ଏଇ ଭାରତରେ

ଶିକ୍ଷାରେ କିଭଳି ଅଧିକରୁ ଅଧିକ ପିଲା ସାମିଲ ହେବେ ତାହାର ଏକ ଅଭିନବ ଉପାୟ ଆପଣାଇଛନ୍ତି ପଶ୍ଚିମବଙ୍ଗର ଦୀପ୍‌ ନାରାୟଣ ନାୟକ। ସେ ରାସ୍ତାରେ ଏବେ ୧୦,୦୦୦ ଅସହାୟ ପିଲାଙ୍କୁ ପଢ଼ାଇବାର ବ୍ୟବସ୍ଥା କରିଛନ୍ତି। ଘରର ମାଟିକାନ୍ଥକୁ କଳାପଟା କରି ଅସହାୟ ପିଲାଙ୍କ ମାତାପିତା, ଜେଜେ କିମ୍ବା ଜେଜମା’ଙ୍କୁ ବି ପଢ଼ାଇବା ଜାରି ରଖିଛନ୍ତି। ଏହା ଦ୍ୱାରା ଘରଲୋକେ ଶିକ୍ଷା ଉପରେ ସଚେତନ ହେବା ଯୋଗୁ ଡ୍ରପ୍‌ଆଉଟ ହ୍ରାସ ପାଉଛି। ସେ ପିଲାମାନଙ୍କୁ ଆବଶ୍ୟକ ପାଠ୍ୟ ଉପକରଣ ମାଗଣାରେ ଯୋଗାଉଛନ୍ତି। ଜାମୁରିଆ ଜିଲା ସମେତ ଅନ୍ୟ ୭ଟି ଜିଲା ଏପରି କି ଝାଡ଼ଖଣ୍ଡରେ ବି ସେ ଏହି କାର୍ଯ୍ୟ ଚଳାଇଛନ୍ତି। ତାଙ୍କ ଟିମ୍‌ରେ ଏବେ ୫୦ ଜଣ ଶିକ୍ଷକ ଓ ୧୫୦ ସହଯୋଗୀ ରହିଛନ୍ତି। ସେମାନେ ବିଭିନ୍ନ ଗାଁକୁ ଯାଇ ସେଠାରେ ଶିକ୍ଷିତ ପିଲାଙ୍କୁ ପ୍ରଶିକ୍ଷଣ ଦେଇ ପିଲାମାନଙ୍କୁ ପଢାଇବାର ବ୍ୟବସ୍ଥା କରୁଛନ୍ତି। ଦୀପ୍‌ଙ୍କୁ ‘ରାସ୍ତାର ମାଷ୍ଟର’ ବା ରାସ୍ତାର ଶିକ୍ଷକ ବୋଲି ଲୋକେ ସମ୍ବୋଧନ କରୁଛନ୍ତି। ଜାମୁରିଆ ଜିଲାର ନନ୍ଦିଗାଁଓ ଗ୍ରାମର ବାସିନ୍ଦା ଦୀପ୍‌ ନାରାୟଣ ପିଲାଦିନେ ଅଭାବ ଭିତରେ ବଢିଛନ୍ତି ଓ ପଢିଛନ୍ତି। ତାଙ୍କ ପିତା ଥିଲେ ଦିନମଜୁରିଆ। ସେ ବିଜ୍ଞାନରେ ଡିଗ୍ରୀ ହାସଲ କରି ଶିକ୍ଷକତା କରୁଥିଲେ। ପରେ ଅସହାୟ ପିଲାମାନଙ୍କୁ ଶିକ୍ଷାଦେବା ଲାଗି ନିଜ ଜୀବନକୁ ସମର୍ପିତ କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି –…

ପେଟ୍ରୋଡଲାର ସାମ୍ରାଜ୍ୟ

ପୃଥିବୀର କୌଣସି ଏକ ପେଟ୍ରୋଲ୍‌ ପମ୍ପରେ ଗାଡ଼ିରେ ଇନ୍ଧନ ଭରିବା ଦୃଶ୍ୟ ସାଧାରଣ ହୋଇପାରେ, କିନ୍ତୁ ଏହା ପ୍ରଚ୍ଛଦପଟରେ ଏକ ବିଶାଳ ଆର୍ଥିକ ବ୍ୟବସ୍ଥା କାମ କରୁଥାଏ,…

ଆମେରିକା ଅପଦସ୍ଥ

ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜକୁ ୪୮ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଖୋଲା ନ କଲେ ଇରାନକୁ ଭୟାବହ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

ପରମାଣୁ ଅସ୍ତ୍ର ଛାୟାରୁ ମୁକ୍ତି

ବର୍ତ୍ତମାନର ବିଶ୍ୱରେ ଲାଗିରହିଛି ତିନୋଟି ମହାସମର। ତନ୍ମଧ୍ୟରୁ ରୁଷିଆ-ୟୁକ୍ରେନ୍‌ ଏବଂ ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିଥିଲା ବେଳେ ନିକଟରେ ଆରମ୍ଭ ହୋଇଛି ଅତୀବ ଭୟଙ୍କର…

ଭାରତ ଦେବ ୟୁଆନ୍‌

ଇରାନ୍‌ ସହିତ ଆମେରିକା ଓ ଇସ୍ରାଏଲ ଯୁଦ୍ଧ ଚତୁର୍ଥ ସପ୍ତାହରେ ପହଞ୍ଚିଛି। ସଦ୍ୟ ଘଟଣା ଦେଖିଲେ ଗୋଟିଏ ପଟେ ନତାଞ୍ଜ ଆଣବିକ କେନ୍ଦ୍ର ଉପରେ ଆମେରିକା ଓ…

ଜଳ ନୋବେଲ ବିଜେତା

ବର୍ତ୍ତମାନର ଭୂରାଜନୈତିକ ଓ ଅର୍ଥନୈତିକ ସ୍ଥିତି ଇରାନ୍‌ ଓ ଆମେରିକା-ଇସ୍ରାଏଲ ଯୁଦ୍ଧ ଯୋଗୁ ଘୋର ପ୍ରଭାବିତ। ଏହାକୁ ନେଇ ପୃଥିବୀ ସନ୍ତ୍ରସ୍ତ। ଏଭଳି ସ୍ଥଳେ ୨୨ ମାର୍ଚ୍ଚରେ…

ପ୍ରକୃତ ଖଳନାୟକ

ଚାହେଁ ଇରାନ ବିଜୟୀ ହେଉ। ବିଜୟର ଅର୍ଥକୁ ଇରାନ ଏହିପରି ପରିଭାଷିତ କରେ: ଇରାନ ଉପରେ ଅନେକ ଦଶନ୍ଧି ଧରି ଆମେରିକା ଲାଗୁକରିଥିବା କଟକଣାକୁ ହଟାଇବା ଦରକାର;…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri