ଏଇ ଭାରତରେ

କାଠ, ବେତ, ପ୍ଲାଷ୍ଟିକ କିମ୍ବା ଷ୍ଟିଲ୍‌ ଚେୟାରରେ ସମସ୍ତେ ବସିଛନ୍ତି। କିନ୍ତୁ ଏବେ ବାଉଁଶ ଚେୟାରରେ ବସି ଆରାମ କରିବେ। ଗୁଜରାଟର ଅଙ୍କିତ କୁମାର ଛଙ୍ଗଓ୍ବାଲ ଏମିତିକା ବାଉଁଶ ଚେୟାର ତିଆରି କରିଛନ୍ତି। ଏହାକୁ ଭାରତର ପ୍ରଥମ ବାଉଁଶ ଚେୟାର ପାଣ୍ଟେଟ ମିଳିଛିି। ଅଙ୍କିତ ବାମ୍ବୁସା କିସମର ବାଉଁଶରେ ଏହାକୁ ତିଆରି କରିଛନ୍ତି, କାରଣ ଏହି ବାଉଁଶ ଅନ୍ୟଠାରୁ ମଜଭୁତ। ଏହି ଚେୟାର ୧୫୦ କେ.ଜି. ଓଜନ ସମ୍ଭାଳିପାରିବ ଓ ଏହାର ସମୟକାଳ ୨୦ ବର୍ଷ । ଅଙ୍କିତ ବୀର ନର୍ମଦା ସାଉଥ ଗୁଜରାଟ ୟୁନିଭର୍ସିଟିରେ ଇଣ୍ଟେରିୟର ଡିଜାଇନରେ ସହକାରୀ ପ୍ରାଧ୍ୟାପକ ଭାବେ କାର୍ଯ୍ୟରତ। ୨୦୧୯ରେ ମଣିପୁରରେ ଓ୍ବାଲର୍‌ଡ ବାମ୍ବୋ ଓ୍ବାର୍କଶପ୍‌ରେ ଯୋଗଦେବା ସମୟରେ ସେ ଏଭଳି ଚେୟାର ତିଆରି କରିବାକୁ ନିଷ୍ପତ୍ତିି ନେଇଥିଲେ। ୨୦୨୧ରେ ତାଙ୍କର କେତେଜଣ ଛାତ୍ର ଓ ୪ଜଣ ସ୍ଥାନୀୟ ବାଉଁଶ କାରିଗରଙ୍କ ସହାୟତାରେ ଏହାର ଏକ ପ୍ରତିକୃତି ପ୍ରସ୍ତୁତ କରିଥିଲେ। ଏହାର ଡିଜାଇନ ଚୂଡ଼ାନ୍ତ କରିବାକୁ ଅଙ୍କିତଙ୍କୁ ୨ ବର୍ଷ ଲାଗିଯାଇଥିଲା। ବିଭିନ୍ନଆଡୁ ଏଥିପାଇଁ ଅର୍ଡର ଆସୁଥିଲେ ବି ସେ ଏହାର ବ୍ୟବସାୟ ଆରମ୍ଭ କରିନାହାନ୍ତି। ଏହି ଚେୟାର ତିଆରି ପାଇଁ ସେ କାରିଗରଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଯୋଜନା ରଖିଛନ୍ତି।