ଏଇ ଭାରତରେ

ମୌସୁମୀ କାପାଡ଼ିଆଙ୍କ ସାହସିକ ଯାତ୍ରା ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣାଦାୟୀ କାହାଣୀ। ରିଜିଡ୍‌ ସ୍ପାଇନ ମସ୍କୁଲାର ଡିସ୍‌ଟ୍ରୋଫି( ଆର୍‌ଏସ୍‌ଏମ୍‌ଡି) ରୋଗରେ ପୀଡ଼ିତ ତାଙ୍କ ବଡ଼ ପୁଅ ବେଦାଂଶଙ୍କୁ ସାଙ୍ଗରେ ନେଇ ଭାରତର ୨୬ଟି ରାଜ୍ୟ ଭ୍ରମଣ କରିବା ସହ ୨୧ଟି ଦେଶ ବୁଲି ସାରିଲେଣି। ବେଦାଂଶ ଭଲରେ ଚାଲିପାରନ୍ତି ନାହିଁ କି ତାଙ୍କ ଶରୀରର ବିଭିନ୍ନ ଅଙ୍ଗ ମଧ୍ୟ ଠିିକ୍‌ ଭାବେ ବିକଶିତ ହୋଇପାରିନାହିଁ। ତଥାପି ମୌସୁମୀ ତାଙ୍କ ଦିବ୍ୟାଙ୍ଗ ପୁଅଙ୍କୁ ନେଇ ଯାତ୍ରା ଜାରି ରଖିଛନ୍ତି। ବାଇକ୍‌ରେ ୧୫ଟି ଦୁର୍ଗମ ସ୍ଥାନକୁ ଯିବା ସହ ବିଭିନ୍ନ ଦେଶରେ ୧୨ଟି ପାହାଡ଼ ଚଢିସାରିଛନ୍ତି। ଲେହ ଲଦାଖକୁ ୧୦ ଦିନଆ ବାଇକ୍‌ ଯାତ୍ରା ସହ ଅନ୍ୟ କେତୋଟି ଦୁଃସାହସିକ ଯାତ୍ରାରେ ସେ ତାଙ୍କ ଦିବ୍ୟାଙ୍ଗ ପୁତ୍ରକୁ ମଧ୍ୟ ସାଥିରେ ନେଇପାରିଛନ୍ତି। ମୌସୁମୀଙ୍କ ବୟସ ଏବେ ୪୫। ସେ ଦୁଇଟି ପୁତ୍ର ସନ୍ତାନର ଜନନୀ। ତାଙ୍କ ସ୍ବାମୀଙ୍କ ସହ ସେ ଦୁବାଇରେ ରହୁଥିଲେ। ପରେ ବଡ଼ ପୁଅ ରୋଗଗ୍ରସ୍ତ ହେବା ପରେ ତା’ ଚିକିତ୍ସା ପାଇଁ ମୁମ୍ବାଇ ଫେରିଆସିଲେ। ଏହି ସମୟରେ ବିଷାଦଗ୍ରସ୍ତ ହୋଇପଡ଼ିଲେ। କିନ୍ତୁ କାଉନସେଲିଂ ପରେ ନିଜକୁ ସୁଧାରି ଆଣି ଜୀବନକୁ ଏକ ଭିନ୍ନ ମାର୍ଗରେ ନେବା ପାଇଁ ସ୍ଥିର କରି ଏଭଳି ଦୁଃସାହସିକ ଯାତ୍ରା ଆରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି –…

ପେଟ୍ରୋଡଲାର ସାମ୍ରାଜ୍ୟ

ପୃଥିବୀର କୌଣସି ଏକ ପେଟ୍ରୋଲ୍‌ ପମ୍ପରେ ଗାଡ଼ିରେ ଇନ୍ଧନ ଭରିବା ଦୃଶ୍ୟ ସାଧାରଣ ହୋଇପାରେ, କିନ୍ତୁ ଏହା ପ୍ରଚ୍ଛଦପଟରେ ଏକ ବିଶାଳ ଆର୍ଥିକ ବ୍ୟବସ୍ଥା କାମ କରୁଥାଏ,…

ଆମେରିକା ଅପଦସ୍ଥ

ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜକୁ ୪୮ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଖୋଲା ନ କଲେ ଇରାନକୁ ଭୟାବହ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

ପରମାଣୁ ଅସ୍ତ୍ର ଛାୟାରୁ ମୁକ୍ତି

ବର୍ତ୍ତମାନର ବିଶ୍ୱରେ ଲାଗିରହିଛି ତିନୋଟି ମହାସମର। ତନ୍ମଧ୍ୟରୁ ରୁଷିଆ-ୟୁକ୍ରେନ୍‌ ଏବଂ ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିଥିଲା ବେଳେ ନିକଟରେ ଆରମ୍ଭ ହୋଇଛି ଅତୀବ ଭୟଙ୍କର…

ଭାରତ ଦେବ ୟୁଆନ୍‌

ଇରାନ୍‌ ସହିତ ଆମେରିକା ଓ ଇସ୍ରାଏଲ ଯୁଦ୍ଧ ଚତୁର୍ଥ ସପ୍ତାହରେ ପହଞ୍ଚିଛି। ସଦ୍ୟ ଘଟଣା ଦେଖିଲେ ଗୋଟିଏ ପଟେ ନତାଞ୍ଜ ଆଣବିକ କେନ୍ଦ୍ର ଉପରେ ଆମେରିକା ଓ…

ଜଳ ନୋବେଲ ବିଜେତା

ବର୍ତ୍ତମାନର ଭୂରାଜନୈତିକ ଓ ଅର୍ଥନୈତିକ ସ୍ଥିତି ଇରାନ୍‌ ଓ ଆମେରିକା-ଇସ୍ରାଏଲ ଯୁଦ୍ଧ ଯୋଗୁ ଘୋର ପ୍ରଭାବିତ। ଏହାକୁ ନେଇ ପୃଥିବୀ ସନ୍ତ୍ରସ୍ତ। ଏଭଳି ସ୍ଥଳେ ୨୨ ମାର୍ଚ୍ଚରେ…

ପ୍ରକୃତ ଖଳନାୟକ

ଚାହେଁ ଇରାନ ବିଜୟୀ ହେଉ। ବିଜୟର ଅର୍ଥକୁ ଇରାନ ଏହିପରି ପରିଭାଷିତ କରେ: ଇରାନ ଉପରେ ଅନେକ ଦଶନ୍ଧି ଧରି ଆମେରିକା ଲାଗୁକରିଥିବା କଟକଣାକୁ ହଟାଇବା ଦରକାର;…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri