ଏଇ ଭାରତରେ

ମୌସୁମୀ କାପାଡ଼ିଆଙ୍କ ସାହସିକ ଯାତ୍ରା ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣାଦାୟୀ କାହାଣୀ। ରିଜିଡ୍‌ ସ୍ପାଇନ ମସ୍କୁଲାର ଡିସ୍‌ଟ୍ରୋଫି( ଆର୍‌ଏସ୍‌ଏମ୍‌ଡି) ରୋଗରେ ପୀଡ଼ିତ ତାଙ୍କ ବଡ଼ ପୁଅ ବେଦାଂଶଙ୍କୁ ସାଙ୍ଗରେ ନେଇ ଭାରତର ୨୬ଟି ରାଜ୍ୟ ଭ୍ରମଣ କରିବା ସହ ୨୧ଟି ଦେଶ ବୁଲି ସାରିଲେଣି। ବେଦାଂଶ ଭଲରେ ଚାଲିପାରନ୍ତି ନାହିଁ କି ତାଙ୍କ ଶରୀରର ବିଭିନ୍ନ ଅଙ୍ଗ ମଧ୍ୟ ଠିିକ୍‌ ଭାବେ ବିକଶିତ ହୋଇପାରିନାହିଁ। ତଥାପି ମୌସୁମୀ ତାଙ୍କ ଦିବ୍ୟାଙ୍ଗ ପୁଅଙ୍କୁ ନେଇ ଯାତ୍ରା ଜାରି ରଖିଛନ୍ତି। ବାଇକ୍‌ରେ ୧୫ଟି ଦୁର୍ଗମ ସ୍ଥାନକୁ ଯିବା ସହ ବିଭିନ୍ନ ଦେଶରେ ୧୨ଟି ପାହାଡ଼ ଚଢିସାରିଛନ୍ତି। ଲେହ ଲଦାଖକୁ ୧୦ ଦିନଆ ବାଇକ୍‌ ଯାତ୍ରା ସହ ଅନ୍ୟ କେତୋଟି ଦୁଃସାହସିକ ଯାତ୍ରାରେ ସେ ତାଙ୍କ ଦିବ୍ୟାଙ୍ଗ ପୁତ୍ରକୁ ମଧ୍ୟ ସାଥିରେ ନେଇପାରିଛନ୍ତି। ମୌସୁମୀଙ୍କ ବୟସ ଏବେ ୪୫। ସେ ଦୁଇଟି ପୁତ୍ର ସନ୍ତାନର ଜନନୀ। ତାଙ୍କ ସ୍ବାମୀଙ୍କ ସହ ସେ ଦୁବାଇରେ ରହୁଥିଲେ। ପରେ ବଡ଼ ପୁଅ ରୋଗଗ୍ରସ୍ତ ହେବା ପରେ ତା’ ଚିକିତ୍ସା ପାଇଁ ମୁମ୍ବାଇ ଫେରିଆସିଲେ। ଏହି ସମୟରେ ବିଷାଦଗ୍ରସ୍ତ ହୋଇପଡ଼ିଲେ। କିନ୍ତୁ କାଉନସେଲିଂ ପରେ ନିଜକୁ ସୁଧାରି ଆଣି ଜୀବନକୁ ଏକ ଭିନ୍ନ ମାର୍ଗରେ ନେବା ପାଇଁ ସ୍ଥିର କରି ଏଭଳି ଦୁଃସାହସିକ ଯାତ୍ରା ଆରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପରମ୍ପରାରେ ସୁନାର ମହତ୍ତ୍ୱ

ବିଶ୍ବର ପ୍ରାୟ ସମସ୍ତ ରାଷ୍ଟ୍ରରେ ସୁନା ପ୍ରତି ବିଶେଷ ଆକର୍ଷଣ ରହିଆସିଛି। ସୁନା ପ୍ରତି ଥିବା ଅହେତୁକ ମୋହ ଅନ୍ୟ କୌଣସି ଧାତୁଠାରେ ଦେଖିବାକୁ ମିଳେ...

ବ୍ୟସ୍ତ ହୁଅନ୍ତୁନି, ମୁଁ ଅଛି

ଗତ କିଛିଦିନ ତଳେ ଆଧାର କାର୍ଡ ନବୀକରଣ କରିବା ପାଇଁ ସକାଳ ୯ଟା ସମୟରେ ଘରୁ ବାହାରିପଡିଲି। ଆଧାର କାର୍ଡ ନବୀକରଣ ଚାନ୍ଦିନୀଚୌକ ନିକଟସ୍ଥ ସବ୍‌ପୋଷ୍ଟ...

ମହାସାଗରରେ ନିବେଶ

ନିବେଶକମାନେ ନିବେଶ କରିବାକୁ ନିଷ୍ପତ୍ତି ନେବାବେଳେ ସେଥିରେ ଥିବା ସୁଯୋଗ, ବିପଦ ଏବଂ ଆଶା କରାଯାଉଥିବା ଲାଭ ସମ୍ପର୍କରେ କିଛି ମୌଳିକ ପ୍ରଶ୍ନ ଉତ୍ଥାପନ କରିଥାଆନ୍ତି।...

ଏଇ ଭାରତରେ

ସୀମା ସଶସ୍ତ୍ର ବଳ(ଏସ୍‌ଏସ୍‌ବି)ରେ ଦେଶକୁ ସୁରକ୍ଷା ଦେବା ଲାଗି ଅଧିକାରୀ ଭାବେ ଦାୟିତ୍ୱ ତୁଲାଇବା ସହ ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଉତ୍କୃଷ ପାଣ୍ଡେ।...

ବୈଦିକ ସଂସ୍କୃତିର ସୌରଭ

ବେଦ, ମାନବ ଜାତି ପାଇଁ ଈଶ୍ୱରଙ୍କ ଅମୂଲ୍ୟ ସଂପଦ। ଏହା ପରମାତ୍ମାଙ୍କ ଅମୃତ ବାଣୀ। ଆର୍ଯ୍ୟ ସାହିତ୍ୟର ଅକ୍ଷୟ ଭଣ୍ଡାର। ଏଥିରେ ଥିବା ଈଶ୍ୱର ପ୍ରଦତ୍ତ...

ଆତଙ୍କବାଦ: ଉତ୍ସ ଓ ଉତ୍ପାଟନ

କେବଳ ମାତ୍ର ତୁମ ନିଜ ବିଶ୍ୱାସକୁ ହିଁ ଜ୍ଞାନ ବୋଲି କହି ଅନ୍ୟମାନଙ୍କ ବିଶ୍ୱାସକୁ ପ୍ରମାଦ, ଅଜ୍ଞାନ ଅଥବା ମିଥ୍ୟା ବୋଲି ଅଭିହିତ କରିବା ନିହାତି...

ସସୀମରୁ ଅସୀମ

ଛତିଶଗଡ଼ ବିଳାସପୁର ନିକଟରେ ଅଛି ଛୋଟ ସହର ମହ୍ଲାର ଏବଂ ଏଠାରେ ଚାରି ବାହୁ ଥିବା ଜଣେ ସୈନିକଙ୍କ ମୂର୍ତ୍ତି ଦେଖିବାକୁ ମିଳେ। ସେ ହାତରେ...

ତରକାରି ଆଇନକୁ ଅଣଦେଖା

ବର୍ତ୍ତମାନ ବିବାହ ଓ ଭୋଜିଭାତ ଋତୁ ଚାଲିଛି। ଏହି ସମୟରେ ନଅ ତିଅଣ ଛଅ ଭଜାଠାରୁ ଆହୁରି ଲମ୍ବି ଗଲାଣି ଖାଇବା ମେନୁର ତାଲିକା। ଏମିତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri