ଏଇ ଭାରତରେ

ମଣିଷର ରୁଚି କାହାର କେମିତି କହିବା ମୁସ୍କିଲ, ଏଇ ଯେମିତି ରହିଛି ହରଜିତ ସିଂ ଓ୍ବାଧଓ୍ବାଙ୍କର। ସେ ଭୋକିଲାଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ଓ ପ୍ରତିଦିନ ସେମାନଙ୍କ ନିକଟରେ ଟିଫିନ ପହଞ୍ଚାଉଛନ୍ତି ।
ହରଜିତ ରହୁଛନ୍ତି ଅହମ୍ମଦାବାଦରେ। ତାଙ୍କୁ ବୟସ ୪୭। ସେ ପେସାରେ ଜଣେ ମେକାନିକାଲ ଇଞ୍ଜିନିୟର। ତାଙ୍କ ସାଙ୍ଗମାନଙ୍କ ସହଯୋଗରେ ସେ ଏକ ଲାଙ୍ଗର ସେବା ଗ୍ରୁପ ( ହ୍ବାଟ୍ସଆପ ଗ୍ରୁପ) କରି ସେଥିରେ ସେମାନେ ଅସହାୟ ଲୋକଙ୍କ ପାଖରେ ଭୋଜନ ପହଞ୍ଚାଇବାକୁ ଚାହଁୁଛନ୍ତିି ବୋଲି ମେସେଜ କରିଥିଲେ। ସେହିଦିନ ରାତିରେ ଓ୍ବାଧଓ୍ବା ୩୫୬୦ କଲ୍‌ ପାଇଥିଲେ। ସେ ତାଙ୍କ ସାଙ୍ଗମାନଙ୍କୁ ନେଇ ଏହି ସେବା ଯୋଗାଇ ଚାଲିଛନ୍ତି। ଆଉ ଏକ କରୋନା ହେଲ୍‌ଥ ଗ୍ରୁପ ମଧ୍ୟ ଗଠନ କରି ଏଥିରେ ଅଧିକ ସ୍ବେଚ୍ଛାସେବୀଙ୍କୁ ଯୋଡ଼ି ଅର୍ଡର ସଂଗ୍ରହ କରୁଛନ୍ତି। ପ୍ରଥମ ଲକ୍‌ଡାଉନ ସମୟରେ ଏହାକୁ ଆରମ୍ଭ କରି ମାର୍ଚ୍ଚ ୨୮ରୁ ୨୯ ସୁଦ୍ଧା ଦିନକୁ ସେ ୩୨୦୦ ଅର୍ଡର ପାଇଥିଲେ। ଏବେସୁଦ୍ଧା ଓ୍ବାଧାଓ୍ବାଙ୍କ ଟିମ୍‌ ୪,୧୫,୦୦୦ ଫୁଡ ପ୍ୟାକେଟ ଡେଲିଭରି କରିଛନ୍ତି। ବିଭିନ୍ନ ପ୍ରତିଷ୍ଠିତ କ୍ଲବ ଏବଂ ସଂଗଠନ ତାଙ୍କୁ ଆର୍ଥିକ ସାହାଯ୍ୟ ଯୋଗାଇ ଦେଉଛନ୍ତି। ସ୍ବେଚ୍ଛାସେବୀମାନେ ବି ଘର ଘର ବୁଲି ରୁଟି ସଂଗ୍ରହ କରୁଛନ୍ତି। ରୁଟି କରିବା ଲାଗି ବି ସେ ମହିଳାମାନଙ୍କୁ ନିଯୁକ୍ତି ଦେଇଛନ୍ତି। କେବଳ ଲୋକମାନଙ୍କୁ ଫୁଡ୍‌ ଟିଫିନ ଦେଉନାହାନ୍ତି, ବରଂ ବୁଲା କୁକୁରଙ୍କୁ ବି ଖାଇବାକୁ ଦେଉଛନ୍ତି। ଏବେ ସୁଦ୍ଧା ଓ୍ବାଧଓ୍ବାଙ୍କ ଗ୍ରୁପ ୬୫୦ ଛାତ୍ରଙ୍କୁ ପାଠ୍ୟ ଉପକରଣ ଯୋଗାଇ ଦେଇଛି। ଅନ୍‌ଲାଇନରେ ପଢିବା ଲାଗି ପିଲାମାନଙ୍କୁ ୩୮ଟି ଫୋନ୍‌ ବି ଦେଇଛନ୍ତି।