ଏଇ ଭାରତରେ

ଚାଷଜମି ନାହିଁ ତ ଭାଙ୍ଗିପଡ଼ନ୍ତୁ ନାହିଁ, ଛାତ ଉପରେ ବି ଫସଲ କରି ଉପତ୍ାଦନ କରିପାରିବେ- ଏମିତି ଏକ ବାର୍ତ୍ତା ଦିଅନ୍ତି ବିଶାଖାପାଟଣାର ଗୃହିଣୀ ବଙ୍ଗାରୁ ଝାନ୍‌ସୀ। ସେ ତାଙ୍କ ଛାତ ଉପରେ ଆମ୍ବ, ପଣସ, କମଳା ସହିତ ପ୍ରାୟ ସବୁ ଋତୁରେ ସବୁପ୍ରକାର ପନିପରିବା ଫଳାଇବାରେ ସକ୍ଷମ ହୋଇଛନ୍ତି। ଏଭଳି ଉଦ୍ୟାନ କରି ସେ ଆନ୍ଧ୍ର ସରକାରଙ୍କ ଦ୍ୱାରା ସମ୍ମାନିତ ହୋଇଛନ୍ତି। ଝାନ୍‌ସୀ ୮୦୦ ବର୍ଗଫୁଟ ପରିମିତ ଛାତରେ ଏହି ବଗିଚା କରିଛନ୍ତି। କେବଳ ଫଳ କିମ୍ବା ପନିପରିବା ଫଳାଉନାହାନ୍ତି, ବରଂ ସେ ତାଙ୍କ ବଗିଚାରେ ବିଭିନ୍ନ ଔଷଧୀୟ ତଥା ସୌନ୍ଦର୍ଯ୍ୟବର୍ଦ୍ଧକ ଗଛ ମଧ୍ୟ ଲଗାଇଛନ୍ତି। ଏହି ଚାଷ ସେ ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ କରୁଛନ୍ତି ।
ନିଜେ ଜୈବିକ ଉପାୟରେ ଖତ ଓ କୀଟନାଶକ ପ୍ରସ୍ତୁତ କରି ତାହାକୁ ବ୍ୟବହାର କରୁଛନ୍ତି। ଆମ୍ବ, ପଣସ, କମଳାକୁ ବାଦ୍‌ ଦେଲେ ସେ ଡ୍ରାଗନଫ୍ରୁଟ୍‌, ଆତ, ଲିଚୁ, ଅଙ୍ଗୁର, ଅଁଳା,ବ୍ଲୁବେରୀ, ମୁଲ୍‌ବେରୀ ଆଦି ଫଳ ସହିତ ବାଇଗଣ,ଅମୃତଭଣ୍ଡା, ଭେଣ୍ଡି, ଟମାଟୋ, ସଜନାଛୁଇଁ, ତରଭୁଜ ଇତ୍ୟାଦି ୩୩ ପ୍ରକାର ଫଳ ଓ ପନିପରିବା ଉପତ୍ାଦନ କରୁଛନ୍ତି। ଝାନ୍‌ସୀ ବାଣିଜ୍ୟରେ ଡିଗ୍ରୀ ହାସଲ କରିଛନ୍ତି। ୨୦୨୧ରେ ସେ ବିବାହ କରିବା ପରେ ଏହି ଉଦ୍ୟାନ ଆରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି –…

ପେଟ୍ରୋଡଲାର ସାମ୍ରାଜ୍ୟ

ପୃଥିବୀର କୌଣସି ଏକ ପେଟ୍ରୋଲ୍‌ ପମ୍ପରେ ଗାଡ଼ିରେ ଇନ୍ଧନ ଭରିବା ଦୃଶ୍ୟ ସାଧାରଣ ହୋଇପାରେ, କିନ୍ତୁ ଏହା ପ୍ରଚ୍ଛଦପଟରେ ଏକ ବିଶାଳ ଆର୍ଥିକ ବ୍ୟବସ୍ଥା କାମ କରୁଥାଏ,…

ଆମେରିକା ଅପଦସ୍ଥ

ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜକୁ ୪୮ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଖୋଲା ନ କଲେ ଇରାନକୁ ଭୟାବହ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

ପରମାଣୁ ଅସ୍ତ୍ର ଛାୟାରୁ ମୁକ୍ତି

ବର୍ତ୍ତମାନର ବିଶ୍ୱରେ ଲାଗିରହିଛି ତିନୋଟି ମହାସମର। ତନ୍ମଧ୍ୟରୁ ରୁଷିଆ-ୟୁକ୍ରେନ୍‌ ଏବଂ ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିଥିଲା ବେଳେ ନିକଟରେ ଆରମ୍ଭ ହୋଇଛି ଅତୀବ ଭୟଙ୍କର…

ଭାରତ ଦେବ ୟୁଆନ୍‌

ଇରାନ୍‌ ସହିତ ଆମେରିକା ଓ ଇସ୍ରାଏଲ ଯୁଦ୍ଧ ଚତୁର୍ଥ ସପ୍ତାହରେ ପହଞ୍ଚିଛି। ସଦ୍ୟ ଘଟଣା ଦେଖିଲେ ଗୋଟିଏ ପଟେ ନତାଞ୍ଜ ଆଣବିକ କେନ୍ଦ୍ର ଉପରେ ଆମେରିକା ଓ…

ଜଳ ନୋବେଲ ବିଜେତା

ବର୍ତ୍ତମାନର ଭୂରାଜନୈତିକ ଓ ଅର୍ଥନୈତିକ ସ୍ଥିତି ଇରାନ୍‌ ଓ ଆମେରିକା-ଇସ୍ରାଏଲ ଯୁଦ୍ଧ ଯୋଗୁ ଘୋର ପ୍ରଭାବିତ। ଏହାକୁ ନେଇ ପୃଥିବୀ ସନ୍ତ୍ରସ୍ତ। ଏଭଳି ସ୍ଥଳେ ୨୨ ମାର୍ଚ୍ଚରେ…

ପ୍ରକୃତ ଖଳନାୟକ

ଚାହେଁ ଇରାନ ବିଜୟୀ ହେଉ। ବିଜୟର ଅର୍ଥକୁ ଇରାନ ଏହିପରି ପରିଭାଷିତ କରେ: ଇରାନ ଉପରେ ଅନେକ ଦଶନ୍ଧି ଧରି ଆମେରିକା ଲାଗୁକରିଥିବା କଟକଣାକୁ ହଟାଇବା ଦରକାର;…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri