ଏଇ ଭାରତରେ

ଦୁର୍ଗମ ଅଞ୍ଚଳର ସମସ୍ୟା ସମାଧାନ କରିବାରେ ଆଇଏଏସ୍‌ ଅଧିକାରୀ କ୍ରିଷ୍ଣନୌନି ଏଚ୍‌ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ତାମିଲନାଡୁ ଏରୋଡ୍‌ ଜିଲାର ଚେନ୍ନମପଟ୍ଟି ଜଙ୍ଗଲରେ ଥିବା ଲୋକେ ବହୁ ମୌଳିକ ସେବାକୁ ବଞ୍ଚିତ ହୋଇଥାନ୍ତି। ଏହି ଦୁଗର୍ର୍ମ ଅଞ୍ଚଳରେ ଏବେ ସୁଦ୍ଧା ରାସ୍ତାର ସୁବିଧା ନାହିଁ।
ଏଭଳି ଏକ ଗାଁ ହେଉଛି ଆଦିବାସୀ ଅଧ୍ୟୁଷିତ ଗାଁ କାଥିରମଲାଇ। ଏଠାରେ ରହନ୍ତି ୪୦୦ ଲୋକ। ଇଣ୍ଟରନେଟ ସଂଯୋଗ ଏମାନଙ୍କ ପାଇଁ ସାତସପନ। ଏଭଳି ସ୍ଥିତିରେ କ୍ରିଷ୍ଣନୌନି ସେମାନଙ୍କ ପାଇଁ ଉନ୍ନତ ଶିକ୍ଷା, ଯୋଗାଯୋଗର ସୁବିଧା କରିପାରିଛନ୍ତି। ସେଠାରେ ନିଜସ୍ବ ଉଦ୍ୟମରେ ମେଡିକାଲ ମଧ୍ୟ ଖୋଲିଛନ୍ତି। କାରଣ, ଏଠାରୁ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଦୂରତା ୪୦ କି.ମି.। ସେ ନିଜେ ପାହାଡ଼ ଚଢ଼ି ଗ୍ରାମବାସୀଙ୍କ ପାଖରେ ପହଞ୍ଚୁଛନ୍ତି। କ୍ରିଷ୍ଣନୌନି ୨୦୨୧ରେ ପ୍ରଥମେ ଏରୋଡ୍‌ରେ ଜିଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ସେ ୨୦୨୨ରେ ‘ପୁନ୍ନାଗାଇ’ (ଅର୍ଥାତ୍‌ ତାମିଲନାଡୁରେ ହସ) ପ୍ରୋଜେକ୍ଟ ଆରମ୍ଭ କରିଥିଲେ। ସେବେଠାରୁ ପ୍ରତି ସପ୍ତାହରେ ସେହି ଗାଁରେ ଏକ ଛୋଟ ହେଲ୍‌ଥ କ୍ୟାମ୍ପ ଚାଲୁଛି। ଏବେ ସେଠାରୁ ୧ରୁ ୮ ବୟସ ବର୍ଗରେ ୧ମରୁ ୮ମ ଯାଏ ୩୨ ପିଲା ପଢୁଛନ୍ତି। ସେମାନଙ୍କ ପାଇଁ ଅନ୍‌ଲାଇନ ଶିକ୍ଷାଦାନ ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri