ଏଇ ଭାରତରେ

ମହାରାଷ୍ଟ୍ରର ସୋଲାପୁର ମରୁଡ଼ିପ୍ରବଣ ଜିଲା ଭାବେ ଜଣାଶୁଣା। ହେଲେ ଏହି ଜିଲାର ଅକୋଲା ଗାଁରେ ଡ୍ରାଗନ ଫ୍ରୁଟ୍‌ସ ଚାଷ କରି ୨ କୋଟି ଟଙ୍କା ରୋଜଗାର କରିପାରିଛନ୍ତି ଇଞ୍ଜିନିୟର ମହେଶ ଅସାବେ। ଫୁଡ୍‌ ପ୍ରୋସେସିଂ ଓ ଇଞ୍ଜିନିୟରିଂରେ ମହେଶ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ନୂତନ ଜ୍ଞାନକୌଶଳରେ ଡ୍ରାଗନ ଫ୍ରୁଟ୍ସ ଚାଷ କରି ସେ ୧ ଏକରରୁ ବର୍ଷକୁ ୧୦ ଲକ୍ଷ ଟଙ୍କା ପାଉଛନ୍ତି। ସୋଲାପୁର ଅଞ୍ଚଳରେ ଡାଳିମ୍ବ, ଆତ ଓ ଅଙ୍ଗୁର ଚାଷ କରାଯାଇଥାଏ। କିନ୍ତୁ ଜଳବାୟୁ ପରିବର୍ତ୍ତନ ଯୋଗୁ ଏସବୁର ଉତ୍ପାଦନ ହ୍ରାସ ପାଇବାରୁ ଡ୍ରାଗନ ଚାଷ କରିବାକୁ ମହେଶ ନିଷ୍ପତ୍ତି ନେଇଥିଲେ। ପ୍ରଥମେଏହି ଚାଷରେ ସେ ୧୭ ଲକ୍ଷ ଟଙ୍କା ନିବେଶ କରିଥିଲେ। ୯,୦୦୦ ଚାରା ବାଂଲାଦେଶରୁ ପ୍ରତ୍ୟେକକୁ ୧୧୦ ଟଙ୍କା ଦେଇ କିଣି ୨୦୨୧ରେ ଚାଷ ଆରମ୍ଭ କରିଥିଲେ। ତାଙ୍କ ଫାର୍ମର ନାମ ହେଉଛି ‘ରୁକ୍ମିଣୀ ଫାର୍ମ’। ଏହି ଫାର୍ମରେ ସେ ୫୦୦ କୃଷକଙ୍କୁ ଡ୍ରାଗନ ଚାଷ ସମ୍ପର୍କରେ ପ୍ରଶିକ୍ଷଣ ଦେଇସାରିଲେଣି। ଏବେସୁଦ୍ଧା ମହାରାଷ୍ଟ୍ରର ବିଭନ୍ନ ଭାଗରୁ ପ୍ରାୟ ୩୫,୦୦୦ କୃଷକ ତାଙ୍କ ଫାର୍ମ ପରିଦର୍ଶନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri