, ୨୦୧୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୧୨୦ରୁ ଅଧିକ ଭାରତୀୟ ଦୂତାବାସର ମୁଖ୍ୟମାନଙ୍କ ସହ କଥା ହୋଇ ତାଙ୍କ ବୈଦେଶିକ ନୀତିକୁ ସ୍ପଷ୍ଟ କରୁଥିବା…

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri