ଏଇ ଭାରତରେ

ଅଶୋକ ଗାଡେଙ୍କ ଦ୍ୱାରା ପ୍ରସ୍ତୁତ କଦଳୀ ବିସ୍କୁଟର ସ୍ବାଦ ଭାରି ବଢିଆ। ମହାରାଷ୍ଟ୍ରର ଜଲଗାଁଓ ଜିଲା ଜାଓ୍ବଲ ତହସିଲର କୃଷକ ଗାଡେଙ୍କ ବୟସ ୬୫। ସେ କିଛି ବର୍ଷ ଓକିଲାତି କରିବା ପରେ ତାହାକୁ ଛାଡ଼ି କଦଳୀ ଚାଷ ଆରମ୍ଭ କରିଥିଲେ। ଉତ୍ପାଦିତ କଦଳୀରୁ ଲାଭ ନ ମିଳିବାରୁ ସେ ଏଥିରୁ ବିସ୍କୁଟ ତିଆରି କରୁଛନ୍ତି। ଏହି କାର୍ଯ୍ୟରେ ତାଙ୍କ ସ୍ତ୍ରୀ କୁସୁମ ସହଯୋଗ କରୁଛନ୍ତି। ପ୍ରଥମ ୩ ବର୍ଷ ଏହି ଦମ୍ପତି ଆଖପାଖ ଅଞ୍ଚଳରେ ବିସ୍କୁଟ ବିକ୍ରି କରିବା ପରେ ଚଳିତ ବର୍ଷ ଏହା ପ୍ୟାଣ୍ଟେଟ ପାଇଛି। ଏହାକୁ ସେମାନେ କର୍ନାଟକ, ପଶ୍ଚିମବଙ୍ଗ ଓ ଓଡ଼ିଶାରେ ବିକ୍ରି କରୁଛନ୍ତି। ୧ କେ.ଜି. ବିସ୍କୁଟ ୪୦୦-୫୦୦ ଟଙ୍କାରେ ବିକ୍ରି ହେଉଛି। ପ୍ରତି ସପ୍ତାହରେ ସେମାନେ ୬୦ରୁ ୧୦୦ କେଜି ବିସ୍କୁଟ ବିକ୍ରି କରିବା ସହ ବର୍ଷକୁ ଏଥିରୁ ୨୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। କେବଳ ବିସ୍କୁଟ ନୁହେଁ, କଦଳୀରୁ ଚିପ୍ସ, ଜାମ୍‌, କ୍ୟାଣ୍ଡିଜ୍‌, ପାମ୍ପଡ ଓ ଲଡ଼ୁ ମଧ୍ୟ ତିଆରି ହେଉଛି। ତାଙ୍କ ବ୍ୟବସାୟ ସହ ୫୦ ଜଣ କଦଳୀ ଚାଷୀଙ୍କୁ ସେ ସାମିଲ କରିଛନ୍ତି, ଯେଉଁମାନେ ପୂର୍ବାପେକ୍ଷା ୩ଗୁଣ ଲାଭ ପାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁକୈନ୍ଦ୍ରିକ ଶିକ୍ଷା

ଅନେକ ସମୟରେ ମନକୁ ଆସେ ଆଜି ପର୍ଯ୍ୟନ୍ତ ଆମେ ଏମିତି ପରିବେଶଟେ ସୃଷ୍ଟି କରିପାରିଲେନି ଯେଉଁଠି ବିଦ୍ୟାଳୟ ଖୋଲିବାର ସମୟ ଏବଂ ଛୁଟି ସମୟର ଚିତ୍ର ପ୍ରାୟତଃ…

ସରକାର ଠିକାରେ ଚାଲିଛି

ଏକ ଚୁକ୍ତିବଦ୍ଧ କାମ ବା ସର୍ତ୍ତ ଆରୋପିତ କାର୍ଯ୍ୟକୁ ଠିକା କୁହାଯାଏ। ଯିଏ ସର୍ତ୍ତ ଅନୁଯାୟୀ କାମ ନ କରେ ତା’ଠାରୁ କାମ ଛଡାଇ ନିଆଯାଏ, ଏ…

ସିଇଓ ଅପେକ୍ଷାରେ

ନୀତି ଆୟୋଗ ସିଇଓ ଭାବେ ବିଭିଆର୍‌ ସୁବ୍ରମଣ୍ୟମଙ୍କ ବୃଦ୍ଧି ହୋଇଥିବା କାର୍ଯ୍ୟକାଳ ଏବେ ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀରେ ପରବର୍ତ୍ତୀ ସିଇଓ କିଏ ହେବେ ତାହାକୁ…

ଘଣ୍ଟା ଅଛି, ସମୟ କାହିଁ

ଆଜିକୁ ପ୍ରାୟ ପଚାଶ ବର୍ଷତଳେ ବାହାଘରରେ ଜ୍ୱାଇଁଙ୍କୁ ଉପହାର ଦିଆଯାଉଥିଲା ଘଣ୍ଟା, ସାଇକେଲ ଓ ରେଡିଓ। ସମୟର ଦୌଡ଼ରେ ଧୀରେ ଧୀରେ ସାଇକେଲ୍‌ର ଚାହିଦା କମି କମି…

ଧ୍ୟାନ ଭଗ୍ନକାରୀ ନୀତି ବନାମ ଉତ୍ତରଦାୟିତ୍ୱ

ନିଜର ଦୋଷଦୁର୍ବଳତା ତଥା ଅପାରଗତା ଲୁଚାଇବାକୁ ଚେଷ୍ଟା କରି ଅନେକ ବ୍ୟକ୍ତି ଅନ୍ୟ ଉପରେ ଦୋଷ ଲଦିଦେଇ ଅନ୍ୟର ଉପକାର ନିମିତ୍ତ କୃତଜ୍ଞତା ବଦଳରେ କୃତଘ୍ନ ରୂପେ…

ଦୁଇ ବିପଜ୍ଜନକ ନିଷ୍ପତ୍ତି

୨୦୦୦ ମସିହାରେ ଜିମ୍ବାଓ୍ବେର ପୂର୍ବତନ ଏକଚ୍ଛତ୍ରବାଦୀ ଶାସକ ରବର୍ଟ ମୁଗାବେ ଦେଶର ଜାତୀୟ ଲଟେରିରେ ସବୁଠୁ ବଡ଼ ପୁରସ୍କାର ଜିତିଥିଲେ। ସେ ଏକ ସାଧାରଣ କାରଣ ପାଇଁ…

ପ୍ରେମ ଓ ଫଲ୍‌ଗୁର ଯାତ୍ରା

ଆଜକୁ ୮୦୦ ବର୍ଷ ତଳୁ ଓଡ଼ିଶାରେ ଦୋଳଯାତ୍ରା ପାଳନ ହୋଇଆସୁଛି। ଏହା କେବଳ ଓଡ଼ିଶାର ଆଞ୍ଚଳିକ ପର୍ବ ନୁହେଁ, ସମଗ୍ର ଭାରତ ଓ ଭାରତ ବାହାରେ ଥିବା…

ଆଧୁନିକ ଭସ୍ମାସୁର

ଭସ୍ମାସୁର ଗପ ଆମେ ସମସ୍ତେ ପଢ଼ିଛନ୍ତି ପିଲାବେଳେ କିମ୍ବା ଶୁଣିଛନ୍ତି ଗୁରୁଜନଙ୍କ ପାଖରୁ। ଭାରତୀୟ ପୁରାଣ ସାହିତ୍ୟରେ ଥିବା ରାଶିରାଶି ଗଳ୍ପରାଜି ଭିତରୁ ଏହା ଏକ ପ୍ରତୀକାତ୍ମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri